ଅଗୁସ୍ତା ୱେଷ୍ଟ୍‌ଲାଣ୍ଡ୍‌ ହେଲିକପ୍ଟର କିଣା ଦୁର୍ନୀତି : ପୂର୍ବତନ ସିଏଜିଙ୍କ ବିରୋଧରେ ମାମଲା ପାଇଁ  ସିବିଆଇ କେନ୍ଦ୍ର ସରକାରଙ୍କ ଅନୁମତି ଲୋଡ଼ିଲା

 

ଅଗୁସ୍ତା ୱେଷ୍ଟ୍‌ଲାଣ୍ଡ୍‌ ହେଲିକପ୍ଟର କିଣା ଦୁର୍ନୀତିରେ ସମ୍ପୃକ୍ତି ଅଭିଯୋଗରେ ପୂର୍ବତନ ପ୍ରତିରକ୍ଷା ସଚିବ ଶଶୀକାନ୍ତ ଶର୍ମା, ବିମାନବାହିନୀର ପୂର୍ବତନ ଉପମୁଖ୍ୟ ଜସ୍‌ବୀର ସିଂହ ପାନେସର୍‌ଙ୍କ ସହ ବାୟୁସେନାର ଅନ୍ୟ ତିନି ଅଧିକାରୀଙ୍କ ବିରୋଧରେ ମାମଲା ରୁଜୁ ପାଇଁ ଅନୁମତି ମାଗି ସିବିଆଇ କେନ୍ଦ୍ର ସରକାରଙ୍କୁ ଚିଠି ଲେଖିଛି। ବାୟୁସେନାର ଏହି ତିନି ଅଧିକାରୀ ହେଉଛନ୍ତି ଡେପୁଟି ଚିଫ୍ ଟେଷ୍ଟ୍‌ ପାଇଲଟ୍‌ ଏସ୍‌ଏ କୁନ୍ତେ, ୱିଙ୍ଗ୍ କମାଣ୍ଡର୍‌ ଟୋମାସ୍ ମାଥ୍ୟୁ ଓ କ୍ୟାପ୍‌ଟେନ୍ ଏନ୍ ସନ୍ତୋଷ। ଏମାନଙ୍କ ବିରୋଧରେ ଅତିରିକ୍ତ ଅଭିଯୋଗ ଫର୍ଦ ପ୍ରସ୍ତୁତ ହୋଇଛି।ସରକାରଙ୍କ ଅନୁମତି ମିଳିବା ପରେ ଏହା ଦାଖଲ କରାଯିବ। ୨୦୧୦, ଫେବ୍ରୁଆରୀରେ ୩, ୭୨୭ କୋଟି ଟଙ୍କା ମୂଲ୍ୟରେ ୧୨ଟି ଅଗୁସ୍ତା ୱେଷ୍ଟଲାଣ୍ଡ ଭିଭିଆଇପି ହେଲିକପ୍ଟର କିଣିବା ପାଇଁ ଏକ ବିଦେଶୀ କମ୍ପାନୀକୁ ଠିକା ଦିଆଯାଇଥିଲା। ଏଥିରେ ଅନେକ ଆଇନ ଉଲ୍ଲଙ୍ଘନ ହେବା ସହ ଲାଞ୍ଚ କାରବାରର ଅଭିଯୋଗ ହୋଇଥିଲା। ସେହି ସମୟରେ ଶଶୀକାନ୍ତ ଶର୍ମା ଭାରତର ପ୍ରତିରକ୍ଷା ସଚିବ ଥିଲେ। ପରେ ସେ ୨୦୧୭ପର୍ଯ୍ୟନ୍ତ ସିଏଜି ପଦରେ ଅବସ୍ଥାପିତ ଥିଲେ। ଏହି ମାମଲାରେ ପ୍ରଥମ ଥର ଲାଗି ତାଙ୍କ ନାଁ ଉଠିଛି।

Leave a Reply

Your email address will not be published. Required fields are marked *