ଡ୍ରଗ୍ସ ମାମଲା:  ଚର୍ଚ୍ଚାରେ କରଣ ଜୋହରଙ୍କ ୨୦୧୯ ପାର୍ଟି

ବଲିଉଡ଼ ଅଭିନେତା ସ୍ୱର୍ଗତଃ ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲା ଏକ ଭିନ୍ନ ମୋଡ଼ ନେଇ ଏବେ ଡ୍ରଗ୍ସ ସହ ଯୋଡ଼ି ହୋଇଯାଇଛି। ଯଦ୍ୱାରା ବଲିଉଡ଼ର ଅନେକ ତାରକାଙ୍କ ବେକ ଉପରେ ଏବେ ଖଣ୍ଡା ଝୁଲିଲା ଭଳି ପରିସ୍ଥିତି ସୃଷ୍ଟି ହୋଇଛି। କୌଣସି ନା କୌଣସି କାରଣରୁ ବଲିଉଡ଼ ଶିଳ୍ପ ବାରମ୍ବାର ଏହି ମାମଲା ସହ ଯୋଡ଼ି ହେଉଛି। ଇତି ମଧ୍ୟରେ ପୁଣିଥରେ ନିର୍ମାତା-ନିର୍ଦ୍ଦେଶକ କରଣ ଜୋହର ଟାର୍ଗେଟକୁ ଆସିଛନ୍ତି।

ମିଳିଥିବା ସୂଚନା ମୁତାବକ, କରଣ ଜୋହରଙ୍କ ଦ୍ୱାରା ୨୦୧୯ରେ ଆୟୋଜିତ ହୋଇଥିବା ପାର୍ଟିର ଭିଡିଓ ଫୁଟେଜ୍‍ ଏନ୍‍ସିବି ଯାଞ୍ଚ କରିପାରେ। ଯାହାକୁ ନେଇ ସେତେବେଳେ ହଙ୍ଗାମା ହୋଇଥିଲା। ସେ ସମୟରେ ପାର୍ଟିର କିଛି ଫଟୋ ଓ ଭିଡିଓ ଭାଇରାଲ୍‍ ହୋଇଥିଲା। ସାମ୍ନାକୁ ଆସିଥିବା ସେହି ଭିଡିଓରେ ବଲିଉଡ଼ର ଅନେକ ନାମୀଦାମୀ କଳାକାରଙ୍କୁ ଦେଖିବାକୁ ମିଳିଥିଲା। ଭିଡିଓ ଦେଖିବା ପରେ ସାମାଜିକ ଗଣମାଧ୍ୟମରେ କରଣଙ୍କୁ ଖୁବ୍‍ ଟ୍ରୋଲ କରାଯାଇଥିଲା। ଏହା ସହିତ ସେ ସମୟରେ ଶାହିଦ୍‍ କପୁରଙ୍କର ଏକ ସାକ୍ଷାତକାର ମଧ୍ୟ ସାମ୍ନାକୁ ଆସିଥିଲା। ଯେଉଁଥିରେ ସେ କହିଥିଲେ ଯେ, ପାର୍ଟିରେ ବହୁତ ଧୂଆଁ ଥିଲା। ଏହି କାରଣରୁ ତାଙ୍କୁ ନିଃଶ୍ୱାସ ପ୍ରଶ୍ୱାସରେ କଷ୍ଟ ଅନୁଭୂତ ହୋଇଥିଲା ଓ ତାଙ୍କୁ ଅଧାରୁ ପାର୍ଟି ଛାଡ଼ି ଯିବାକୁ ପଡ଼ିଥିଲା। ତେବେ ଯଦି ଯାଞ୍ଚ ହୁଏ ତେବେ ବଲିଉଡ଼ର ବଡ଼ ବଡ଼ କଳାକାର ଏନ୍‍ସିବି ଜାଲରେ ପଡ଼ିପାରନ୍ତି।

ସୂଚନାଯୋଗ୍ୟ, ରିୟା ଚକ୍ରବର୍ତ୍ତୀ ତାଙ୍କ ବୟାନରେ ୮୦ ପ୍ରତିଶତ ସେଲିବ୍ରିଟି ନିଶା ସେବନ କରନ୍ତି ବୋଲି କହିଥିଲେ।

 

Leave a Reply

Your email address will not be published. Required fields are marked *