ସୋର : ପୁଣି ବାଟ ହୁଡିଲା ଆଇନ , ବାଟରେ ନଯାଇ ଅବାଟକୁ ମାଡିଚାଲିଛି ସୋର ପୋଲିସ ା ଆଇନର ରଖ୍ୟକ ସାଜିବା ପରିବର୍ତ୍ତେ ଚାପରେ ପଡି ବେଆଇନ ଜାଲରେ ସୋର ପୋଲିସ ା ମେସିନ ଲିଜ୍ ଦେବା ନାମରେ ବ୍ୟବସାଇଙ୍କୁ ଲୁଟ , ଅଭିଯୋଗପରେବି ଟଙ୍କା ନଫେରାଇ ମେସିନ ନେଇଗଲା ସୋର ପୋଲିସ ା


ସୋରର ବହୁପରିଚିତ ଯୁବ ବ୍ୟବସାଇ ରାଜେସ ମୋହାପାତ୍ର, କ୍ରିଷ୍ନା ଇନଫ୍ରା ନିକଟରୁ ଏକ ମୋବାଇଲ କ୍ରସର ମେସିନ ଭଡା ସୁତ୍ରରେ ଆଣିଥିଲେ ା ସେତେବେଳେ ରାଜେସଙ୍କ ଅଭିଯୋଗ ମୁଳେ କମ୍ପାନିର ମାଲିକ ରାଜେନ୍ଦ୍ର ସିଂ ନାମକ ବ୍ୟକ୍ତି ଏଗ୍ରିମେଣ୍ଟ କରିବା ପାଇଁ ରାଜେସଙ୍କୁ ଅଗ୍ରିମ ୧୭ଲଖ୍ୟ ଟଙ୍କା ମାଗିଥିଲା ା ରାଜେସ ମଧ୍ୟ ଟଙ୍କା ଉକ୍ତ କମ୍ପାନିର ଏକାଉଣ୍ଟରେ ପଇଠ କରିଥିଲେ ପରେ କମ୍ପାନି ଏଗ୍ରି ମେଣ୍ଟ କରିନଥିଲା କି ମେସିନ ସଜାଡି ନଥିଲା , ଖାଲି ଜଣେ ବ୍ୟକ୍ତିଙ୍କୁ ପଠାଇ ନିରବ ବସିଥିଲା ା ତେବେ ବ୍ୟବସାଇ ଜଣକ ବାରମ୍ବାର ଯୋଗା ଯୋଗ କରିବିଫଳ ହୋଇଥିଲେ ା ତେବେ ହଠାତ ସୋର ପୋଲିସ ତତପର ହୋଇଉଠିବା ଏବଂ ମୋବାଇଲ କ୍ରସର ମେସିନ ଗୁଡିକୁ ବ୍ୟବସାଇଙ୍କ ପାଖରୁ ନେଇଆସିବା ସୋର ପୋଲିସକୁ ସନ୍ଦେହ ଘେରକୁ ନେଇଛି ା ସୋରପୋଲିସ କାହିଁକି ହଠାତ ସକ୍ରିଅ ହୋଇପଡିଲା ? ସୋରଥାନା କୋର୍ଟ ନୁହଁ କି ଆଇ ଆଇସି ବିଚାରପତି ନୁହନ୍ତି ା ମେସିନ ସିଜ୍ କରିବା ପାଇଁ ଆଇ ଆଇସିଙ୍କୁ କୋର୍ଟ ନିର୍ଦେଶ କରିଛନ୍ତି କି ଜଦି ନାଁ ତାହାଲେ ପୋଲିସ ମେସିନ ନେଇଆସିବା କଣ ଠିକ୍ , କମ୍ପାନି କଥାରେ ପୁଲିସ କାହିଁକି ଅତରକିତ ଭାବେ ମେସିନ୍ ଗୁଡିକୁ ନେଇଆସିଲା ? ପୁଲିସ ଉପରେ କାହାର ଚାପ ରହିଥିଲା ନା କମ୍ପାନି ପ୍ରେମରେ ସୋର ପୋଲିସ ପଡିଯାଇଛି ? ଆଇନ ସମସ୍ତଙ୍କ ପାଇଁ ସମାନ ହେବା କଥା ଜଦି କମ୍ପାନିର ଅଭିଯୋଗ ମୁଳେ ବ୍ୟବସାଇଙ୍କ ପାଖରୁ ପୋଲିସ ମେସିନ ସିଜକଲା ,ବ୍ୟବସାଇଙ୍କ ଅଭିଯୋଗ ମୁଳେ ହୋଇଥିବା ୧୦୩ କେସନମ୍ବର ଧାରା ୪୦୬,୪୨୦ ଅନୁସାରେ ୧୭ଲଖ୍ୟ କମ୍ପାନି ଚିଟ୍ କରିବା ପରେ ପୋଲିସ କାହିଁକି କମ୍ପାନି ବା ମାଲିକଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେଇନି ା ତେବେ ଯୁବ ବ୍ୟବସାଇଙ୍କ କହିବା ମୁଳେ ସୋରର ବହୁ ଲୋକଙ୍କୁ ଏ କମ୍ପାନି ଠକିଛି ା ମୋତେ ନ୍ୟାୟ ନମିଳିଲେ ମୁଁ ପୋଲିସ ବିରୁଦ୍ଧରେ କୋର୍ଟଙ୍କ ଦ୍ବାରସ୍ତ ହେବି ା ଏ ସମ୍ପର୍କରେ ସୋର ପୋଲିସ ସହ ଯୋଗା ଯୋଗ ସମ୍ଭଭ ହୋଇନି ା
