ବିଧାୟକ ଓ ବିଡିଓଙ୍କ ଆଡକୁ ଇସାରା କରି ଅନନ୍ତପୁର ସରପଞ୍ଚ କହିଲେ ବିଲ ପାସ କରାଇଦେଉନାହାନ୍ତି

ସୋର : ସରପଞ୍ଚଙ୍କ କଥାରେ ସତ କେତେ ମିଛ କେତେ ତାହା ମା ଗଙ୍ଗେ ଯାଣନ୍ତି। ଏକଦା ବିଧାୟକ ପର୍ଶୁରାମ ଧଡାଙ୍କ ଡାହାଣ ହାତଥିବା ଅନନ୍ତ ପୁର ସରପଞ୍ଚ ଏବେ ବିଧାୟକଙ୍କୁ ଇଙ୍ଗିତ କରି କହୁଛନ୍ତି ରାଜନୈତିକ ଚାପରେ ବିଡିଓ ମୋ ବିଲ କରୁନାହାନ୍ତି। ଏଇ ରାଜନୈତିକ ଚାପ ବିଧାୟକଙ୍କୁ ଛାଡି ଆଉ କାହାର ହୋଇପାରେ ସୋରରେ କଂଗ୍ରେସ ବିଜେପି ଅବସ୍ତା କହିଲେ ନସରେ। ଅନ୍ୟପଟେ ସରକାରୀ ଦଳର ବିଧାୟକ ହିସାବରେ ପର୍ଶୁ ରାମ ଧଡାଙ୍କ କ୍ଷମତା ଅପାର ଏଠି ଗୋଟେ କଥା ବିଧାୟକ ସୋର ବ୍ଲକର ଆଉ କାହାର ବିଲ୍ ବନ୍ନଦ ନକରି ବିଶ୍ବନାଥ ବାବୁଙ୍କ ବିଲ୍ ବନ୍ଦ କରିବେ କାହିଁକି ? ତେବେ ବିଧାୟକଙ୍କ ସମର୍ଥକଙ୍କ ମତା ମତ ଅନୁସାରେ ଏହା ମିଛ ବିଧାୟକଙ୍କୁ ବଦନାମ କରିବାକୁ ଅପଚେଷ୍ଟା କରାଯାଉଛି। ଏପଟେ ବିଡିଓ କହିଲେ ମୋ ପାଖରେ କିଛି ବିଲ କରିବା ପାଇଁ ଫାଇଲ ଆସିନି ଏ ବାବଦରେ ମୁଁ ଆଜି ଯାଣିଲି ! ଅଭିଯୋଗ ସତହୋଇଥିଲେ ସମ୍ପ୍ରୁକ୍ତ ଜେଇଙ୍କୁ ସୋକଜ କରିବି ା ସୋର ବ୍ଲକ ଅଧିନ ଅନନ୍ତପୁର ପଞ୍ଚାୟତର ସରପଞ୍ଚ ବିଶ୍ବନାଥ ବେହେରା ଆଜି ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ପଞ୍ଚାୟତରେ ରାଜ୍ୟ ସରକାରଙ୍କ ଯୋଜନା ଅନୁଶାରେ ୧୫ଲକ୍ଷରୁ ଅଧିକ ଟଙ୍କାର କାର୍ଯ୍ୟ ହୋଇଥିଲେ ମଧ୍ୟ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ବିଲ ପାସ କରାଯାଉନାହିଁ। ରାଜନୈତିକ ଚାପରେ ବ୍ଲକର ବିଡିଓ ମୋ ବିଲ ପାସ କରୁନଥିବା କହିଛନ୍ତି। ଏବଂ କାମ କରିଥିବା ଶ୍ରମିକ ମାନେ ତାଙ୍କ ପାରିଶ୍ରାମିକ ପାଇପାରୁ ନଥିବାରୁ ମୋ ଘର ସାମ୍ନାରେ ଧାରଣା ଦେଉଛନ୍ତି। ଯଦି ଆଗାମି ଦିନରେ ବାଲେଶ୍ବର ଜିଲ୍ଲାପାଳ ତଥା ସୋର ଗୋଷ୍ଠୀ ଅଧିକାରୀ ଏବାଵଦରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରନ୍ତି ତାହାଲେ ମୁଁ ବ୍ଲକ ଅଫିସ ଆଗରେ ଆମରଣ ଧାରଣାରେ ବସିବି।

Leave a Reply

Your email address will not be published. Required fields are marked *