ଜଳେଶ୍ୱର : ( ବିନୟ ପ୍ରଧାନ ) ଡ୍ରଗ୍ସ କାରବାରରେ ପୋଲିସର ସମ୍ପୃକ୍ତି ଘଟଣା ଖାକିକୁ କଳଙ୍କର ଦାଗ ନ ଲିଭୁଣୁ ପୁଣି ଖାକିରେ ଲାଗିଛି ସେକ୍ସ ର ଦାଗ । ହୋଟେଲରେ ଦେହଜୀବୀଙ୍କ ସହ ରାତିବିତାଇ ଦେହର ଉଷ୍ଣତାକୁ ଉଗାଳି ଧରା ପଡ଼ିଛନ୍ତି ଜଣେ ପୋଲିସ ବାବୁ ।
ବାଲେଶ୍ଵର ଏସପିଙ୍କ ନିର୍ଦ୍ଧେଶ କ୍ରମେ ଜଳେଶ୍ୱର ସୁବର୍ଣ୍ଣରେଖା ହୋଟେଲରେ ଉପରେ ଜଳେଶ୍ୱର ପୋଲିସର ଏକ ଟିମ ଚଢାଉ କରି ଜଣେ ପୋଲିସ କନଷ୍ଟେବଳ ଅନ୍ୟ ଜଣେ ଯୁବକଙ୍କ ସହ ହୋଟେଲ ମ୍ୟାନେଜର ଓ ୨ ଦେହ ବେପାରୀ ଯୁବତୀଙ୍କୁ ଧରିଛି ଜଳେଶ୍ୱର ପୋଲିସ । ଏପରି ଘଟଣାକୁ ନେଇ ଜଳେଶ୍ୱର ବେଶ ଚର୍ଚ୍ଚାରେ ।
ଜଳେଶ୍ୱରର କିଛି ନିର୍ଦ୍ଦିଷ୍ଟ ହୋଟେଲ ସେକ୍ସ କାମ ପାଇଁ ଦେଶ ଉଦ୍ଧିଷ୍ଟ । ଯାହାକି ସୁବର୍ଣ୍ଣରେଖା ହୋଟେଲ ତାଭିତରେ ଅନ୍ୟତମ । ଜଳେଶ୍ୱର ଥାନାକୁ ନୂଆକରି ଆସୁଥିବା କିଛି ପୋଲିସ ବାବୁ ମାନେ ପ୍ରଥମେ ମାସେ ୧୫ ଦିନ ରହିଥିବା ପସନ୍ଦ କରନ୍ତି ଯାହାର ବହୁ ନଜିର ରହିଛି । ତେବେ ଅନୁମାନ କରାଯାଏ ଏହି ହୋଟେଲ ପ୍ରତି ପୋଲିସର ଅନୁକମ୍ପା ଯୋଗୁ ବୋଧେ ବର୍ଷ ବର୍ଷ ଧରି ଦିନରାତ ଚାଲିଥିଲା ଦେହ ବେପାର । ଥାନା ଠାରୁ ୩୦୦ ମିଟର ଦୂରରେ ସେକ୍ସ କାରବାର ଚାଲିଛି ଅଥଚ ଜଳେଶ୍ୱର ପୋଲିସ ଟେର ପାଇନଥିଲା କେମିତି ? ନା ଭିତିରି ଆଉ କିଛି ସଲାସୁତରା ଥିଲା । କାହିଁ କି ହୋଟେଲ ମାଳିକାକୁ ପୋଲିସ ପିରଫ କରୁନାହିଁ । କାହିଁକି ? ନା କେବଳ ମ୍ୟାନେଜରଙ୍କୁ ଗିରଫ କରି କାମ ସାରିଦେଲେ । ତେବେ କଥା ହେଉଛ ମ୍ୟାନେଜର ର ବା ଦୋଷ କଣ ? ହୋଟେଲରେ ଦେହ ବେପାର ପାଇଁ ମାଲିକଙ୍କ ନିର୍ଦ୍ଦେଶ ନଥିଲେ ହେଉଥିଲା କେମିତି ? ସେକ୍ସ ବେପାରର ଅର୍ଥ କିଏ ନେଉଥିଲା । ହୋଟେଲର ସିସି କ୍ୟାମେରା କାହିଁକି ବନ୍ଦ ରହୁଛି । ଏ ସବୁ କଥା କେବଳ ହୋଟେଲ ମାଲିକଙ୍କୁ ଗିରଫ କରାଗଲେ କଥା ପଦାକୁ ଆସିବ । ସୁବର୍ଣ୍ଣରେଖା ହୋଟେଲକୁ ବିଭିନ୍ନ ଅଞ୍ଚଳରୁ ବହୁ ହାଇ ସୋସାଇଟି ଘରର ଲେଡି ମାନଙ୍କୁ ଅଣାଯାଇ ସ୍ଥାନୀୟ କେତେକ ପ୍ରତିଷ୍ଠିତ ବ୍ୟକ୍ତି ରାତିର ସୌଦାଗର ସାଜନ୍ତି । କିଛି ସମୟ ଏନଜୟ କରି ଖୁସିହୋଇ ଲେଡି ମାନେ ଘରକୁ ଫେରନ୍ତି ବୋଲି ବେଳେ ବେଳ ଶୁଣିବାକୁ ମିଳେ ।ତେବେ ସୁବର୍ଣ୍ଣରେଖା ହୋଟେଲର ଘଟଣା ସାମ୍ନାକୁ ଆସିବାପରେ ଅନ୍ୟ ହୋଟେଲ ମାନେ ମଧ୍ୟ ସନ୍ଧେହ ଘେରକୁ ଆସିଛନ୍ତି ହେଲେ ଦେଖିବାକୁ ବାକି ରହିଲା କେବେ ପୁଲିସ ଏମାନଙ୍କ ଉପରେ କାର୍ଯ୍ୟନୁଷ୍ଠାନ ଗ୍ରହଣ କରୁଛି।
