ରାଜଧାନୀରେ ବଢ଼ୁଛି ନିଶା କାରବାର : ବିପୁଳ ପରିମାଣର ଗଞ୍ଜେଇ ଜବଦ

ଭୁବନେଶ୍ୱର ଭରତପୁର ଅଞ୍ଚଳରୁ ବୁଧବାର ବିପୁଳ ପରିମାଣର ଗଞ୍ଜେଇ ଜବତ କରିବା ସହ ଜଣେ ଅଭିଯୁକ୍ତକୁ ଗିରଫ କରିଛି ଅବକାରୀ ବିଭାଗ। ଘଟଣା ସ୍ଥଳରୁ ଗଞ୍ଜେଇ ବୋଝେଇ ବୋଲେରୁକୁ ମଧ୍ୟ ଜବତ କରାଯାଇଛି। ସୂଚନା ଅନୁଯାୟୀ, ଆଜି ଭୋର୍ ସମୟରେ ଭରତପୁର ନିକଟରେ ଏକ ବୋଲେରୋରେ ବିପୁଳ ପରିମାଣର ଗଞ୍ଜେଇ ଚେରାଚାଲାଣ ହେଉଥିବାର ଖବର ମିଳିଥିଲା। ଏହାପରେ ଅବକାରୀ ବିଭାଗ ପକ୍ଷରୁ ଚଢାଉ କରାଯାଇଥିଲା। ଉକ୍ତ ବୋଲେରୋରୁ ବିପୁଳ ପରିମାଣର ଗଞ୍ଜେଇ ଜବତ କରାଯିବା ସହ ଜଣଙ୍କୁ ଗିରଫ କରାଯାଇଛି। ଉକ୍ତ ବୋଲେରୋଟି ଖୋର୍ଦ୍ଧା-କଟକ ବାଇପାସରେ ଯିବାର ଯୋଜନା କରିଥିବାର ଖବର ମିଳିଛି। ଜବତ ହୋଇଥିବା ଗଞ୍ଜେଇର ଆନୁମାନିକ ମୂଲ୍ୟ ପ୍ରାୟ ୧ କୋଟି ଟଙ୍କା ହେବ ବୋଲି ଜଣାପଡ଼ିଛି।

Leave a Reply

Your email address will not be published. Required fields are marked *