ସୋର : ୧୬ ନଂ ଜାତୀୟ ରାଜପଥ ପାର୍ଶ୍ବ ଦହିଶଡା ଛକ ନିକଟ ଛ’ପୋଲିଆ ଠାରେ ଥିବା ବ୍ରିଜ୍ ଗୋପାଳ କମ୍ପାନି ଚୋରା ପଥରରେ ଆଉଏକ ବାଗୁଡି ପାହାଡ ତିଆରି କରିଛି। କିନ୍ତୁ ତାହାର କେହି ବାଳ ବଙ୍କା କରିନପାରିବାରୁ କମ୍ପାନି କର୍ମଚାରିଠୁ ଆରମ୍ଭ କରି ମାଲିକଙ୍କ ମଝି ଫଡିଆର ଲମ୍ବା ବଢିଗଲାଣି। ଦୈନିକ ୨୦ ରୁ ୩୦ ଡର୍ଜନ ଟ୍ରକ ବେଆଇନ ପଥର ନେଇ ଗଳୁଛି ବାହାରୁଛି। ତେବେ ଏହି ଦ୍ବତୀୟ ବାଗୁଡି ପାହାଡର ଅଧାପଥର ବେଆଇନ ପଥର ବୋଲି ଜଣା ପଡିଛି। କିନ୍ତୁ ଆମ ତହସିଲଦାର ମାତ୍ର ୨ରୁ୩ଥର ଫାଇନ କାଟି ନିରବ। ସୋରରେ ସବୁଠି ଚର୍ଚ୍ଚା ସୋର ତହସିଲ ହେବାଠୁ ଆଜିଯାଏଁ ଏଭଳି ବିରଳ ତହସିଲଦାର ସୋର ଲୋକ ଦେଖି ନଥିଲେ ଯିଏ କାହାରି ଫୋନ ଉଠାନ୍ତି ନାହିଁ। ଆଉ କିଏ କିଏ କହିଲେଣି ଚାନ୍ଦା ଖାଇ ଖାଇ ଚନ୍ଦା ହେଲେଣି ତହସିଲଦାର। ତେବେ ତହସିଲଦାରଙ୍କ ନାମରେ ସଙ୍ଗୀନ ଅଭିଯୋଗ ଉଠିଥିବା ବେଳେ କମ୍ପାନି ପାଖରୁ କୁଆଡେ ତହସିଲଦାର ମୋହଦୟ ମୋଟା ଅଙ୍କର ଚାନ୍ଦା ନେଉଛନ୍ତି। ତେବେ ଏହାର ସତ୍ୟାସତ୍ୟକୁ ନେଇ ଜିଲ୍ଲାପାଳ ତଦନ୍ତ କରିବା ନିହାତି ଆବଶ୍ୟକ। ଏଠି ପ୍ରଶ୍ନଉଠୁଛି ସୋର ତହସିଲଦାର ଚଢଉ କରି ଫାଇନ ନେବା ପରେ କମ୍ପାନି ସହ ବୁଝାମଣା କରିନାହାନ୍ତି ତ ! ଫାଇନ ଦେଇ ପୁଣି କମ୍ପାନି ପଥର ଚୋରି କରୁଥିବା ବେଳେ କାହିଁକି ନିରବ ତହସିଲ ଦାର ? କମ୍ପାନିର ବେଆଇନ ଷ୍ଟକଆର୍ଡକୁ କାହିଁକି ସିଜ୍ କରୁନାହାନ୍ତି ସୋର ତହସିଲ ଦାର ? ବାରମ୍ବାର ଚୋରି କରୁଥିବା କମ୍ପାନି ସମ୍ପର୍କରେ ତହସିଲଦାର ଜିଲ୍ଲାପାଳ କି ଉପଜିଲ୍ଲାପାଳଙ୍କୁ ଜଣାଇଛନ୍ତି ତ ? ତହସିଲଦାରଙ୍କ ସହ ଯୋଗା ଯୋଗ କରିବାରୁ ସେ କହିଛନ୍ତି କମ୍ପାନି ପାଖରୁ କୋଟି କୋଟି ଟଙ୍କା ଫାଇନ ଆଦାୟ କରାଯାଇଛି। ଏଠୁ ଅନୁମେୟ କମ୍ପାନି ଗୋଟେ ମସ୍ତବଡ ଡକାୟତ, ତେବେ ଏଭଳି ବଡ ଡକାୟତକୁ ଅନୁକମ୍ପା ପଛରେ ତହସିଲଦାରଙ୍କର କେତେବଡ ଡିଲ ରହିଥାଇ ପାରେ। ପ୍ରକୃତିର ଦାନ ବାଗୁଡି ପଥର ଖାଦାନରୁ ପଥର ଉତ୍ତଳନ କରି ସରକାର ରାଜକୋଷ ଭରିବାର ଯୋଜନା କରିଥିବା ବେଳେ। ବ୍ରିଜଗୋପାଳ କମ୍ପାନି ସୋର ଜାତୀୟ ରାଜପଥ ଛ’ପୋଲିଆ ନିକଟରେ ୨୦ଏକରରୁ ଅଧିକ ଜମିରେ ଆସ୍ଥାନ ମେଲେଇ ପଥର ଚୋରି କରି ସରକାରଙ୍କୁ ଠକି ଚାଲିଛି। “ବେସିଆ ଥରେ ଦେହ ବିକିଲେବି ଯାହା ୧୦ଥର ବିକିଲେବି ସେଇଆ ,, ବେସିଆର ସହଯୋଗିବି ବେସିଆ ” ତହସିଲଦାରଙ୍କ କଥାରେ କମ୍ପାନି ଚୋରି କରି ଫାଇନ ଦେଲା , ମାନେ ସେ ପଥର ଚୋର , କିନ୍ତୁ ଚୋରଙ୍କ ପ୍ରତି ଅନୁକମ୍ପା ଦେଖାଉଥିବା ତହସିଲଦାରଙ୍କୁ କଣ କୁହାଜିବ ? କାହିଁକି ଏନ.ଏଚ ବା ଜାତିୟ ରାଜପଥ ନିର୍ମାଣର ଠିକା ସଂସ୍ଥା ବ୍ରିଜ୍ ଗୋପାଲ ପଥର ଚୋରର ମାନ୍ୟତା ପରେବି ତହସିଲଦାର ନିରବ। ଶୁଣି ବାକୁ ମିଳେ ବଡ ନେତାଙ୍କ କୋଳରେ ରହି ବ୍ରିଜ୍ ଗୋପାଳ ଏଭଳି ଚୋରା ସାମ୍ରାଜ୍ୟଚଳାଇନି ତ ? ଯାହା ଆଗାମି ଦିନରେ ସ୍ପଷ୍ଟ ହେବା ନିଶ୍ଚିତ। ତେବେ ଦେଖିବାକୁ ବାକି ରହିଲା କେବେ ସୋର ତହସିଲଦାର ଫାଇନ କାଟିବା ସହ ଚୋରା ପଥରକୁ ସିଜ୍ କରୁଛନ୍ତି ? ନା ଲୋକଙ୍କ ଅଭିଯୋଗ ଅନୁସାରେ ଚାନ୍ଦା ନେବାଭଳି କଳଙ୍କରେ ଉବୁଟୁବୁ ହୋଇ କଳଙ୍କିତ ସରକାରୀ କର୍ମଚାରୀର ସ୍ଟାମ୍ପ ମାରି ବୁଲିବେ ା
