ସିମୁଳିଆ: ଦିନେ ନୁହେଁ କି ଦୁଇଦିନ ନୁହେଁ, ଦୀର୍ଘ ୬ ମାସ ପୂର୍ବରୁ, ସିମୁଳିଆ ବ୍ଳକ ବଣା ଠାରେ ବେଆଇନ୍ ଭାବେ ଚାଲିଥିବା କରତକଳକୁ ସିଜ୍ କରିବାକୁ ଯାଇ ବନବିଭାଗ ଓ ସିମୁଳିଆ ପୋଲିସ ହଟହଟା ହୋଇ ଫେରିଥିବା ବେଳେ ଏବେବି ନିରବ କାହିଁକି ପୋଲିସ ? କରତ କଳ ସହ କାହାର କି ସମ୍ପର୍କ ? ବେଆଇନ ସିମୁଳିଆ ବଣା କରତ କଳ ମାଲିକକୁ ଗିରଫ କରିବାକୁ କାହିଁକି ପଛଉଛି ସିମୁଳିଆ ପୋଲିସ ? କଣ ରହିଛିକି ଭିତିରି ବୁଝାମଣା ? ସେପଟେ ବନବିଭାଗବି ସମାନ ଅଭିନୟ ଯାରିରଖିଛି । ୬ମାସ ବିତିଲା କରତକଳ ମାଲିକ ନା ସହଯୋଗକରୁଥିବା ଅସାମାଜିକ ବ୍ୟକ୍ତି ଓ ମହିଳା କାହାରି ଉପରେ କୈଣସି କାର୍ଯ୍ୟାନୁଷ୍ଠାନ ନେଇପାରିନି ବନବିଭାଗ କି ପୋଲିସ। ସିମୁଳିଆ ପୋଲିସ ସାମ୍ନାରେ ବେଆଇନ କରତ କଳକୁ ସିଲ କରିବାକୁ ଯାଇ ବେଇଜ୍ଜତ ହେଲା ବନବିଭାଗ ଓ ସ୍ଥାନୀୟ ପୋଲିସ , ଉଭୟ ବିଭାଗ ଦୁଇଟି ମକଦମା ବି କଲେ କିନ୍ତୁ ୬ମାସ ହେଲା କାର୍ଯ୍ୟାନୁଷ୍ଠାନ ଶୂନ। କଣ ସରକାରୀ ବାବୁ ମାନେ ନାଚାର ହୋଇଗଲେକି ? ନା ବେଆଇନ ସମିଲ ଚଳାଉଥିବା ମାଲିକ ମାସିକା ଦେଉଛନ୍ତି ? ନା ସେଦିନର ଚଢଉ ମାସିକ ଚାନ୍ଦା ଫିକ୍ସ କରିବାପାଇଁ ଥିଲା ଗୋଟେ ଟ୍ରେଲର। ଏମିତି ବହୁପ୍ରଶ୍ନର ବୁଢିଆଣି ଜାଲ ଭିତରେ ଛନ୍ଦିପଡିଛି ସିମୁଳିଆ ପୋଲିସ ଓ ବନବିଭାଗ ା ସାଧାରଣ ଲୋକ ନେତାଙ୍କୁ ଅଣ୍ଡା ମାଇଲେ ଲାଗୁଛି ୩୦୭ , ସରକାରଙ୍କ ବିରୁଦ୍ଧରେ କହିଲେ ପୋଲିସ ତୁରନ୍ତ ଗିରଫ କରୁଛି କିନ୍ତୁ ଏଠି କାହିଁକି ପୋଲିସ ନିରବ ? କଣ ନବିନ ବାବୁଙ୍କ ଆଇନ ତା ବାଟରେ ଯାଉନି କି ? ନା ମନ୍ତ୍ରି ଆଇନ ତା ବାଟରେ ଜିବାର ପ୍ରତିବନ୍ଧକ ସାଜିଛନ୍ତି ? ଜଦି ନୁହଁ ମନ୍ତ୍ରୀ କାହିଁକି ନିରବ ?
ଗତ ତା.୨୮.୦୨.୨୦୨୦ରିଖରେ ଔପଦା ରେଞ୍ଜର ବବିତା ସୋରେନ୍, ଏସିଏଫ ସମୀର ସାହୁ, ଡେପୁଟି ରେଞ୍ଜର ତପନ ପରିଡ଼ା ଓ ତାଙ୍କ ଟିମ୍ ସିମୁଳିଆ ବଣା ବେଆଇନ କରତକଳରେ ଚଢ଼ାଉ କଲେ। କରତକଳର ଯନ୍ତ୍ରାଂଶ ଖୋଲି ଗାଡ଼ିରେ ଆଣିବା ସମୟରେ କରତକଳର ମାଲିକ ଦୀନବନ୍ଧୁର ପ୍ରରୋଚନା କ୍ରମେ କେତେକ ଅସାମାଜିକ ବ୍ୟକ୍ତି ବନବିଭାଗ ଟିମ୍ ଠାରୁ ଯୋର ଜବରଦସ୍ତ ସିଜ୍ କରାଯାଇଥିବା ସମସ୍ତ ଯନ୍ତ୍ରାଂଶ ଛଡାଇ ନେଲେ ।
ସେହିସମୟରେ ବନ ବିଭାଗ ସିମୁଳିଆ ପୋଲିସର ସହାୟତା ନେଇଥିଲେ ମଧ୍ୟ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ନିରବ ରହିଲା। ଏଠି ପ୍ରଶ୍ନ ଉଠୁଛି ସରକାରୀ କାର୍ଯ୍ୟରେ ବାଧା ଉପୁଯାଇବା , ସରକାରୀ କର୍ମଚାରିଙ୍କୁ ଆକ୍ରମଣ କରିବା ଭଳି ସଙ୍ଗୀନ ଦଫା ଲାଗିବା କଥା ସେ ଦଫା ପୋଲିସ ଲଗେଇଛି କି ? ଜଦି ନାଁ କାହା ଚାପରେ ଲଗେଇନି ? ଜଦି ଦଫା ଲଗେଇଛି ଗିରଫ କାହିଁକି କରିନି ? କଉଠି ନା କଉଠି ବନବିଭାଗ , ପୋଲିସ ଓ ନେତାଙ୍କ ମଧୁଚନ୍ଦ୍ରିକାରେ ଏଇ ବେଆଇନ କରତକଳ ଚାଲିଥିବା ନେଇ ସନ୍ଦେହ ଉପୁଜୁଛି
