ସୋର : ସୋରରେ ବିଜେଡି କହିଲେ ହାତଗଣତି କେତେ ଜଣକୁ ବୁଝାଉଥିଲା ସେ ମଧ୍ୟରୁ ଅଧେ ବିଡେଡି ଛାଡି ପଳେଇ ଯାଇଛନ୍ତି। କିନ୍ତୁ ପର୍ଶୁରାମ ଧଡା ବିଜେଡିକୁ ଆସିବା ଏବଂ ବିଧାୟକ ଜିତିବା ପରେ ବିଜେଡି ସୋରରେ ତାର ଦବ ଦବା ରଖିଲା। ବିଧାୟକ ସୋର ମ୍ୟୁନସିପାଲଲିଟି ବହୁ କାର୍ଯ୍ୟକରିଛନ୍ତି , ଲୋଭ ତାଙ୍କର ଯାହା ଥାଉ। ଏମିତିକି ସହରର ସୈନ୍ଦର୍ୟ୍ଯ କରଣ କରିବା ତାଙ୍କର ଗୋଟେ ନିଶା , କଉଠି ଲାଇଟ ଲଗେଇବା କି ସେ ମଶାଣି ତିଆରି କରିବା କି ଡମ୍ପିୟାର୍ଡ କରିବା ସବୁଥିରେ ସେ ବେଶ ଆଗୁଆ। ଆଉ ରହିଲା ରାସ୍ତା ଘାଟ କଥା ଯେଉଁ ରାସ୍ତାରେ ଦିନରେ ଯାଇ ହୁଏନି ସେ ରାସ୍ତାକୁ ରାତିରେ ମଣିଷ ଯିବା ଭଳି କରେଇଛନ୍ତି। କିନ୍ତୁ ତାଙ୍କ ପାଇଁ ବଡ ଚ୍ୟାଲେଞ୍ଜ ପାଲଟିଛି ଉତ୍ତରେଶ୍ବରରେ ବସଷ୍ଟାଣ୍ଡ ଏବଂ ଭଲ ଶୈଚାଳୟ ଓ ବଡ ପୋଖରି ଶୈାନ୍ଦର୍ୟ୍ୟ କରଣ , ଆଗାମି ଦିନରେ ଏସବୁ କାମ କରିବେ ମଧ୍ୟ ସେଥିରେ ସନ୍ଦେହ ନାହିଁ। ତେବେ ବିଧାୟକଙ୍କ ଏଭଳି କାର୍ଯ୍ୟ ସାଧାରଣ ଲୋକଙ୍କ ଉପରେ ବେଶ ପ୍ରଭାବ ପକାଉଛି ସତ। ଏମିତିକି ବିଜେପି କଂଗ୍ରେସ ନେତାଙ୍କୁ ଲୋକ କହିଲେଣି ଆମର କାମ ଦରକାର ବାହାସଫୁଟ ନୁହଁ ପର୍ଶୁରାମ ଧଡା ଯାହା ହେଲେବି କାମ କରୁଛନ୍ତି। କିନ୍ତୁ କଥାରେ ଅଛି “ଗୋଦଡା କୁଡେଯେତେ ମାଡେସେତେ”। କହିବାର ଉଦେଶ୍ୟ ସୋର ବିଧାୟକ ମ୍ୟୁନସିପାଲିଟିରେ କୁଡୁଛନ୍ତି ଯେତେ ମ୍ୟୁନସିପାଲିଟିର ବିଜେଡି ନେତାଙ୍କ କନ୍ଦଳ ମାଡୁଛି ସେତେ। ବିଧାୟକଙ୍କ ବହୁ ଉନ୍ନତି ମୂଳକ କାମ ପରେବି ଏଥର ସୋର ମ୍ୟୁନସିପାଲିଟି ବିଜେଡି ହାତକୁ ଜିବନି କାରଣ ଗୋଷ୍ଠୀ କନ୍ଦଳ। ବିଜେଡିର ଡର୍ଜନେ ଢାଉକ ଚେୟାର ମେନ ହେବେ ବୋଲି ଗୋଡ କାଢି ବସିଛନ୍ତି। ତେବେ ଦଳରେ ବହୁଦିନ ନିର୍ଜାତନା ସହି ପଡିରହିଥିବା କାଳିଆ ରାଉତଙ୍କ ଭଳି ଲୋକ ଚେୟାର ମେନ ପାଇଁ ଆଶା କରିବା ଠିକ୍ , କିନ୍ତୁ ଯିଏ କଂଗ୍ରେସ ଦଳକୁ ବେଇମାନ କରି ଆସିଛି ସିଏ କହିବ ମ ମାଇପ ଚେୟାର ମେନ ହେବ ୟାକୁ କଣ ଲୋକ ଗ୍ରହଣ କରିପାରିବେ ? ଲୋକ ଏକଥା ଶୁଣିଲା ବେଳକୁ ଡେଉଁଛନ୍ତି। ତେବେ ବିଜେଡିରେ ଇଏ ତା ଗାଣ୍ଡିରେ ତ ସିଏ ଆ ଗାଣ୍ଡିରେ ଲାଗିବା ବନ୍ଦ ନହେଲେ ମାରିନେବେ ମହାପାତ୍ରେ ଚାହିଁଥିବେ ଜଳକା। ଜିଲ୍ଲାସଭାପତି ଏବଂ ସୋର ବିଧାୟକ ଏ ଗୋଷ୍ଠୀ କନ୍ଦଳ ଉପରେ ଧ୍ୟାନ ଦେଇ ସମାଧାନ କଲେ କିଛି ଗୋଟେ ହୋଇପାରନ୍ତା ା ନହେଲେ ସୋର ମୁନିସିପାଲିଟିରେ ବାଳଥିବନା ସୋର ବିଜେଡିର ଢାଉକ ସୁନପାମ୍ପୁଡି ଖାଇବେ।
