ଜଳେଶ୍ବର : ଜଳେଶ୍ୱର କୃଷକ ଏକତା ମଞ୍ଚ ପକ୍ଷରୁ ସର୍ବଦଳୀୟବୈଠକରେ ସମସ୍ତ ରାଜନୈତିକ ଦଳର ନେତା ଉପସ୍ଥିତ ହୋଇ କୃଷକ ମାନେ ନକଲି ବିହନରେ ଚାଷକରି କ୍ଷତିଗ୍ରସ୍ତ ହୋଇଥିବା ଆଲୋଚନା କଥାକୁ ଗତ ତା ୨୯/୦୯/୨୦ରିଖ ନିର୍ଦ୍ଦିଷ୍ଟ କିଛି ଖବର କାଗଜ ସଠିକ ଖବର ପ୍ରକାଶ ନକରି କେନ୍ଦ୍ରସରକାଙ୍କ କୃଷି ବିଲ ଆଗତକୁ କଂଗ୍ରେସର ବିରୋଧ ଓ ଖବର ଭିତରେ ସର୍ବଦଳୀୟ ବୈଠକର ନେତାଙ୍କ ଫୋଟ ପରିପ୍ରକାଶ କରି କିଛି ରାଜନୈତିକ ନେତାଙ୍କୁ ଅଡୁଆ ରେ ପକାଇଥିବା ବେଳେ ବିଜେପି ନେତାଙ୍କ ଉପସ୍ଥିତିକୁ ନେଇ ଖବରଟି ପ୍ରଶ୍ନବାଚୀ ସୃଷ୍ଟି କରିଥିଲା । ମିଛ ଓ ଭିତିହୀନ ଖବର ଖଣ୍ଡନ କରି ସଠିକ ଖବର ପ୍ରକାଶ ପାଇଁ ନିର୍ଦ୍ଧିଷ୍ଟ ଖବର କାଗଜର ମୁଖ୍ୟ ସମ୍ପାଦକଙ୍କୁ ଅଭିଯୋଗ କରିବା ସହ ଖବର ଖଣ୍ଡନ କରାନଗଲେ କୋର୍ଟ ଦ୍ବାରସ୍ଥ ହେବେ ବୋଲି ଆଜି ବିଜେପିର ଆୟୋଜିତ ଏକ ସାମ୍ବାଦିକ ସମମ୍ମିଳନୀରେ ବିଜେପି ନେତା ତଥା ରାଷ୍ଟ୍ରୀୟ ପରିଷଦ ସଦସ୍ୟ ସମୀର କୁମାର ପାତ୍ର ପ୍ରକାଶ କରିଛନ୍ତି ।
