ସ୍ବର୍ଗତ ହେପିଙ୍କ ସ୍ମୃତିରେ ଗମ୍ଭାରିଆ ଠାରେ ଦିନିକିଆ ଭଲିବଲ ପ୍ରତିଯୋଗିତା ଅନୁଷ୍ଠିତ

ବାଲେଶ୍ୱର : ଆଜି କୁଳିଗାଁ ପଞ୍ଚାୟତର ଗମ୍ଭାରିଆ ଠାରେ ସ୍ବର୍ଗତ ହେପିଙ୍କ ସ୍ମୃତି ଉଦ୍ଦେଶ୍ୟରେ ଜୟଦୂର୍ଗା ଯୁବକ ସଂଘ ଓ ଆଚ୍ଛା ସଂଗଠନ ତରଫରୁ ଏକ ଦିନିକିଆ ଭଲିବଲ ଟୁର୍ଣାମେଣ୍ଟ ଅନୁଷ୍ଠିତ ହୋଇ ଯାଇଛି । ଆଜିକୁ ୩୫ ବର୍ଷ ଧରି ଆୟୋଜତ ହୋଇ ଆସୁଥିଲା । ୨୦୦୧ ମସିହା ୧୯ ବର୍ଷ ବୟସ ରେ ମୃତ୍ୟୁବରଣ କରିଥିଲେ ହେପୀ , ସେଇ ଦିନ ଠାରୁ ପ୍ରତ୍ୟେକ ବର୍ଷ ମକର ସଂକ୍ରନ୍ତିରେ ଏକ ଭଲିବଲ ପ୍ରତିଯୋଗିତା ଅନୁଷ୍ଠିତ କରାଯାଏ , ଏହି ବର୍ଷ ମଧ୍ୟ ଜୟ ଦୁର୍ଗା ଯୁବକ ସଂଘ ଓ ଆଚ୍ଛା ସଂଗଠନ ପକ୍ଷରୁ ଆୟଜିତ ହୋଇଥିବା ଏହି ପ୍ରତିଯଗିତାକୁ ଆଚ୍ଛା ସଂଗଠନର ପ୍ରଦେଶ ଅଧକ୍ଷ ବିସ୍ମିତ ରଞ୍ଜନ ଦାସ ଓ ସ୍ବର୍ଗତ ହେପିଙ୍କ ବଡ଼ ଭାଇ ଅରୁଣ କୁମାର ମହାନ୍ତି ଫିତା କାଟି ଉଦ୍ଘାଟନ କରିଥିଲେ, ଅନ୍ୟତମ ଅତିଥି ଭାବେ ଆଚ୍ଛା ସଂଗଠନର ରାଜ୍ୟ ସମ୍ପାଦକ ରଣଜିତ୍ କୁମାର ପୃଷ୍ଟି ଓ ବାଲେଶ୍ୱର ଜିଲ୍ଲା ସଭପତି ବିନୋଦ କୁମାର ମାଝୀ,ରାଜ୍ୟ ସଂଯୋଜକା ସୋନାଲି ରାଉତ , ରାଜ୍ୟ ସଂଯୋଜକ ଜଳଧର ମହାନ୍ତି, ରାକେଶ ଶିଅଳ ଓ ଖଗେଶ୍ବର ବଢେଇ ଯୋ ଗୋ ଦାନ କରିଥିଲେ ସନ୍ଧ୍ୟାରେ ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଆଚ୍ଛା ସଂଗଠନର ପ୍ରଦେଶ ସଭାପତି ବିସ୍ମିତ ରଞ୍ଜନ ଦାସ,ଆଚ୍ଛା ସଂଗଠନର ପ୍ରଦେଶ ସମ୍ପାଦକ ରଞ୍ଜିତ କୁମାର ପୃଷ୍ଟି ଓ ବାଲେଶ୍ଵର ଜିଲ୍ଲା ବିଜୁ ଯୁବ ଜନତା ଦଳର ଉପ ସଭାପତି ଚନ୍ଦନ କୁମାର ମଲ୍ଲିକଙ୍କ ଉପସ୍ଥିତରେ ନୀଳଗିରି ଦଳ ବିଜୟୀ ଓ ଥାଳ ଦଳ ରନରସ୍ ଅପ୍ ହୋଇଥିବା ଦଳ କୁ ନଗଦ ରାଶି ସହ ସୀଲ୍ ଓ ମାନପତ୍ର ପ୍ରଦାନ କରାଯାଇଥିଲା ଏହି ଖେଳ କୁ ଜୟ ଦୁର୍ଗା ଯୁବକ ସଂଘର ଜୟ ଦୁର୍ଗା ଯୁବକ ସଂଘର ସଭାପତି ଗିରିଶ ଚନ୍ଦ୍ର ପଢ଼ିଆରୀ ସଭାପତିତ୍ୱ ରେ ଜଳଧର ମହାନ୍ତି, ସୁଧୀର ମହାନ୍ତି, କେଦାର ମହାନ୍ତି, ଜୟଦେବ ରାଉତ, ବରୁଣ ମହାନ୍ତି, ସୁଦର୍ଶନ ପାତ୍ର, ଗୁରୁପ୍ରସାଦ ପାଣିଗ୍ରାହୀ ସହଯୋଗ କରିଥିଲେ । ଅଭନା, ବୋରିପଦା, ବାଲିଆ, ଧରାଗଞ୍ଜ, ମଧୁପୁରା ଏବଂ ଜୟ ଦୁର୍ଗା ଭଲି ଦଳ, ଗମ୍ଭାରୀଆ ଅଂଶ ଗ୍ରହଣ କରିଥିଲେ।

Leave a Reply

Your email address will not be published. Required fields are marked *