କଣ ଅଭ୍ୟାସଗତ ଅଭଦ୍ର ସାଜିଲେଣି କି ନୀଳଗିରି ବିଧାୟକ ସୁକାନ୍ତ ନାୟକ ?


ନୀଳଗିରି : ବିଜେଡିରୁ ତଡାଖାଇ ବିଜେପିରୁ ବିଧାୟକ ଭାବେ ଜିତିଲା ପରେ ତାଙ୍କର ଅଭଦ୍ରାମି ସାମ୍ନାକୁ ଆସୁଛି , ସରାକରୀ କର୍ମଚାରିଙ୍କୁ ଦୁରବ୍ୟବହାର କରି ଧମକାଇବାରେ ବାବୁ ଭାରି ଧୁରନ୍ଦର । ତେବେ ଆଜି ଭାଇରାଲ ହେଉଥିବା ଏକ ଭିଡିଓରେ ବିଧାୟକ ନୀଳଗିରି ବ୍ଲକର ସହକାରୀ ଯନ୍ତ୍ରୀ ଅନୀଲ ପଣ୍ଡାଙ୍କୁ ଜେଉଁଭଳି ବ୍ୟବହାର କରୁଛନ୍ତି ସେ ସେମିତି ବ୍ୟବହାର କରିବା କଣ ଠିକ୍ କି ? ପୂର୍ବରୁ ତହସିଲଦାରଙ୍କୁ ଦୁରବ୍ୟବହାର କରି ଚର୍ଚ୍ଚାକୁ ଆସିଥିବା ବେଳେ ଏବେ ନୀଳଗିରି ବ୍ଲକ ସହକାରୀ ଯନ୍ତ୍ରୀ ଅନୀଲ ପଣ୍ଡାଙ୍କୁ ଧମକ ଦେଇ ଚର୍ଚ୍ଚାକୁଆସିଛନ୍ତି । ତେବେ ମିଳିଥିବା ସେଇ ଅଡିଓ ମୂଳେ ମୋ କଥା ରଖିଲନି ଭିଜିଲାନ୍ସ ଧରାଇ ଦେବି କହୁଛନ୍ତି । ନୀଳଗିରି ବିଧାୟକ କଣ ଅଭ୍ୟାସ ଗତ ଦୁରବ୍ୟବହାର କାରୀ ? ନିଜକୁ କଣ ବହୁତ ବଡ ଡ୍ୟାସ ଭାବୁଛନ୍ତି କି ? ନା ଚର୍ଚ୍ଚାରେ ରହିବା ପାଇଁ ଫାର୍ସ କରୁଛନ୍ତି । ନିଜେଜଣେ ସରକାରୀ କର୍ମଚାରୀ ଥିଲେ, ସେ କଣ ଯାଣିନାହାନ୍ତି କି କେମିତି ଜଣେ ସରକାରୀ କର୍ମଚାରିଙ୍କ ସହ କଥାହେବା କଥା? ନା ସେ ଅଭ୍ୟାସ ଗତ ଅଭଦ୍ର ହୋଇଗଲେଣି ? ଅନ୍ୟପଟେ ଯନ୍ତ୍ରୀ ଏ ବାବଦରେ ଆଇନର ଆଶ୍ରୟ ନେବେକି ? ନା ନିଜ ମାନ ସମାନକୁ ଜଳାଞ୍ଜଳି ଦେଇ ନେତାଙ୍କ ପାଖରେ ନିଜକୁ ସମର୍ପଣ କରିବେ ତାହା ସମୟ କହିବ ।

Leave a Reply

Your email address will not be published. Required fields are marked *