କୋଭିଡ କେଳେଙ୍କାରୀ : ଡାକ୍ତର ଗିରଫ

କରୋନା ଭାଇରସ୍ ସଂକ୍ରମଣର ଦିନକୁ ଦିନ ବୃଦ୍ଧି ଘଟୁଥିବା ବେଳେ ଦିଲ୍ଲୀ ପୁଲିସ କରୋନା ବିଷୟରେ ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆଣିଛି। କରୋନା ପରୀକ୍ଷାର ନକଲି ରିପୋର୍ଟ ପ୍ରସ୍ତୁତ ଏକ ଗ୍ୟାଙ୍ଗକୁ ଦିଲ୍ଲୀ ପୁଲିସ ପର୍ଦ୍ଦାଫାସ କରିଛି। ଏହି ମାମଲାରେ ପୁଲିସ ଜଣେ ଡାକ୍ତରଙ୍କ ସତେତ ୩ ଜଣଙ୍କୁ ଗିରଫ କରିଛି। ଡାକ୍ତର ଏବଂ ତାଙ୍କର ଅନ୍ୟ ଦୁଇ ସହଯୋଗୀ କରୋନାର ସଂକ୍ରମଣର ମିଥ୍ୟା ରିପୋର୍ଟ ପ୍ରସ୍ତୁତ କରୁଥିଲେ। ଗିରଫ ଡାକ୍ତରଙ୍କ ନାମ କୁଶ ପରାଶର ଏବଂ ସେ ରୁଷ୍‌ ରୁ ମେଡିକାଲ ଅଧ୍ୟୟନ କରିଥିବା ଦାବି କରିଛନ୍ତି।ପୁଲିସର ସୂଚନାନୁସାରେ, କୁଶ ପରଶର ଏପର୍ଯ୍ୟନ୍ତ ୪ଟି ନାମୀଦାମୀ ଲ୍ୟାବ୍‌ ରୁ ୭୫ଟି ନକଲି କୋଭିଡ-୧୯ ରିପୋର୍ଟ ପ୍ରସ୍ତୁତ କରିଛନ୍ତି। ଏହି ଗ୍ୟାଙ୍ଗ ବିରୋଧରେ ଦକ୍ଷିଣ ଦିଲ୍ଲୀର ହାଉଜ ଖାସ୍ ଥାନାରେ ଅଭିଯୋଗ ହୋଇଥିଲା। ଏହା ପରେ ପୁଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଏହି ଗ୍ୟାଙ୍ଗର ପର୍ଦ୍ଦାଫାସ କରିଛି। ପୁଲିସର ପଚରାଉଚରା ବେଳେ ଅଭିଯୁକ୍ତ ଡାକ୍ତର କୁଶ ପରଶର ଏହାକୁ ସ୍ବୀକାର କରିଛନ୍ତି। ପ୍ରତ୍ୟେକ ରିପୋର୍ଟ ପାଇଁ ୨୪୦୦ ଟଙ୍କା ଆଦାୟ କରୁଥିଲେ। ପଜିଟିଭ୍ ବା ନେଗେଟିଭ୍ ଯାଞ୍ଚ ନ କରି, ଲକ୍ଷଣ ଦେଖି ସେ ରିପୋର୍ଟ ଦେଉଥିଲେ ଅଭିଯୁକ୍ତ ଡାକ୍ତର ପୁଲିସକୁ ବୟାନ ଦେଇଛି।

 

Leave a Reply

Your email address will not be published. Required fields are marked *