ପୋଲିସ ବଦନାମ କାହାପାଇଁ ? ହଟିଲେ ଜଳେଶ୍ୱର ଆଇଆଇସି

ଜଳେଶ୍ୱର:(ସଂଜୟ ଦାସ) ଧନେଶ୍ବର ସାହୁଙ୍କ ଘଟଣା ପରେ ବଦନାମର ପଙ୍କରେ ପଶି ପଶି ଯାଉଛି କି ପୋଲିସ ା ବଦନାମର କାଦୁଅରେ ଜୁଡୁ ବୁଡୁ ହୋଇ ସ୍ବାଭିମାନ ଓ ଅସ୍ମିତାକୁ ଦଳି ମକଚି ଛାରଖାର କରୁନି କି ପୋଲିସ ? ବାସ୍ତବରେ ପୋଲିସ କାହାପାଇଁ ନିଶାବେପାରିଙ୍କ ପାଇଁ ନାଁ ସାଧାରଣ ଲୋକଙ୍କ ପାଇଁ ଯାହା ଏବେ ବଡ ପ୍ରଶ୍ନ ? ପୁର୍ବରୁ ୨ଜଣ ପୁଲିସ କର୍ମଚାରିଙ୍କ ନିଶାବେପାରି ଲିଙ୍କ ସାମ୍ନାକୁ ଆସିଥିବା ବେଳେ ଏବେ ପୁଣି ଜଣେ ଆଇ ଆଇ ସି ା କିଛିଦିନ ତଳେ ଜଳେଶ୍ୱରର ଜଣେ ଡ୍ରଗ୍ସ ବେପାରୀଙ୍କ ଠାରୁ ଜଳେଶ୍ୱର ଆଇଆଇସି ଧନେଶ୍ୱର ସାହୁ ଅର୍ଥ ନେବାର ଏକ ଓଡିଓ କ୍ଲିପ୍ ଭାଇରାଲର ଖବର ପ୍ରକାଶ ପରେ ବାଲେଶ୍ବର ଏସ୍ପିଙ୍କ ନିର୍ଦ୍ଧେଶରେ ଆରମ୍ଭ ହୋଇଥିଲା ପ୍ରଥମ ପର୍ଯ୍ୟାୟ ତଦନ୍ତ । ତଦନ୍ତ ପାଇଁ ଜଳେଶ୍ବର ଆସିଥିବା ଆଡସିନାଲ ଏସପି ସେହି ଭଏସ ଆଇ ଆଇସି ଧନେଶ୍ବର ସାହୁଙ୍କର ବୋଲି ପ୍ରାଥମିକ ପର୍ଯ୍ୟାୟରେ ତଦନ୍ତରୁ ଜାଣିବାକୁ ପାଇଥିବା ପ୍ରକାଶ କରିଥିଲେ ା ପରେ ଗତ କାଲି ଧନେଶ୍ବରଙ୍କୁ ଉପରେ କାର୍ଯ୍ୟାନୁଷ୍ଠାନ ହୋଇଥିଲା ବେଳେ ତାଙ୍କୁ ବାଲେଶ୍ବର ଜିଲ୍ଲା ପୋଲିସ ମୁଖ୍ୟ କାର୍ଯ୍ୟାଳୟକୁ ବଦଳି କରାଯାଇଥିବା ସୂଚନା ମିଳିଛି । ଅନ୍ୟପଟେ ବାଲେଶ୍ବର ପୋଲିସର ଏସପି ଏବଂ ଆଇଜିଙ୍କ ଆଇ ଆଇସି ଏବଂ ତଳସ୍ଥ କର୍ମଚାରି ମାନଙ୍କ ଉପରେ କୋହଳ ମନୋ ଭାବ ବିଭିନ୍ନ ସମୟରେ ଦୁର୍ନୀତିକୁ ବାଟ କଡାଉଛି ବୋଲି ଅଭିଯୋଗ ହେଉଛି । ତେବେ ଆଗାମି ଦିନରେ ବହୁ ଆଇ ଆଇସିଙ୍କ ରେକଡିଂ ସାମ୍ନାକୁ ଆସିପାରେ ବୋଲି ଏକ ବିଶେସ ଶୁତ୍ରରୁ ଜଣା ପଡିଛି ା

Leave a Reply

Your email address will not be published. Required fields are marked *