ନୀଳଗିରି: କଥାରେ ଅଛି ଗୋଦଡିଲ ତୋ ଗୋଡକୁ ଅନା , ନୀଳଗିରି ବିଧାୟକ ସୁକାନ୍ତ ନାୟକ ନିଜର ଗୋଡ ଗୁଦୁଡା ହେବା କଥା ଭୂଲିଗଲେଣି ୟା ତା ଗୋଡକୁ ଦେଖିକି କୁରୁଳି ପଡୁଛନ୍ତି । ସୁକାନ୍ତଙ୍କ ନାମରେ ଭିଜିଲାନ୍ସ ଚିଠିଲେଖିଥିଲାବେଳେ ଇଏ ୟାକୁ ତାକୁ କହୁଛନ୍ତି ଭିଜିଲାନ୍ସ ଧରେଇବି । ସୁକାନ୍ତ ବାବୁ ଆପଣ କଣ ଭୁଲିଗଲେକି କିଭଳି ଭୁଲ୍ କରିଥିଲେ, ଯାହାଦ୍ୱାରା ଭିଜିଳାନ୍ସ ଆପଣଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଜିଳ୍ଲାପାଳଙ୍କୁ ରିିପୋର୍ଟ କରିଥିିଲା । ଅଥଚ ଏବେ ସେହି ଭିିଜିଲାନ୍ସର ଧମକ ଦେଉଛନ୍ତି ଖୋଦ ସୁକାନ୍ତ ନାୟକ । ଏହା ‘ଛୁଂଚି – ଚାଲୁଣିି ଉପାଖ୍ୟାନ’ ଭଳି ଲାଗୁଛି । ଚାଲୁଣିି ଗାଣ୍ଡିରେ ଅନେକ ବିଳ ଥିବା ବେଳେ ଛୁଂଚି ଗାଣ୍ଡିରେ ଗୋଟେ ବିଳ ଅଛିବୋଲି ଚାଲୁଣିି ଛୁଂଚିକୁ କହିବା ଯାହା, ଏଠାରେ ସୁକାନ୍ତ ନାୟକ, ଅନୀଲ ପଣ୍ଡାଙ୍କୁ ଭିଜିଳାନ୍ସର ଧମକ ଦେବା ମଧ୍ୟରେ କିଛି ଫରକ ଅଛିକିି (?) ଅତୀତର ପୃଷ୍ଠା ଓଲଟାଇଲେ, ଯାହା ଦେଖିବାକୁ ମିଳେ ସେଥିରେ ଯେକୌଣସି ବ୍ୟକ୍ତି ଆଶ୍ଚର୍ଯ୍ୟ ହେବ । ବାଲେଶ୍ୱର ବିଭିଲାନ୍ସ ବିିଭାଗ ସୁକାନ୍ତ ନାୟକଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ପାଇଁ ତତ୍କାଳୀନ ଜିଳ୍ଲାପାଳଙ୍କୁୁ ରିପୋର୍ଟ କରିଥିଲା । ବାଲେଶ୍ୱର ଭିଜିଲାନ୍ସ ଏସ୍.ପି ଙ୍କ କାର୍ଯ୍ୟାଳୟ ଚିଠିି ନଂ.- ୨୦୨/ ତା-୨.୨.୨୦୧୩ ରିଖ ରେ ସୁକାନ୍ତ ନାୟକଙ୍କ (ଆସିଷ୍ଟାଣ୍ଡ ଇଞ୍ଜିିନିୟର ଥିବା ସମୟରେ) ସୁକାନ୍ତ ନାୟକଙ୍କ ସହ ଅାର.ଡବ୍ଲ୍ୟୁ ଡିଭିଜନର କନିଷ୍ଠ ଯନ୍ତ୍ରୀ ଖଗେନ୍ଦ୍ର ଭଦ୍ରା ଓ ନୀଳଗିିରିି ତହସିଲ ଅଧିନସ୍ଥ ସନ୍ତରାଗଡ଼ିଆ ଅାର.ଆଇଙ୍କ ବିରୁୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ରିିପୋର୍ଟ କରିିଥିଲେ ଭିଜିିଳାନ୍ସ ଏସ୍.ପି । ଉପରେରାକ୍ତ ବ୍ୟକ୍ତିମାନେ ରତ୍ନାକର ଦ୍ୱାରୀ ନାମକ ଜଣେ ବ୍ୟକ୍ତିଙ୍କୁ ଅହେତୁକ ଅନୁକମ୍ପା କରି ତାଙ୍କ ସପକ୍ଷରେ ସଲଭେନ୍ସି ସାର୍ଟିିଫିକେଟ୍/ଭେଲୁଏସନ୍ ସାର୍ଟିିଫିକେଟ ପ୍ରଦାନ କକରିିଥିଲେ, ଯାହା ପ୍ରକୃତ ତଥ୍ୟ ଆଧାରରେ ନଥିଲା ବୋଲି ରାଜବରହମ୍ପୁର ଅଂଚଳର ରାଜୀବ ଲୋଚନ ଚୌଧୁରୀ ନାମକ ଜଣେ ବ୍ୟକ୍ତିଙ୍କ ଅଭିଯୋଗ ଅାଧାରରେ ବାଲେଶ୍ୱର ଭିଜିଲାନ୍ସ ବିଭାଗ ତଦନ୍ତରୁ ଜାଣିବାକୁ ପାଇଥିଲା । ଏଠି ପ୍ରଶ୍ନ ଉଠୁଛି ବିଧାୟକ ନିଜେ ସରକାରୀ ଚାକିରି କରିଥିବା ବେଳେ ଜମା ସଚୋଟ ନଥିଲେ ସେ କଣ ଲୋକଙ୍କୁ ଭିଜିଲାନ୍ସ ଧରେଇବେ କହୁଛନ୍ତି , ଏହା ହାସ୍ୟାସ୍ପଦ , ଲଜ୍ୟାଜନକ କୁହାଜିବନିତ ଆଉ କଣ କୁହାଯାଇ ପାରେ ?
