ବାଲେଶ୍ବର : କେନ୍ଦ୍ର ମନ୍ତ୍ରୀ ପ୍ରତାପ ଷଡଙ୍ଗି ନିଜପଦବିକୁ ନେଇ ଅହଙ୍କାର ଶେଷ ସିମାକୁ କେମିତି ଅତିକ୍ରମ କରିହେବ ତାର ଏକ ଜ୍ବଳନ୍ତ ଉଦାହରଣ ସଦ୍ୟ ଦେଖାଇଛନ୍ତି ା ଗୋଟେପଟେ ସରକାର ପର୍ଯ୍ୟଟକଙ୍କୁ ସମ୍ମାନ ଦେଇ ଅତିଥି ଦେବ ଭବ କହୁଥିଲାବେଳେ ଆଉଗୋଟେ ପଟେ ମନ୍ତ୍ରି ପର୍ଯ୍ୟଟକ ମାନଙ୍କୁ ଅସମ୍ମାନିତ କରିବା କେତେଦୁର ଠିକ୍ ା ପୁଲିସ ଆଇନର ରଖ୍ୟକ ହୋଇ ମନ୍ତ୍ରିଙ୍କ ପାଇଁ ଏତେ ଅଜାଚିତ ଅନୁକମ୍ପା କାହିଁକି ଦେଖାଇଲା ? ପୁଲିସ ନେତାଙ୍କ ପାଇଁ ଏତେ ତୋସାମଦି ପଣିଆ କାହିଁକି ଦେଖାଉଛି ? ଏହାଦ୍ବାରା ପୁଲିସ ଉପରେ ସାଧାରଣ ଲୋକଙ୍କ ଆଙ୍ଗୁଳି ଉଠିବକି ନାହିଁ ? ତେବେ ବସ୍ତା ପୋଲିସ ଯାହା କଲା ମନ୍ତ୍ରୀଙ୍କ ନିର୍ଦେଶରେ ତାହାକଣ ଏକଛତ୍ରବାଦ ନୁହଁକି ? ପଶ୍ଚିମ ବଙ୍ଗରୁ ଓଡ଼ିଶା ବୁଲିବାକୁ ଆସିଥିଲେ ଦୁଇ ପରିବାର ସାଥିରେ ମହିଳା ଓ ଶିଶୁ ବି ଥିଲେ। ଦୁଇଟି କାର୍ରେ ବାଲେଶ୍ବର ଜିଲ୍ଲା ଦେଇ ୬୦ ନମ୍ବର ଜାତୀୟ ରାଜପଥରେ ଯିବା ବେଳେ ଦୁଇ ପରିବାରକୁ ୫ ଘଣ୍ଟା ପାଇଁ ବିନା କାରଣରେ ଥାନାରେ ଅଟକିବାକୁ ପଡ଼ିଲା। ନିଜର କୌଣସି ଭୁଲ ନ ଥାଇ ମଧ୍ୟ ଭୁଲ ସ୍ବୀକାର କରିବା ସହ ମନ୍ତ୍ରୀଙ୍କ କାର୍କୁ ଆଉ କେବେ ଓଭର୍ଟେକ୍ କରିବେନାହିଁ ବୋଲି ଘୋଷଣାନାମା ଲେଖିଦେବା ପରେ ସେମାନେ ଥାନାରୁ ମୁକୁଳିଛନ୍ତି। ମନ୍ତ୍ରି କଣ ସାଧାରଣ ଲୋକଙ୍କ ଉପରେ ତେବେ ନେତା କାହିଁକି ବାହାସ ଫୁଟ ମାରନ୍ତି ଆମେ ଲୋକଙ୍କ ସେବକ ା
ଦୁଇଦିନ ତଳର ଏଭଳି ଘଟଣା ଏବେ ବାଲେଶ୍ବର ଜିଲ୍ଲାରେ ଚର୍ଚ୍ଚାରେ ରହିଥିବା ବେଳେ ଜଣେ କେନ୍ଦ୍ରମନ୍ତ୍ରୀଙ୍କ ଏଭଳି ଆଚରଣ ଅନେକଙ୍କୁ ଚକିତ କରିଛି। ସର୍ବସାଧାରଣରେ ଜଣେ ଅମାୟିକ ଓ ସରଳ ନେତା ଭାବେ ପରିଚିତ ବାଲେଶ୍ବର ସାଂସଦ ପ୍ରତାପ ଷଡ଼ଙ୍ଗୀ ନିଜ ନିର୍ବାଚନ ମଣ୍ଡଳୀ ଗସ୍ତ କରୁଥିବା ବେଳେ ଏ ଘଟଣା ଘଟିଛି। ଗଣମାଧ୍ୟମକୁ ସୂଚନା ଦେଇ ଅଟକ ପର୍ଯ୍ୟଟକ କହିଛନ୍ତି ଯେ ସେମାନେ ନୀଳଗିରିରେ ପଞ୍ଚଲିଙ୍ଗେଶ୍ବର ଦର୍ଶନ ସାରି କଲିକତା ଫେରୁଥିଲେ। ସେମାନଙ୍କ ଗାଡ଼ି ପଛରେ ମନ୍ତ୍ରୀଙ୍କର କାର୍କେଡ୍ ଥିଲା। ପୁଲିସ୍ ସାଇରନ୍କୁ ଆମ୍ବୁଲାନ୍ସ ମନେକରି ପ୍ରଥମେ ସେମାନେ ଗାଡ଼ିର ଗତି ଧିମା କରି ମନ୍ତ୍ରୀଙ୍କୁ ଆଗକୁ ଯିବାକୁ ଦେଇଥିଲେ। ତେବେ ପରେ ବାଟରେ ମନ୍ତ୍ରୀଙ୍କ କାର୍କେଡ୍ ଧିମା ହେବାରୁ ସେମାନେ ପୁନଶ୍ଚ ଅତିକ୍ରମ କରିଥିଲେ। କୌଣସି ଭୂୁଲ ନ ଥାଇ ସେମାନେ ପାଞ୍ଚ ଘଣ୍ଟା କାଳ ଭୋକଉପାସରେ ଥାନାରେ ଅଟକି ରହିଥିଲେ। ତେବେ ସେମାନେ ଏଭଳି ଆଉ କେବେ କରିବେନାହିଁ ବୋଲି ଲିଖିତ ପ୍ରତିଶ୍ରୁତି ଦେବା ପରେ ପୁଲିସ ସେମାନଙ୍କୁ ଛାଡ଼ିଥିଲା। ସେମାନଙ୍କ ସହ ଛୋଟ ପିଲା ମଧ୍ୟ ଥିଲେ। କୌଣସି ଭୁଲ ନ କରି ମଧ୍ୟ ପୁଲିସର କାମ ସେମାନଙ୍କୁ ପୀଡ଼ା ଦେଇଛି ବୋଲି କ୍ଷୋଭପ୍ରକାଶ କରିଛନ୍ତି ଏହି ଅଣଓଡ଼ିଆ ପର୍ଯ୍ୟଟକ ପରିବାର।
ଅନ୍ୟପଟେ ମନ୍ତ୍ରୀଙ୍କର ଏଭଳି ରାଗ ଓ ପୁଲିସର ଅଯାଚିତ କାର୍ଯ୍ୟାନୁଷ୍ଠାନ ବାଲେଶ୍ବର ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। ରାସ୍ତାରେ ଯିବା ବେଳେ କେଉଁ ଗାଡ଼ିକୁ ଓଭରଟେକ୍ କରିହେବ ଓ କରିହେବନାହିଁ ସେ ନେଇ କିଛି ସରକାରୀ ନିୟମ ଅଛି କି ବୋଲି ଜନସାଧାରଣ ପ୍ରଶ୍ନ ଉଠାଇଛନ୍ତି। ପଶ୍ଚିମବଙ୍ଗରୁ ବହୁ ସଂଖ୍ୟାରେ ପର୍ଯ୍ୟଟକ ଓଡ଼ିଶା ଆସୁଥିବା ବେଳେ ସେମାନଙ୍କ ପ୍ରତି ଜଣେ ଜନପ୍ରତିନିଧିଙ୍କ ଏଭଳି ଆଚରଣ ରାଜ୍ୟର ପର୍ଯ୍ୟଟନ ଚିତ୍ରରେ କ୍ଷତ ସୃଷ୍ଟିକରିଛି। ତେବେ ମନ୍ତ୍ରି ମହୋଦୟ ଏଭଳି ଭୁଲ ଏବଂ ନିଜ ଅହଙ୍କାର ପଣିଆର ପୁର୍ଣ୍ଣଛେଦ ପକାଉଛନ୍ତିକି ନାହିଁ ତାହା ସମୟ କହିବ ା
