ବଢ଼ୁଛି ସଂକ୍ରମଣ : ବଢ଼ୁଛି ଚିନ୍ତା

ନୂଆଦିଲ୍ଲୀ : ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟାରେ ରୋକ୍‌ ଲାଗୁନି। ଦେଶରେ ହୁ ହୁ ହୋଇ ବଢିଚାଲିଛି ଆକ୍ରାନ୍ତଙ୍କ ସଂଖ୍ୟା। ବୁଧବାର ଦେଶରେ ୭୮ ହଜାର ୩୫୭ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଯାହାକୁ ମିଶାଇ ଦେଶର ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୭ ଲକ୍ଷ ୬୯ ହଜାର ୫୨୪କୁ ବୃଦ୍ଧି ପାଇଛି। ଏଥି ସହ ଦେଶରେ ଗୋଟିଏ ଦିନରେ ୧୦୪୫ ଜଣ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି। ଯାହାଫଳରେ ଦେଶର ମୋଟ୍ କରୋନା ମୃତ୍ୟୁ ସଂଖ୍ୟା ୬୬ ହଜାର ୩୩୩ ରେ ପହଞ୍ଚିଛି। ସୂଚନାଯୋଗ୍ୟ ବର୍ତ୍ତମାନ ସୁଦ୍ଧା ଦେଶରେ ୩୭ ଲକ୍ଷ ୬୯ ହଜାର ୫୨୪ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୨୯ ଲକ୍ଷ ୧୯୦୯ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ସେହପରି ବର୍ତ୍ତମାନ ସୁଦ୍ଧା ୬୬ ହଜାର ୩୩୩ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ ୮ଲକ୍ଷ ୧୨୮୨ ଜଣ କରୋନା ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି।

Leave a Reply

Your email address will not be published. Required fields are marked *