ଜଳେଶ୍ବର : ବିବାଦ ପିଛା ଛାଡ଼ୁନି ଜଳେଶ୍ୱରକୁ । କେତେବେଳ ଡ୍ରଗ୍ସ ତ ଆଉ କେତେବେଳେ ସେକ୍ସ କାରବାର । ସବୁବେଳେ ଚର୍ଚାରେ ଜଳେଶ୍ବର । ସେକ୍ସ କାରବାରକୁ ନେଇ ଦିନ କେଇଟା ତଳେ ଜଳେଶ୍ୱର ସୁବର୍ଣ୍ଣରେଖା ହୋଟେଲ ଉପରେ ପୋଲିସ ଚଢ଼ାଉ କରି ବା କଥା ମନରୁ ନ ଯାଉଣୁ ପୁଣି ଆଜି ଜଳେଶ୍ୱର ଷ୍ଟେସନ ସାମ୍ନାରେ ଥିବା ଶ୍ରୀକୃଷ୍ଣ ଲଜ ଉପରେ ଚଢାଉ । ଖବରରୁ ଜଣାପଡିଛି ଯେ ଆଜି ସନ୍ଧ୍ୟାରେ ଶ୍ରୀକୃଷ୍ଣ ଲଜର ୧୦୧ ନଂ ରୁମରେ ଜଣେ ମହିଳା ରହିଥିବା ବେଳେ ଲଜ ରେଜିଷ୍ଟାରରେ ସ୍ୱାମୀ , ସ୍ତ୍ରୀ ନା ଦର୍ଶା ଯାଇଛି । କଥା ହେଉଛି ଲଜ ମାଲିକ ମହିଳା କି ପୁରୁଷଙ୍କର ଆଧାର କାର୍ଡ ନନେଇ କାହିଁକି ଲଜକୁ ଏଣ୍ଟ୍ରିକରାଇଲେ ? ପୋଲିସ ଚଢ଼ାଉ ବେଳେ ରୁମ ଭିତରେ କେବଳ ମହିଳାଥିଲେ ? ଠିକ ସେତିକିବେଳେ ବାଲିଆପାଳ ଅଂଚଳର ବିଶ୍ୱନାଥ ଗିରି ନାମକ ବ୍ୟକ୍ତି ୪୦ କି:ମି ଦୂରରୁ ରହି ଲଜରେ ଥିବା ମହିଳାଙ୍କ ସ୍ୱାମୀ ବୋଲି ପୋଲିସକୁ ପରିଚୟ ଦେଇଥିଲେ । ତେବେ ମହିଳା ଜଣକ ଲଜରେ ଏକା ରହିଥିବା ନେଇ ଜଳେଶ୍ୱର ପୋଲିସକୁ ସନ୍ଧେହ ହୋଇଛି । ଘଟଣାର ସତ୍ୟା ସତ୍ୟ ଜାଣିବା ପାଇଁ ସ୍ୱାମୀ ,ସ୍ତ୍ରୀର ପରିଚୟ ଦେଉଥିବା ଦୁହିଁଙ୍କୁ ପୋଲିସ ଥାନାକୁ ଡକାଇଥିବା ଜଣାପଡିଛି । ତେବେ ପୋଲିସର ଏଭଳି ଚଢାଉ ଆଗାମି ଦିନରେ ଦେହବ୍ୟବସାଇଙ୍କ ବ୍ୟବସାୟର ଲଗାମ ଲଗେଇ ପାରିବ ବୋଲି ବୁଦ୍ଧିଜିବି ମାନେ ମତବ୍ୟକ୍ତ କରିଛନ୍ତି ।
