୬୯୯ ଅଚଳ ଆଇନ ବନ୍ଦ ହେବ : ‘ଓଡ଼ିଶା ରିପିଲିଂ ବିଲ୍‍-୨୦୨୦’

ଭୁବନେଶ୍ୱର: ରାଜ୍ୟରେ ଦୀର୍ଘ ୪୬ବର୍ଷ ହେଲା ଶତାଧିକ ପୁରୁଣା କାଳିଆ ଆଇନ କେବଳ କାଗଜପତ୍ରରେ ଚାଲୁ ରହିଛି। ଯାହାକି କାଳକ୍ରମେ ସାଂପ୍ରତିକ ପରିସ୍ଥିତି ଅନୁଯାୟୀ ଗୁରୁତ୍ୱ ହରାଇଲାଣି। ତେଣୁ ଏହିସବୁ ଆଇନକୁ ଆଗାମୀ ଦିନରେ କାର୍ଯ୍ୟକ୍ଷମ ନକରି ସେସବୁକୁ ସବୁଦିନ ପାଇଁ ବନ୍ଦ କରିଦେବାପାଇଁ ଲକ୍ଷ୍ୟ ନେଇ ଆଇନ ବିଭାଗ ପକ୍ଷରୁ ‘ଓଡ଼ିଶା ରିପେଲିଂ ଆଇନ-୨୦୨୦’ଅଣାଯାଇଛି। ଏଥିରେ ୬୯୯ଟି ପୁରୁଣାକାଳିଆ ଆଇନ ବନ୍ଦ କରାଯିବା ଲାଗି ପ୍ରସ୍ତାବ ରହିଛି। ଏହିସବୁ ଆଇନକୁ ନେଇ କେଉଁ ନ୍ୟାୟାଳୟରେ ଯଦି ମାମଲା ଗଡ଼ୁଛି କିମ୍ବା ଏହାର କିଛି ଗୁରୁତ୍ୱ ରହିଛି ସେସମ୍ପର୍କରେ ୧୫ଦିନ ମଧ୍ୟରେ ଜଣାଇବା ଲାଗି ଆଇନ ବିଭାଗ ପକ୍ଷରୁ ରାଜ୍ୟ ଉନ୍ନୟନ କମିଶନର, ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସହିତ ସବୁ ବିଭାଗ ସଚିବଙ୍କୁ ପତ୍ର ଲେଖି ଅବଗତ କରାଯାଇଛି।

Leave a Reply

Your email address will not be published. Required fields are marked *