ଚୀନ ସୀମାରେ ଠାବ ନିଖୋଜ ଥିବା ୫ ଭାରତୀୟ : ଚୀନ ସେନାର ଅପହରଣ ଅଭିଯୋଗ

ଚୀନର ସୀମାନ୍ତ ଅରୁଣାଚପ୍ରଦେଶରୁ ନିଖୋଜ ହୋଇଯାଇଥିବା ୫ ଭାରତୀୟ ନାଗରିକଙ୍କୁ ଚୀନର ପିପୁଲ୍ସ ଲିବରେସନ ଆର୍ମି (ପିଏଲଏ) ଠାବ କରିଛି। ନିଖୋଜ ଭାରତୀୟଙ୍କୁ ଚୀନ ସେନା ଠାବ କରିଥିବା ସମ୍ପର୍କରେ କେନ୍ଦ୍ରମନ୍ତ୍ରୀ କିରେନ ରିଜିଜୁ ମଙ୍ଗଳବାର ସୂଚନା ଦେଇଛନ୍ତି। ରିଜିଜୁ ତାଙ୍କ ଟ୍ବିଟରରେ ଲେଖିଛନ୍ତି ‘ଭାରତ ସେନା ଦେଇଥିବା ହଟଲାଇନ ବାର୍ତ୍ତାର ଉତ୍ତର ଦେଇଛି ପିଏଲଏ। ପିଏଲଏ ସ୍ପଷ୍ଟ କରିଛି ଯେ ଅରୁଣାଚଳପ୍ରଦେଶର ନିଖୋଜ ଯୁବକଙ୍କୁ ତାଙ୍କ ସୀମାରେ ଠାବ କରାଯାଇଛି। ଯୁବକମାନଙ୍କୁ ଭାରତୀୟ କର୍ତ୍ତୃପକ୍ଷଙ୍କୁ ହସ୍ତାନ୍ତର କରାଯିବା ନେଇ ଆବଶ୍ୟକ ପ୍ରକ୍ରିୟା ଆରମ୍ଭ ହୋଇଛି।’ ଏହା ପୂର୍ବରୁ ରିଜିଜୁ କହିଥିଲେ ଯେ ଭାରତୀୟ ଯୁବକଙ୍କୁ ଚୀନ ସେନା ଅପହରଣ କରିନେଇଥିବା ଅଭିଯୋଗ ସମ୍ପର୍କରେ ଚୀନ ସେନାକୁ ଅବଗତ କରାଯାଇଛି। ତେବେ ଭାରତର ଅଭିଯୋଗକୁ ଚୀନ ବୈଦେଶିକ ମନ୍ତ୍ରଣାଳୟ ମୁଖପାତ୍ର ଝାଓ ଲିଜିଆନ ସୋମବାର ଖଣ୍ଡନ କରିଥିଲେ। ସେ କହିଥିଲେ ଅରୁଣାଚଳ ପ୍ରଦେଶକୁ ଭାରତର ରାଜ୍ୟ ଭାବେ ଚୀନ ଗ୍ରହଣ କରେ ନାହିଁ। ତେବେ ଭାରତୀୟ ନାଗରିକଙ୍କୁ ଅପହରଣ କରାଯାଇଥିବା ନେଇ ନୂଆଦିଲ୍ଲୀ ଯେଉଁ ଅଭିଯୋଗ କରୁଛି ତାହା ମିଥ୍ୟା। ଚୀନ ସେନା ସୁବନଶିରି ଜିଲାର ୫ଜଣଙ୍କୁ ଅପହରଣ କରିନେଇଥିବା ଅଭିଯୋଗ ହୋଇଥିଲା।

Leave a Reply

Your email address will not be published. Required fields are marked *