ସାରା ସଂସାରରେ ମାନବ ଧର୍ମ କୁ ଶ୍ରେଷ୍ଠ ଧର୍ମ କୁହାଯାଏ । ଯାହାର ମୂଳତତ୍ୱ ଛେଉଛି ମାନବିକତା । ଦାନ ଭିତରେ ଶ୍ରେଷ୍ଠ ଦାନ ଅନ୍ନ ଦାନକୁ ବିଚାର କରାଯାଏ । ନଗ୍ନ କୁ ବସ୍ତ୍ର , ଖୁଦାର୍ଥ କୁ ଖାଦ୍ୟ , ତୁଷାର୍ଥ କୁ ଜଳ ଓ ଅସହାୟ ମାନଙ୍କୁ ସାହାଯ୍ୟ ହି ଶ୍ରେଷ୍ଠ ଧର୍ମ । ସଦା ସର୍ବଦା ବୃଦ୍ଧ , ପାଗଳ , ଭିକାରୀ ନାରାୟଣ ମାନଙ୍କୁ ଦୟା ଦେଖାଇବା ଉଚିତ । ଏହା ହିଁ ମାନବଧର୍ମ କୁହାଯାଏ ।
ଆଜକୁ 5 ବର୍ଷ ରୁ ଉର୍ଦ୍ଧ୍ବ ମୋର ସାନ ଭାଇ ଯୁବ ସମାଜସେବୀ ଦୀପ୍ତି ରଞ୍ଜନ ଜେନା ସଦର ଭୁବନେଶ୍ୱର ରେ ଅସହାୟ ମାନଙ୍କୁ ଖାଦ୍ୟ ବସ୍ତ୍ର ବାଣ୍ଟି ଚାଲିଛି । ଯାହାର ବି ସେ ପ୍ରଚାର କରେନି । ଆଜି ତାର ଅନୁଷ୍ଠାନ ” ଏଇତ ସମ୍ପର୍କ ” ର ସଭ୍ୟ ମାନଙ୍କ ସହିତ ମିଶି ଏହି ମହାନ କାର୍ଯ୍ୟ ରେ ଭାଗିଦାରୀ ହୋଇଥିଲି । ସାମ୍ପ୍ରତିକ ସ୍ଥିତି ରେ ସମାଜସେବା ର ସ ଅକ୍ଷର ନ ଜାଣି ନଥିବା ଅନେକ ନକଲି ସମାଜସେବୀ ବାହାରିଛନ୍ତି ସେମାନେ କେବେ କାହାକୁ କିଛି ଦିଅନ୍ତି ନି କି କିଛି କରନ୍ତି ନି କେବଳ ନିଜକୁ ପ୍ରଚାର କରନ୍ତି କିନ୍ତୁ ଦୀପ୍ତି ରଞ୍ଜନ ଜେନା ଙ୍କ ଭଳି କିଛି ସମାଜସେବୀ ମାନେ ସମାଜରେ ସାମାଜିକ ଦାଇତ୍ୱ ବୋଧ କୁ ବୁଝି ପରଦାର ପଛପଟେ କାର୍ଯ୍ୟ କରିଥାନ୍ତି । ବହୁତ ବହୁତ ଧନ୍ୟବାଦ ଦୀପ୍ତି ଓ ତାର ଅନୁଷ୍ଠାନ ” ଏଇତ ସମ୍ପର୍କ ” କୁ ଆଗକୁ ତାର ଏହି କାର୍ଯ୍ୟଧାରା ବଜାଇ ରହୁ ।
ବନ୍ଦେ ଉତ୍କଳ ଜନନୀ
ଜୟ ହିନ୍ଦ ।
