ଜଳେଶ୍ୱର:( ମଞ୍ଜୁଲତା ଲେଙ୍କା ) ୬୦ ନମ୍ବର ଜାତୀୟ ରାଜପଥ ଲକ୍ଷ୍ମଣନାଥ ଟୋଲଗେଟ ନିକଟରେ ପୁଣି ମାତିଛନ୍ତି ଡକାୟତି ଦଳ । ଯାହାର ଭିଡ଼ିଓ ଏବେ ହେଉଛି ଭାଇରାଲ । ଟୋଲଗେଟ ନିକଟରେ ଦୀର୍ଘ ୫ ମାସ ଧରି COVID 19 ପାଇଁ ପୋଲିସର ଚେକିଂ ପଏଣ୍ଟ କରାଯାଇଥିଲେବି ଦାରୁନାହାନ୍ତି ଡକାୟତି ଦଳ । ପୁରା ଦମରେ ପୋଲିସ ସାମ୍ନାରେ କେମିତି ଚାଲିଛି ଡକାୟତି ? ତେବେ ପ୍ରଶ୍ନ ଉଠୁଛି ପୋଲିସ ସହ ଚୋରର ରହିଛି କି ସଲାସୁତରା । ଯଦି ଆମ ଖବର ସତ ନୁହଁ ତେବେ କାହା ସ୍ୱାର୍ଥ ପାଇଁ ପୋଲିସ ସାମ୍ନାରେ କରାଯାଉଛି ଡକାୟତି ? ଟୋଲଗେଟରେ ଟ୍ରକ ଗୁଡିକ ପ୍ରବେଶ କରିବା ମାତ୍ରେ ନିର୍ଦ୍ଧିଷ୍ଟ କିଛି ଯୁବକ ଗାଡି ଆଗରେ ଘେରିଯାଇ ଡ୍ରାଇଭରକୁ ଧମକ ଦେଇ ଅର୍ଥ ଆଦାୟ ହେଉଥିବା ଯାହା ଭାଇରାଲ ଭିଡ଼ିଓ ହିଁ ପ୍ରମାଣିତ କରୁଛି । ତେବେ ଏହି ଯୁବକ ମାନେ କିଏ ଆଉ ପୋଲିସ ଜାଣିପାରୁନାହିଁ କେମିତି ? ଗତ କାଲି ବିଳମ୍ବିତ ରାତିରେ ଏନ ଏଚ ୬୦ ରାଜଘାଟ ନିକଟରେ ତାମିଲନାଡୁ ରୁ କଲିକତା ଯାଉଥିବା ୨ଟି ବସକୁ ୬ ଜଣ ଯୁବକ ଅଟକାଇବା ପରେ ଡ୍ରାଇଭର ଠାରୁ ପାଞ୍ଚ ହଜାର ଟଙ୍କା କରି ଦୁଇଟି ବସ ରୁ ୧୦ ହଜାର ଟଙ୍କା ଲୁଟିଛନ୍ତି । ଭୟରେ ଡ୍ରାଇଭର ମାନେ ଲକ୍ଷ୍ମଣ ନାଥ ଟୋଲଗେଟ ନିକଟରେ ପହଁଚି ପେଟଲିଙ୍ଗରେ ଥିବା ଜଳେଶ୍ୱର ପୋଲିସଙ୍କୁ ଜଣାଇଥିଲେ । ତେବେ ଘଟଣାଟି ବସ୍ତା ଥାନା ଅଧୀନରେ ଘଟିଥିବାରୁ ଜଳେଶ୍ୱର ପୋଲିସ ଲୋଟେରାଙ୍କ ଟେର ପାଇନଥିଲା । ତେବେ କଥା ହେଉଛି ଟୋଲଗେଟ ନିକଟରେ ଚାଲିଥିବା ଡକାୟତି ଦଳକୁ ଜଳେଶ୍ୱର ପୋଲିସ ଧରିବ ନା ସାଲିସ କରିଚାଲିବ ।
