କୈାଣସି ଅପ୍ରିତିକର ପରିସ୍ଥିତିକୁ ପ୍ରଶ୍ରୟ ଦିଆଜିବନି

ବାଲେଶ୍ବର : ବାଲେଶ୍ୱର ସଦର ଉପ ନିର୍ବାଚନ ପାଇଁ ସୁରକ୍ଷା ବ୍ୟବସ୍ଥା ସମ୍ପର୍କରେ ଆଜି ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ ଶ୍ରୀ ଅଭୟ ବାଲେଶ୍ୱର ଠାରେ ବରିଷ୍ଟ ପୋଲିସ ଅଧିକାରୀ ମାନଙ୍କୁ ଅବଗତ କରାଇଥିଲେ। ସେ କହିଲେ ଯେକୌଣସି ପ୍ରକାର ଅପ୍ରୀତିକର ପରିସ୍ଥିତିକୁ ପ୍ରଶ୍ରୟ ଦିଆଯିବ ନାହିଁ। ସେଥିପାଇଁ ଜିଲ୍ଲା ପୋଲିସ ପ୍ରଶାସନ ତରଫରୁ ସମସ୍ତ ପ୍ରକାର ବ୍ୟବସ୍ଥା ଗ୍ରହଣ କରାଯାଇଛି। ନିର୍ବାଚନ ପରିଚାଳନା ପାଇଁ 5ଜଣ ଅତିରିକ୍ତ ଏସପି,8ଜଣ ଡିଏସପି,22 ଜଣ ଇନ୍ସପେକ୍ଟର,,152ଜଣ ଏସ ସି, ଓ ଏସ ଆଇ, ସମେତ ପାଖାପାଖି700 ଅନ୍ୟାନ୍ୟ ପୋଲିସ ଅଧିକାରୀ,9ପ୍ଲାଟୁନ୍ CAPF,26 ପ୍ଲାଟୁନ୍ OSAP,31 ଟି ମୋବାଇଲ୍ ପାର୍ଟି,10ଟି ସେକ୍ଟର ଅଫିସର ଙ୍କୁ ନିଯୁକ୍ତି ଦିଆଯାଇଛି। ଏଥି ସହିତ ବେଆଇନ ମଦ କାରବାର କରୁଥିବା ଲୋକଙ୍କୁ ଧରପାଗଡ, ଅପରାଧୀ ମାନଙ୍କୁ ଧରିବାରେ ବ୍ୟବସ୍ଥା କରାଯାଇଛି ବୋଲି sp ସୁଧାଂଶୁ ଶେଖର ମିଶ୍ର କହିଛନ୍ତି।, ଅନ୍ୟ ମାନଙ୍କ ମଧ୍ୟରେ ଗୋଇନ୍ଦା ବିଭାଗ ନିର୍ଦ୍ଦେଶକ ରାଧାକୃଷ୍ଣ ଶର୍ମା , ଅତିରିକ୍ତ ଡିଜି ଆଇନ ଶୃଙ୍ଖଳା ଯଶୋବନ୍ତ କୁମାର ଜେଠ ୱା, ଆଇଜି ଦିପ୍ତେଶ କୁମାର ପଟ୍ଟନାୟକ ସମେତ ବହୁ ବରିଷ୍ଠ ପୋଲିସ ଅଧିକାରୀ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *