ବ୍ରିଜଗୋପାଲ କମ୍ପାନୀ ର ଡକାୟତି ବିରୁଦ୍ଧରେ ମାଟି ମାଆ ସଂଘର୍ଷ ସମିତିର ଗଣଧାରଣା

ସୋର। : ରିଖ ଜାତୀୟ ରାଜପଥ ୧୬ ର ସଂପ୍ରସାରଣ କାମ କରୁଥିବା ଠିକାଦାର ସଂସ୍ଥା ବ୍ରିଜଗୋପାଲ ନିର୍ମାଣ କମ୍ପାନୀ ବିରୁଦ୍ଧରେ ଅନିୟମିତତା ଅଭିଯୋଗ ଆଣି ସମାଜସେବୀ ତଥା ମାଟି ମାଆ ସଂଘର୍ଷ ସମିତି ସୋର ର ସଭାପତି ରାକେଶ ମଲିକ ଙ୍କ ନେତୃତ୍ଵରେ ଶତାଧିକ ସ୍ଥାନୀୟ ଲୋକ କମ୍ପାନୀ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା ଦେଇଥିଲେ । ପ୍ରମୁଖ ଦାବି ଗୁଡିକ ମଧ୍ୟରେ କେତେକ ସ୍ଥାନରେ ପୋଲ ଫାଟି ଯାଇଥିବା ସ୍ଥାନରେ ଜାତୀୟ ରାଜପଥ ଅଧିକାରୀ ମାନଙ୍କ ଦ୍ବାରା ତଦାରଖ କରିବା, ରାସ୍ତା ନିର୍ମାଣ ସ୍ଥଳରେ ଡାଇଭର୍ସନ ସ୍ଥାନର ଉଭୟ ପାର୍ଶ୍ବରେ ଜଗୁଆଳି ନିଯୁକ୍ତି କରିବା, ସ୍ଥାନୀୟ ଲୋକଙ୍କୁ ନିଯୁକ୍ତି ପ୍ରଦାନ କରିବା, କମ୍ପାନୀ ସିଏସଆର ଫଣ୍ଡ ରେ ସ୍ଥାନୀୟ ଗ୍ରାମ ଗୁଡିକର ବିକାଶ କରିବା, କ୍ରସର ୟୁନିଟ ପରିସରରେ ପରିବେଶ ସୁରକ୍ଷା କରିବା ପ୍ରଭୃତି ଉପସ୍ଥାପନ କରାଯାଇଥିଲା । ସୋର ତହସିଲଦାର, ମ୍ୟୁନିସପାଲିଟ୍ ଏକ୍ଜିକ୍ଯୁଟିଭ ଅଫିସର ଏବଂ କମ୍ପାନୀ ମ୍ୟାନେଜର ଙ୍କ ଉପସ୍ଥିତିରେ ଏହି ସମସ୍ୟା ବାବଦରେ ଆଲୋଚନା କରାଯାଇଥିବା ସ୍ଥଳେ କମ୍ପାନୀ କର୍ତ୍ତୃପକ୍ଷ ଆଗାମୀ ତିରିଶି ତାରିଖ ମଧ୍ୟରେ ଏହି ସବୁ ସମସ୍ୟା ଗୁଡ଼ିକର ସମାଧାନ ପାଇଁ ପ୍ରତିଶୃତି ଦେଇଥିଲେ । ଏହାପରେ ସୋର ତହସିଲଦାରଙ୍କ ମାଧ୍ୟମରେ ଜାତୀୟ ରାଜପଥ ପ୍ରୋଜେକ୍ଟ ଡାଇରେକ୍ଟର ଙ୍କୁ ଏକ ଦାବି ପତ୍ର ପ୍ରଦାନ ପରେ ଅପରାହ୍ନ ୪ଟା ସମୟରେ ଗଣଧାରଣା ପ୍ରତ୍ୟାହୃତ ହୋଇଥିଲା। ଏହି ଗଣଧାରଣା ରେ ଅଶୋକ ଦାସ, ଗଣେଷ ଦାସ, ସୁବ୍ରତ ସାହୁ, ଶରତ ନାୟକ, ପୂଜା ତରାଇ, ପ୍ରଫୁଲ୍ଲ ନାୟକ, ସଂଜୟ ସାହୁ, ମାନସ ମହାପାତ୍ର, ସଂଜୟ ସାମଲ, ତପନ ଯେନା, ରାଜେଶ ବାରିକ, ମନୋରଞ୍ଜନ ବେହେରା, ସୁରେନ୍ଦ୍ର ମହାନ୍ତି, ବୁଦ୍ଧିରାମ ଘଡେଇ, ଉପେନ୍ଦ୍ର ମଲିକ ପ୍ରମୁଖ ଯୋଗ ଦେଇଥିଲେ ।

Leave a Reply

Your email address will not be published. Required fields are marked *