ଜଳେଶ୍ୱର : ( ମଂଜୁଲତା ଲେଙ୍କା ) ଭିଜିଲାନ୍ସ ରେଡ୍ ଇତିହାସର ପ୍ରଥମ ଯୋଡ଼ିଲା ଗ୍ରାମରକ୍ଷୀଙ୍କ ଘର ଉପରେ ଭିଜିଲାନ୍ସ ରେଡ୍ । ବାଲେଶ୍ବର ଜିଲ୍ଲା ନୁହଁ ସାରା ଭାରତର ବୋଧେ ପ୍ରଥମ ଗ୍ରାମରକ୍ଷୀ ହେବେ ଅନନ୍ତ ଜିଏ ଏବେ ଭିଜିଲାନ୍ସ ଜାଲରେ ା ତେବେ ଓଡ଼ିଶାରେ ଏମିତି ଆହୁରି କେତେ ଗ୍ରାମରଖି ଅଛନ୍ତି ଜିଏ ଆଇଆଇସିଙ୍କୁ ଚାନ୍ଦା ଆଦାୟ କରି ଦିଅନ୍ତି । ଯଦି ଆଇଆଇସି ଙ୍କ ଚାନ୍ଦା ଆଦାୟରେ ଏ ଭଦ୍ର ଗ୍ରାମରକ୍ଷୀଙ୍କ ସମ୍ପୃକ୍ତି ନାହିଁ ତେବେ କାହିଁକି ଗ୍ରାମରକ୍ଷୀଙ୍କ ଘର ଉପରେ ଭିଜିଲାନ୍ସ ରେଡ୍ ହେଲା ? ନିଲମ୍ବିତ ଜଳେଶ୍ୱର ଆଇଆଇସି ଧନେଶ୍ୱର ସାହୁଙ୍କ ନିଶା ସାମ୍ରାଜ୍ୟ ଲିଙ୍କ ପଛରେ ଏ ଗ୍ରାମରକ୍ଷୀ ଜଣକ ଟଙ୍କା ଆଦାୟର ମାଧ୍ୟମ ଥିଲେନିତ ? ଏକା ସଙ୍ଗେ ଆଇଆଇସି ଧନେଶ୍ୱର ସାହୁ ଓ ଗ୍ରାମରକ୍ଷୀ ଅନନ୍ତ ମଣ୍ଡଳଙ୍କ ଥିବା ବିଭିନ୍ନ ଘର ଉପରେ ଗତକାଲିର ଭିଜିଲାନ୍ସ ରେଡ ଉଭୟଙ୍କ ସମ୍ପର୍କର ନିବିଡତାକୁ ସ୍ପଷ୍ଠ କରୁନିକି ! ଗ୍ରାମରକ୍ଷୀ ଅନନ୍ତ ମଣ୍ଡଳ ଗାଁ ଜଳେଶ୍ୱର ସୁଖ୍ ଦୁଃଖିଆ ଓ ଲକ୍ଷ୍ମଣନାଥ ରୋଡ଼ ସ୍ଥିତ ଅଗ୍ରୱାଲା ଛକ ଭଡା ଘର ଉପରେ ଏକା ସଙ୍ଗେ ଚଢ଼ାଉ କରିବା ପରେ କିଛି ତଥ୍ୟ ଭିଜିଲାନ୍ସ ହାତରେ ଲାଗିଛିତ ନିଶ୍ଚିତ । ତେବେ ଦେଖାଯାଉ ଗ୍ରାମରକ୍ଷୀ ଅନନ୍ତ ମଣ୍ଡଳଙ୍କ ପରେ ଆଇଆଇସି ଧନେଶ୍ୱର ସାହୁଙ୍କ ନିଶା ସାମ୍ରାଜ୍ୟ ଲିଙ୍କର ପରଦା ପଛରେ ଆଗକୁ ଆଉ କିଏ ଭିଜିଲାନ୍ସର ରାଡାରକୁ ଆସୁଛନ୍ତି ।
