ସାମୁଦ୍ରିକ ଘୂର୍ଣ୍ଣିଝଡ଼ ପେଥାଇ ଆଜି ମଧ୍ୟାହ୍ଣ ୧୨.୩୦ରେ ସ୍ଥଳଭାଗ ଛୁଇଁଛି। ଆନ୍ଧ୍ରପ୍ରଦେଶର ଇଷ୍ଟ ଗୋଦାବରୀ ଜିଲ୍ଲାରେ ଲ୍ୟାଣ୍ଡଫଲ କରିଥିବା ପେଥାଇ ତାଣ୍ଡବ ରଚିଛି। ବର୍ତ୍ତମାନ ସୁଦ୍ଧର ପେଥାଇ ପ୍ରଭାବରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିବା ବେଳେ ବିଭିନ୍ନ ସ୍ଥାନରେ ବ୍ୟାପକ କ୍ଷୟକ୍ଷତି ଘଟିଛି। କେଉଁଠି ଗଛ ଉପୁଡ଼ି ପଡ଼ିଥିବା ବେଳେ ଆଉ କେଉଁଠି ବିଦ୍ୟୁତ ଖୁଣ୍ଟ ଉପୁଡ଼ି କାର୍ ଉପରେ ପଡ଼ିଛି। ପେଥାଇ ଦ୍ୱାରା ଆନ୍ଧ୍ର କାଟ୍ରେନିକୋନା ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଛି। ଏବେ ବି ପ୍ରବଳ ବର୍ଷା ଓ ପବନ ଜାରି ରହିଥିବାରୁ କ୍ଷୟକ୍ଷତିର ସଠିକ ଆକଳନ କରାଯାଇପାରିନାହିଁ। ପେଥାଇର ଲ୍ୟାଣ୍ଡଫଲକୁ ଦୃଷ୍ଟିରେ ରଖି ଆଜି ଆନ୍ଧ୍ର ପ୍ରଦେଶର ସମସ୍ତ ସ୍କୁଲ ଓ ଶିକ୍ଷାନୁଷ୍ଠାନକୁ ବନ୍ଦ ରଖାଯାଇଥିଲା।
