ଆନ୍ଦୋଳନ ବ୍ୟୁର : ସୋର ଟ୍ରକ ମାଲିକ ସଂଘ ପାଖରେ ଆଇନ ଫାଇନ କିଛି ନାହିଁ ! ସୋର ପୁଲିସକୁ ତା ଡ୍ୟାସର ଖାତିର କରୁନି ଟ୍ରକ ମାଲିକ ସଂଘ ! ଖୁଲମ ଖୁଲା ଚାନ୍ଦା ମଗାଚାଲିଛି , କିନ୍ତୁ ପୋଲିସ ପାଖରେ ଖବର ନାହିଁ। ଦିନର ୧୦ଥର ପୋଲିସ ବାଗୁଡି ଯାଉଛି ଆସୁଛି କିନ୍ତୁ ଟ୍ରକ ମାଲିକ ସଂଘ ଚାନ୍ଦା ମାଗିବା ଦେଖା ଯାଉନି। ଯଦି ସୋର ପୋଲିସର ଶତସାହସ ଅଛି , ବଦନାମ ହେବାରୁ ଅଳ୍ପକେ ବଞ୍ଚିବାକୁ ଚାହାନ୍ତି ତୁରନ୍ତ ଚାନ୍ଦା ମାଗୁଥିବା ଦଲାଲଙ୍କୁ ଗିରଫ କରନ୍ତୁ। ବାଗୁଡି ଖାଦାନରୁ ପଥର ପରିବହନ ପରେ ସୋରରେ ଗଢି ଉଠିଲା ଟ୍ରକ ମାଲିକ ସଂଘ। ମାନେ କିଛି ଟ୍ରକ ମାଲିକ ଏକଜୁଟ ହୋଇ ନିଜର ସୁବିଧା ଅସୁବିଧା ପ୍ରଶାସନକୁ ଜଣାଇବେ। ସେତେବେଳେ ଇଏ ଥିଲା ଟ୍ରକ ମାଲିକ ସଂଘର ଉଦେଶ୍ୟ। କିଛିଦିନ ପରେ ସଂଘକୁ ପରିଚାଳନା ପାଇଁ ଅର୍ଥର ଆବଶ୍ୟକତା ପଡିଲା। କିଛି ସ୍ଥାନୀୟ ମାଲିକ କିଛି କିଛି କରି ଟଙ୍କା ଦେଲେ।ଏଇ ଟଙ୍କାରେ ସଂଘର କାମ ହେଲା , ହାଲୁକା ଫୁଲୁକା ଫିଷ୍ଟ ହେଲା। ସେଉଠୁ ଲାଗିଲା ନିଶା , କିଛି ଟ୍ରକରେ ବେଆଇନ ଭାବେ ପଥର ଚାଲାଣ କରାଗଲା ଏଥିପାଇଁ ସରକାରୀ ବାବୁଠୁ ନେଇ ନେତା ,ସାମ୍ବାଦିକ ପର୍ଯ୍ୟନ୍ତ ବେଆଇନକୁ ଆଇନରେ ପରିଣତ କରିବାକୁ ମାସିକ ଚାନ୍ଦା ଦିଆଗଲା। ଏଇଟି ଆରମ୍ଭ ହେଲା ଗାଣ୍ଡି ମରା କାମ ଝିଣ୍ଟିକା ମାରି ବଣି ପୋଶିବା।ସେବେଠୁ ସଭାପତି ସମ୍ପାଦକ ହେବାକୁ ନଢା ପଡିଲେ। ଜିଏ ସଭାପତି ସମ୍ପାଦକ ହେବ ତାର କାର୍ତ୍ତି କହିଲେ ନସରେ ଆଇ ରନ ମରା ସାର୍ଟ ପିନ୍ଧି ସରକାରୀ ଅଧିକାରୀଙ୍କ ଆଗରେ ଜେମିତି ବସିଲେ ଜିଲ୍ଲାପାଳ ଏସପିବି ସାମ୍ନାକରିବାକୁ ଭୟ କଲେ। ତେବେ ଚାନ୍ଦା ଦେବା ପାଇଁ ଟ୍ରକ ଗୁଡିକରୁ ଲୁଟ କରିବା ବଢିଗଲା କ୍ରମେ ୩୦ , ୫୦ ୧୦୦ ଏବେ ୨୦୦ , ୨୫୦। ଏ କଥା ସୋର ତହସିଲ ଦାର କି ଆଇ ଆଇସି ଯାଣି ନାହାନ୍ତି ସେକଥା ନୁହଁ ସେମାନେ ସବୁଯାଣି ନିରବ ଯାହା ଲୋକ କୁହନ୍ତି । ଏଇଥି ପାଇଁତ ସୋରକୁ ତହସିଲ ଦାର କି ଆଇ ଆଇସି ହୋଇ ଆସିବାକୁ ନଢା ପଢନ୍ତି। ତେବେ ଖରିଦା ଛକ ପାଖରେ ଟ୍ରକ ମାଲିକ ସଂଘ ଘର ଆଗରେ କାହିଁକି ଚାନ୍ଦା ମଗାଯାଉଛି ? ବହାର ଟ୍ରକ ପାଖରୁ ୨୫୦ ସ୍ଥାନୀୟ ଟ୍ରକ ମାଲିକଙ୍କ ପାଖରୁ ୧୦୦ଟଙ୍କା କରି ଆଦାୟ କରାଯାଉଛି ା ଯାହାର ମାସିକ ରୋଜଗାର ୬ଲଖ୍ୟରୁ ଅଧିକ ହେଉଥିବା ଅନୁମେୟ ା ଏଟଙ୍କା କୁଆଡେ ଯାଏ କିଏ ଖାଏ ତାର କିଛି ହିସାବ ନାହିଁ ? କିନ୍ତୁ ଆଲୋଚନା ହୁଏ ଏଟଙ୍କା ପୋଲିସ,ତହସିଲଦାର, ନେତା ଓ ସାମ୍ବାଦିକଙ୍କୁ ବଣ୍ଟା ଯାଏ , ଏହା କେତେଦୁର ସତ ତାହା ତଦନ୍ତ ସାପେଖ୍ୟ ା ତାହାଲେ କଣ ବୁଝିବାକୁ ହେବକି ଟ୍ରକ ମାଲିକ ସଂଘ ସୋରର ପ୍ରଶାସନ ,ନେତା ଓ କେତେଜଣ ସାମ୍ବାଦିକଙ୍କ ଇସାରାରେ ଚାନ୍ଦା ଆଦାୟ କରୁଛି ? ଚାନ୍ଦା ଦେଉଥିବା ଟ୍ରକ ମାଲିକ ଚୋରିକରିକି ପଥର ନେଉଛନ୍ତି କି ? ଜଦି ନାଁ ଟ୍ରକ ମାଲିକ କାହିଁକି ସଂଘକୁ ଚାନ୍ଦା ଦେଉଛନ୍ତି ? ଜଦି କେହି ସଚୋଟ ଟ୍ରକ ମାଲିକ ଅଛନ୍ତି ତାହାଲେ ସୋର ପୋଲିସରେ କାହିଁକି ଅଭିଯୋଗ କରୁନାହାନ୍ତି ା ତହସିଲଦାର ଆଇ ଆଇସି ଯାଣିକି ନିରବ ରହୁଛନ୍ତି କି ? ନାଁ ନଯାଣିବାର ଅଭିନୟ କରୁଛନ୍ତି ? ଜଦି ଏସବୁ ପ୍ରଶ୍ନର ଉତ୍ତର ନାଁ ହୁଏ କାହିଁକି ଚାନ୍ଦା ଆଦାୟ କରିବାକୁ ସେଠି ଟେବୁଲ ପକେଇକି ବସିଛି ସୋର ଟ୍ରକ ମାଲିକ ସଂଘ ? ଇଏ କଣ ଗାଁ ଜମିଦାର ? ଏ ବାବଦରେ ତହସିଲ ଦାରଙ୍କ ସହ ଯୋଗା ଯୋଗ କରିବାରୁ ସେ କହିଛନ୍ତି ଚାନ୍ଦା ମାଗିବା ବେଆଇନ , ମୁଁ ଏବାବଦରେ ଅଭିଯୋଗ ପାଇନି ପାଇଲେ କାର୍ଯ୍ୟାନୁଷ୍ଠାନ ନେବି। ସୋର ଥାନାଅଧିକାରିଣୀଙ୍କୁ ଏବାବଦରେ ଯୋଗା ଯୋଗ କରିବାରୁ ତାଙ୍କ ସହ ଯୋଗା ଯୋଗ ସମ୍ବଭ ହୋଇପାରିନି ା
