ରଙ୍ଗବେରଙ୍ଗର ପ୍ରଜାପତି ମଧ୍ୟ ବିଷ ତତ୍ତ୍ବକୁ ସହଜରେ ଚିହ୍ନଟ କରିପାରେ। ଫୁଲରୁ ଫୁଲକୁ ଉଡ଼ି ବସୁଥିବା ଏଇ ପ୍ରଜାପତିର ୬ଟି ଗୋଡ଼ ଥାଏ। ମନୁଷ୍ୟ ଓ ଅନ୍ୟାନ୍ୟ ପ୍ରାଣୀ ଜିଭରେ ସ୍ବାଦ ଚାଖୁଥିବାବେଳେ ପ୍ରଜାପତି କୀଟଟି ଗୋଡ଼ରେ ସ୍ବାଦକୁ ଜାଣିପାରେ। ଶୁଣିବାକୁ ବିଚିତ୍ର ଲାଗୁଥିଲେ ମଧ୍ୟ ବିଶେଷଜ୍ଞ ଦଳ ହିଁ ଏହାର ସତ୍ୟତା ପ୍ରମାଣ କରିଛନ୍ତି। ଗୋଡ଼ରେ ଥିବା ସ୍ବାଦ ସେନ୍ସର୍ ସେମାନଙ୍କର କାମ କରିବା ସହ ବିଷାକ୍ତ ଫୁଲର ପାଖରେ ଉଡ଼ିଲେ ମଧ୍ୟ ଫୁଲର ତତ୍ତ୍ବ ପ୍ରଜାପତିଟି ସହଜରେ ଜାଣିପାରେ।
