ବାହାନଗା ବିଡିଓ ଯାଣି ଶିଆଣିିଆ ନା ଭୟରେ ଲୁଚୁଛନ୍ତି ? ଜିଆରଏସ୍‌, ଏପିଓଙ୍କ ଡକାୟତି ଯୋଜନା ପଣ୍ଡ ନିଲମ୍ବିତ ବାକି ?

ବାହାନଗା : ଲୁଚି ଚି ନା ଗୋଡ ଦୁଇଟା ଦିସୁଛି ବାହାନଗା ବିଡିଓ ଖସିବାକୁ ଜେତେ ଚେଷ୍ଟା କଲେବି ଖସିପାରୁନାହାନ୍ତି । କଳଙ୍କ ମୁକ୍ତ ହେବାକୁ ସେ ରଚୁଥିବା ଉଦ୍ୟମରେ ବାରମ୍ବାର ବିଫଳହିଁ ବିଫଳ ହେଉଥିବା ଭଳି ଲାଗୁଛି । ବାହାନଗା ବ୍ଲକରେ ମଷ୍ଟର ରୁଲ ପ୍ରସ୍ତୁତ ହେଲା ଅନଲାଇନରେ ଅପଲୋଡ ହେଲା କିନ୍ତୁ ବିଡିଓ କି ସହକାରି ଜନ୍ତ୍ରୀ ଯାଣିପାରିଲେନି । ଜି ଆର ଏସ ଓ ଏପିଓ ମିଳିମିଶି ମଷ୍ଟର ରୋଲ କଲେ , ଆଉ ଅନଲାଇନରେ ଅପଲୋଡ କଲେ, ପୁଣି ସେହିଗ୍ରାମର ଶ୍ରମିକ ନଥିଲେ ୪କିଲୋମିଟର ଦୁର ବଗଲପୁରର ଶ୍ରମିକଙ୍କ ନାମରେ ମଷ୍ଟର ରୋଲ ପ୍ରସ୍ତୁତ ହେଲା । କଉଠିନା କଉଠି ଏ ପୁରା ଘଟଣାରେ ମିଳିମିଶି ଲୁଟିଖାଇବାର ଏକ ସୁଚିନ୍ତିତ ଯୋଜନା ହୋଇନଥିଲା କି ? ଧରାପଡିଲା ପରେ ଖସିଜିବାକୁ ଉଦ୍ୟମ ହେଉନିକି ? ସବୁଚୋରି ଭଳି ଏ ଚୋରି ଯୋଜନାରେ ସମ୍ପୃକ୍ତ ଥିବା ଲୋକ ଖସିଜିବାକୁ ଉଦ୍ୟମ କରିନାହାନ୍ତିତ ? ବିଡିଓ ମହୋଦୟ କଳଙ୍କର କଳା ଏତେ ଗାର୍ଡଜେ ଜେତେଧୋଇଲେବି ସେ ଛାଡେନି । ଜଦି ବିଡିଓ ଯାଣିନଥିଲେ ଯାଣିଲା ପରେ ସେମାନଙ୍କୁ ସୋ କଜ କରିଛନ୍ତିକି ? ସେମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି କି ? ଏ ବାବଦରେ ଜିଲ୍ଲାପାଳଙ୍କୁ ଜଣାଇଛନ୍ତି କି? ବର୍ଷାଦିନରେ ଖେଳପଡ଼ିଆର ଉନ୍ନତି କରଣ କାର୍ଯ୍ୟପାଇଁ ମଷ୍ଟର ରୋଲ ୱେବସାଇଟ୍‌ରେ ପ୍ରକାଶ କଲେକିପରି ?

ମିଳିଥିବା ସୂଚନା ମୂଳେ ବାହାନଗା ବ୍ଲକଅଧିନସ୍ଥ ପଥରପେଣ୍ଠ ପଂଚାୟତର ବଡ଼ଗାଁରେ ଥିବା ବାସୁଳୀ ପଡ଼ିଆର ଉନ୍ନତିକରଣ କାର୍ଯ୍ୟ ତା.୨୩.୦୮.୨୦ରୁ ୨୯.୦୮.୨୦ମଧ୍ୟରେ କାମ ହେବା ନିମନ୍ତେ ମଷ୍ଟରରୋଲ ପ୍ରକାଶ ପାଇଛି । ବର୍ତମାନ ବର୍ଷାଦିନ ସହିିତ ଲଘୁଚାପ ଜନିତ ବର୍ଷାରେ ମାଟି କାମ କିପରି ହେବ ବୋଲି ପ୍ରଶ୍ନ ଉଠୁଛି । ୨୯ତାରିଖ ପରେ ହୁଏତ ୬୦୦କାମର ୨୦୭କରି ୧ଲକ୍ଷ୨୪ହଜାର୨୦୦ଟଙ୍କା ବାବୁ ମାନେ ଖାଇଯାଇଥାନ୍ତା ଏବେ ଧରାପଡିବା ପରେ ଠେଲା ପେଲା ହେଉଛନ୍ତି । ଅନ୍ୟପଟେ ସହକାରୀ ଜନ୍ତ୍ରୀ ଗୋପାଳ ଜେନା କଣ କୋଳି ଖାଇ କୋଳି ମଞ୍ଜି ପୋତିଛନ୍ତି କି ? ସୋରରୁ ବାହାନଗା ବାହାନଗାରୁ ସୋର ଟହଲ ମାରୁଛନ୍ତି । କାହାଅର୍ଶିବାଦରେ ଆଧିପତ୍ୟ ଯାହିର କରୁଛନ୍ତି ସହକାରି ଜନ୍ତ୍ରୀ ଗୋପାଳ ଜେନା ମହୋଦୟ ? କାହିଁକି ଠିକା ନେଲାଭଳି ସୋର ସୋରରୁ ବାହାନଗା ଟହଲ ମାରୁଛନ୍ତି ? ଆମେ ଆସାକରୁ ଜିଲ୍ଲାପାଳ ଏ ସମ୍ପର୍କରେ ଦୃଷ୍ଟିଦେବେ ଏବଂ କାର୍ଯ୍ୟାନୁଷ୍ଠାନ ନେବେ ।

Leave a Reply

Your email address will not be published. Required fields are marked *