ସୋର : ବାଲେଶ୍ୱର ଜିଲ୍ଲା ସୋରରେ ବହୁ ପ୍ରତିକ୍ଷୀତ ସାପ୍ତାହିକ ସମ୍ବାଦ ପତ୍ର ଜନ ଅଧିକାର ସୋର ଶିକ୍ଷକ ଭବନରେ ଲୋକାର୍ପଣ ହୋଇଛି। ଉକ୍ତ ସାପ୍ତାହିକର ସମ୍ପାଦକ ସାମ୍ୟସୌରଭ ରାଉତ, କାର୍ଯ୍ୟକ୍ରମ ଆୟୋଜନ କରିଥିଲା ବେଳେ ମୁଖ୍ୟ ଅତିଥିଭାବରେ ସୋର ବିଧାୟକ ପର୍ଶୁରାମ ଧଡ଼ା ଯୋଗଦାନ ଦେଇ ଜନ ଅଧିକାର ର ଶୁଭ ଉନ୍ମୋଚନ ଅବସରରେ ଶୁଭେଚ୍ଛା ସହିତ ଏହି ଖବର କାଗଜ ର, ଉତ୍ତୋରତ୍ତର ଉନ୍ନତି କାମନା କରିଥିଲେ, ଏବଂ ଅବସର ପ୍ରାପ୍ତ ପ୍ରଧାଶିକ୍ଷକ ତଥା ସମାଜ ସେବୀ ଶ୍ରୀଯୁକ୍ତ ଦାମୋଦର ରାଉତ କାର୍ଯ୍ୟକ୍ରମ କୁ ଉଦଘାଟନ କରିଥିଲେ ଅନ୍ୟମାନଙ୍କ ମଧ୍ୟରେ ବରେଣ୍ୟ ଅତିଥି ସମାଜ ସେବୀ ସବ୍ୟସାଚୀ ମହାପାତ୍ର, ଉତ୍କଳ ମଣି ନିସ୍ଵାର୍ଥ ସେବା ସଂଗଠନ ର ସଭାପତି ବାଦଲ ପଣ୍ଡା, ବିଜେଡି ଯୁବ ସଭାପତି, ଜୟରାମ ଦାସ, ଏମ ,ଭି, ଆଇ ବାଲେଶ୍ୱର ଶ୍ରୀ ବିଶ୍ୱଜିତ ଦାସ, ଆଇ, ସି , ଏମ, ଆର ଭାରତ ସରକାର ନୋମିନେଟେଡ଼ ସଭ୍ୟା ଇଂ ମନୀଷା ଚିନ୍ମୟୀ ବେହେରା ମୁଖ୍ୟ ବକ୍ତା, ଅବସର ପ୍ରାପ୍ତ ଶିକ୍ଷକ ଖଗପତି ଜେନା,ବାହାନଗା ତହସିଲଦାର ତଥା ବିଡ଼ିଓ ଶ୍ରୀଯୁକ୍ତ ରାଜେନ୍ଦ୍ର ନାରାୟଣ କର ଯୋଗଦାନ ଦେଇ ସମ୍ବାଦପତ୍ର ନିର୍ଭିକ ନିରପେକ୍ଷ ହେବା ଆବଶ୍ୟକ , କିନ୍ତୁ ବର୍ତ୍ତମାନ ଜେହେତୁ ସମ୍ବାଦପତ୍ର ପୁଞ୍ଜିପତି ଓ ରାଜନୈତିକ ବ୍ୟକ୍ତିଙ୍କ ମାଲିକାନାରେ ଚାଲିଛି ତେଣୁ ନିର୍ଭିକ ନିରପେକ୍ଷ ହେବା ସମ୍ଭବ ନୁହଁ ବୋଲି ମତ ପ୍ରକାଶ ପାଇଛି।
