ଲାଳୁଆ ନେତାଙ୍କ ହିନସ୍ତା କାମ : ଚିଠିଲେଖି ଉଦ୍ଧାର ପାଇଁ ଯୁବତିଙ୍କ ଗୁହାରୀ

ବାଲେଶ୍ବର : ଚିଠି ଲେଖିଲେ ଯୁବତି ବାଲେଶ୍ବର ଏସପି ମୋତେ ଉଦ୍ଧାର କର ା ସତ ହୋଇଥିଲେ ସାଙ୍ଘାତିକ , ସ୍ପିଡ ପୋଷ୍ଟରେ ଯୁବତିଙ୍କ ଚିଠି। ଏକ କେନ୍ଦ୍ରିୟ ରାଜନୈତିକ ଦଳର ଡର୍ଜନ ଡର୍ଜନ ନେତା ଓ ନେତ୍ରିଙ୍କ ତାଲିକା। ଯେଉଁଥିରେ ଲେଖା ଅଛି ଜିଲ୍ଲାର ଜଣେ ଦଳିଅ ପଦପଦବିରେ ଥିବା ନେତା ୨୯ବର୍ଷର ଯୁବତିଙ୍କୁ ଡାକିଆଣି ବାଲେଶ୍ବର ଜିଲ୍ଲା ଚାନ୍ଦିପୁରରେ ଏକ ହୋଟେଲରେ ରଖିଲେ , ଆଉ ୩ଜଣ ନେତାଙ୍କୁ ଡାକିଲେ , ଯୁବତିଙ୍କୁ ଉଲଗ୍ମ କରି ତାଙ୍କ ଫଟ ଉଠାଇଲେ , ପରେ ଆଣି ସେଇ ନେତାଙ୍କର ଥିବା ଏକ ଚିଙ୍ଗୁଡି ଝାଲିରେ ଛାଡିଦେଲେ। ପରେ ସେଠାରେ ଥିବା ଜଣେ ବିହାରି ମଉସାଙ୍କୁ ଏକଥା ଯୁବତି କହିଲେ କିନ୍ତୁ କିଛି ଫଳ ପାଇଲେନି। ପୁଣି ସେଇ ଦଳର ନାରୀ ନେତ୍ରୀ ମାନେ ଗଲେ କହିଲେ ତୋର ଯେତେଟଙ୍କା ଦରକାର ଦିଆଜିବ ତୁ ଚୁପ ରହ। ସେଇ ନାରୀ ନେତ୍ରି ମାନେବି ସାଙ୍ଗରେଥିବା କିଛି ନେତାଙ୍କ ସହ ସେଇଦିନ ରାତ୍ରିରେ ଖରାପ କାମ କଲେ। ତେବେ ଯୁବତି ଜଣକ ଆହୁରି ବହୁକଥା ସେଇ ନେତା ଏବଂ ନେତ୍ରି ମାନଙ୍କ ନାମଦେଇ ଲେଖିଛନ୍ତି। ଏଇ ଚିଠିଟିକୁ ମଧ୍ୟ ଯୁବତି ଜଣକ ରାଜ୍ୟର ପ୍ରମୁଖ ଗଣ ମାଧ୍ୟମ ଏବଂ ଜିଲ୍ଲାପାଳ ବାଲେଶ୍ବର, ଏସପି ବାଲେଶ୍ବର , ଆଇ ଆଇସି ଚାନ୍ଦିପୁର ଓ ଉପନିର୍ବାଚନରେ ପ୍ରାର୍ଥୀ ହୋଇଥିବା ୩ପ୍ରମୁଖ ଦଳର ପ୍ରାର୍ଥିଙ୍କୁ ଦେଇଛନ୍ତି। କିନ୍ତୁ କେହିବି କିଛି କାର୍ଯ୍ୟାନୁଷ୍ଠାନ ନନେବା ସବୁଠାରୁ ନିନ୍ଦାର କାରଣ ପାଲଟିଛି। ଏଠି ପ୍ରଶ୍ନ ଉଠୁଛି ଚିଠି ପାଇଛନ୍ତିତ ବାଲେଶ୍ବର ଏସପି ? ଯଦି ପାଇଛନ୍ତି ନିରବ କାହିଁକି ? ସେ ଚିଠିର ଏକ କପି ଲାଗିଛି ଆମ ହାତରେ। ଏକ ଦାଇତ୍ବ ସମ୍ପର୍ଣ୍ଣ ଗଣ ମାଧ୍ୟମ ଭାବେ ସେଥିରେ ଯାହା ଲେଖାଅଛି ତାହା ଆମେ ପ୍ରକାଶ କରିଛୁ କରିବୁ ମଧ୍ୟ। ଆମର ଲକ୍ଷ ପୋଲିସ ତୁରନ୍ତ ତଦନ୍ତକରୁ ଏବଂ ଦୋଷିଙ୍କ ବିରୁଦ୍ଧରେ ଦ୍ରୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ। ତେବେ ଦେଖିବା ବାକି ରହିଲା ପୋଲିସ , ଜିଲ୍ଲାପାଳ ନା ୩ପ୍ରମୁଖ କଂଗ୍ରେସ, ବିଜେଡି, ବିଜେପି କିଏ କେବେ ଉଦ୍ଧାର କରୁଛନ୍ତି ଯୁବତିଙ୍କୁ ା

Leave a Reply

Your email address will not be published. Required fields are marked *