ବାଲେଶ୍ବର ଜିଲ୍ଲାର ବିଭିନ୍ନ କାର୍ଯ୍ୟକ୍ରମରେ ବାଲେଶ୍ବର ଜୋନ ବିଜୁ ଯୁବ ଜନତା ସଭାପତି ଜୟରାମ ଦାସଙ୍କ ଉପସ୍ଥିତ

ବାଲେଶ୍ବର : ସିରିଡ଼ି ସାଇ ମନ୍ଦିର, ଷ୍ଟେସନ ଛକ, ବାଲେଶ୍ବର ପରିସରରେ ଜିଲ୍ଲା ବିଜୁ ଯୁବ ଜନତା ଦଳ,ବାଲେଶ୍ବର ତରଫରୁ ସାରା ଭାରତରେ ନମ୍ବର ୱାନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଅଭିନନ୍ଦନ ଓ ଦୀର୍ଘ ଜୀବନ କାମନା କରି ପ୍ରଦୀପ ପ୍ରଜ୍ବଳନ କରାଯାଇଛି । ଏହିକାର୍ଯ୍ୟକ୍ରମରେ ବାଲେଶ୍ବର ଜୋନ ବିଜୁ ଯୁବ ଜନତା ସଭାପତି ଜୟରାମ ଦାସଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଜିଲ୍ଲା ବିଜୁ ଯୁବ ଜନତା ସଭାପତି ତାପସ ପରିଡାଙ୍କ ନେତୃତ୍ୱରେ ଆୟୋଜିତ ହୋଇଥିଲା। ସଦର ନିର୍ବାଚନ ମଣ୍ଡଳୀ ବିଧାୟକ ସ୍ୱରୂପ ଦାସ, ସମାଜ ସେବୀ ସୁବାସିନୀ ଜେନା,ରାଜ୍ୟ ବିଜୁ ଯୁବ ଜନତା ସାଧାରଣ ସମ୍ପାଦକ ତାପସ ପାଣିଗ୍ରାହୀଙ୍କ ସମେତ ବହୁ ବରିଷ୍ଠ, ମହିଳା ନେତୃତ୍ବ ଓ ଶତାଧିକ ଯୁବକ ଯୋଗଦେଇଥିଲେ।

ଏକ ଶୋଭାଯାତ୍ରା ବାଲେଶ୍ବର ଷ୍ଟେସନ ଠାରୁ ବାହାରି ଶିରିଡ଼ି ସାଈ ମନ୍ଦିର ଯାଏଁ ଯାଇଥିଲା। ସେହିପରି ଜୟରାମଦାସଙ୍କ ନେତ୍ରୁତ୍ବରେ ଟେଣ୍ଟେଇ ଶିବ ମନ୍ଦିର ପରିସରରେ ଟେଣ୍ଟେଇ ପଞ୍ଚାୟତ ବିଜୁ ଯୁବ ଓ ଛାତ୍ର ଜନତା ଦଳ ତରଫରୁ ସାରା ଭାରତରେ ନମ୍ବର ୱାନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଅଭିନନ୍ଦନ ଓ ଦୀର୍ଘ ଜୀବନ କାମନା କରି ପ୍ରଦୀପ ପ୍ରଜ୍ବଳନ କରାଯାଇଥିଲା ।

ଅନନ୍ତପୁର ତାରିଣୀ ମନ୍ଦିର ପରିସରରେ ଅନନ୍ତପୁର, ଚିତ୍ତୋଲ ପଞ୍ଚାୟତ ବିଜୁ ଯୁବ ଓ ଛାତ୍ର ଜନତା ଦଳ ତରଫରୁ ସାରା ଭାରତରେ ନମ୍ବର ୱାନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଅଭିନନ୍ଦନ ଓ ଦୀର୍ଘ ଜୀବନ କାମନା କରି ପ୍ରଦୀପ ପ୍ରଜ୍ବଳନ ହୋଇଥିଲା । ରଘୁନାଥ ମନ୍ଦିର, ଲିଙ୍ଗପଡା ପରିସରରେ ସୋର ବିଜୁ ଯୁବ ଓ ଛାତ୍ର ଜନତା ଦଳ ତରଫରୁ ସାରା ଭାରତରେ ନମ୍ବର ୱାନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଅଭିନନ୍ଦନ ଓ ଦୀର୍ଘ ଜୀବନ କାମନା କରି ପ୍ରଦୀପ ପ୍ରଜ୍ବଳନ ହୋଇଛି ା ଅନନ୍ତପୁର ବିଜୁ ଯୁବ ଓ ଛାତ୍ର ଜନତା ଦଳ ଦ୍ୱାରା “ନିର୍ମଳ ଓଡ଼ିଶା ଅଭିଯାନ” ସଫେଇ କାର୍ଯ୍ୟକ୍ରମ ରେ କାହ୍ନୁପୁର ରାଜସ୍ୱ ଗ୍ରାମରେ ବିଦ୍ୟାଳୟ, ହନୁମାନ ମନ୍ଦିର, ଜଗନ୍ନାଥ ଓ ମଙ୍ଗଳା ମନ୍ଦିର, ଗ୍ରାମ୍ୟ ରାସ୍ତା ଗୁଡିକ ପରିଷ୍କାର ଓ ପରିଚ୍ଛନ୍ନ କରାଯାଇଥିଲା। ଏଥିରେ ବହୁ ସଂଖ୍ୟାରେ ଛାତ୍ର,ଯୁବ,ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାଙ୍କ ସମେତ ବାଲେଶ୍ବର ଜୋନ ବିଜୁ ଯୁବ ଜନତା ସଭାପତି ଜୟରାମ ଦାସ, ୱାର୍ଡ ସଦସ୍ୟା ମନୋରମା ପାଣିଗ୍ରାହୀ, ଅନୀଲ ପାଣିଗ୍ରାହୀ,ଅଜିତ ପାଣିଗ୍ରାହୀ ଶିବାନୀ ପଲେଇ, ଆଲୋକ ଜେନା,ଧର୍ମେନ୍ଦ୍ର ସେନ, ପ୍ରମୁଖ ଯୋଗ ଦେଇଥିଲେ। ଅନନ୍ତପୁର ପଞ୍ଚାୟତରେ ମୂଳକାୟଦା ଗ୍ରାମରେ ପୂର୍ବତନ ଶିକ୍ଷାବିତ ତଥା ବରିଷ୍ଠ ନାଗରିକ ନିରାକାର ସେଠୀ ଙ୍କ ଆଶୁ ଆରୋଗ୍ୟ କାମନା ନିମନ୍ତେ ବାଲେଶ୍ବର ଜୋନ ବିଜୁ ଯୁବ ଜନତା ସଭାପତି ତଥା ସମିତି ସଭ୍ୟ ଜୟରାମ ଦାସ ପ୍ରାର୍ଥନା କରିଥିଲେ ।

Leave a Reply

Your email address will not be published. Required fields are marked *