ବୁଲୁ ଘଡେଇ କଣ ସୋରର ନବିନ ପଟ୍ଟନାୟକ ? ଇସ୍ତଫା ଦେବା ନେଇ ଏତେ ଆଲୋଚନା କାହିଁକି ?

ସୋର : ବୁଲୁଘଡେଇଙ୍କୁ ନେଇ ଚର୍ଚା ପଦରୁ ଇସ୍ତଫା ନା ଦଳରୁ ଇସ୍ତଫା ?  ସୋର ବିଜୁ ଜନତା ଦଳର ସଭାପତି ଭାବେ କମଳା କାନ୍ତ ଘଡେଇ ବା (ବୁଲୁ ଘଡେଇ ) ଦୀର୍ଘଦିନ ରହିଲେଣି। ସେ ସରପଞ୍ଚ ପରେ ଜିଲ୍ଲା ପରିଷଦ ଭାବେ ନିର୍ବାଚିତ ହୋଇଛନ୍ତି। କିନ୍ତୁ ଗୋଟେ କଥା ସୋର ବ୍ଲକରେ ବୁଲୁଙ୍କୁ ଛାଡିଲେ ଆଉ କେହି କଣ ଯୋଗ୍ୟ ଲୋକ ନାହାନ୍ତି କି ? ଯଦି ଅଛନ୍ତି ଇଏ କାହିଁକି ଏତେଦିନ ଆସ୍ଥାନ ଜମାଇ ଅଛନ୍ତି। ତାହାଲେ କଣ ବିଜେଡିରେ ଗଣ ତନ୍ତ୍ର ନାହିଁକି ? ଏ ସବୁ କଥା ଆମେ ଆଜି କାହିଁକି ଲେଖୁଛୁ ? ଗତ କାଲିଠୁ ସୋରରେ ରାଜନୈତିକ ମହଲରେ ବଡ ଚର୍ଚ୍ଚା ହେଉଛି କମଳା କାନ୍ତ ଘଡେଇ ବା ବୁଲୁ ବାବୁ ଗତ କାଲି ସୋରବ୍ଲକ ବିଜେଡି ସଭାପତି ପଦରୁଇସ୍ତଫା ଦେଇଛନ୍ତି। ଏ କଥାର ସତ୍ୟତା କେତେ ଅଛି ଆମେ ଜାଣିନୁ ଯଦିବି ହୋଇଥାଏ ଏହାଏକ ଉପଯୁକ୍ତ ନିସ୍ପତି। କାରଣ ବିଜେଡି ବୁଲୁ ବାବୁଙ୍କ ପୈତୃକ ସମ୍ପତି ନୁହଁ କି ବୁଲୁ ବାବୁ ସୋରର ନବିନ ପଟ୍ଟନାୟକ ନୁହନ୍ତି। ତାଙ୍କୁ ଦିର୍ଘଦିନ ସଭାପତି ରଖିବା ଭଳି ନିସ୍ପତି ସେ ସୋର ବିଧାୟକଙ୍କର ହେଉ କି ଜିଲ୍ଲା ସଭାପତିଙ୍କର ହେଉ ଏହାକୁ ଯେ ସୋର ବିଜେଡି କର୍ମୀ ମହଲରୁ ବିରୋଧ କରାଯାଉନି ସେକଥା ନୁହଁ। ବିରୋଧ ମନ ଭିତରେ ଅଛି କିଏ ବିରୋଧକରିବ ଦଳରୁ ବାହାର ହେବ ଇଏ ବାଧେ ଥିଲା ଡର। ସେମିତିବି ଦେଖିବାକୁ ଗଲେ ବୁଲୁବାବୁ ଜଣେ ବିଚକ୍ଷଣ ରାଜନୈତିକ ବ୍ୟକ୍ତିତ୍ବ ନୁହଁନ୍ତି ଯାହା ଲୋକ କୁହନ୍ତି ତାଙ୍କ ପଞ୍ଚାୟତରେ ବି ସେ ଜିତନ୍ତି ଅକ୍ଷୟ ଉପାଧ୍ୟାୟଙ୍କ ପାଇଁ। ଅନ୍ୟପଟେ ବୁଲୁବାବୁ ନିରବିବାଦିୟ ଲୋକ ସେମିତିବି କୁହାଯାଇ ନପାରେ କାରଣ ଇଏ ସରପଞ୍ଚ ଥିଲା ବେଳେ ୟାଙ୍କ ପଞ୍ଚାୟତରେ ବିଜୁ ପକ୍କାଘର ବଣ୍ଟନରେ ଅନିୟମିତତା ହୋଇ ଟଙ୍କା ଫେରାଇବା ଯାଏଁ କଥା ଯାଇଥିଲା। ସବୁପରେ ବୁଲୁଘଡେଇ ସଭାପତି ପଦରୁ ଇସ୍ତଫା ଦେବା ଏକ ଶୁଭ ସଂକେତ ଯାହା ବିଭିନ୍ନ ମହଲରେ ଆଲୋଚନା ହୁଏ। ଏକଥାବି ଆଲୋଚନା ହୁଏ ବୁଲୁ ବିଜେଡି ଛାଡିଲେ ସ୍ଥିତି ହରାଇବେ ତେବେ ସମୟ କହିବ କଉ ପାଣି କୁଆଡେ ଯାଉଛି !

Leave a Reply

Your email address will not be published. Required fields are marked *