ଫାଇନାଲ ମ୍ୟାଚ୍ ଦେଖିବା ପାଇଁ କଳିଙ୍ଗ ଷ୍ଟାଡିୟମରେ ପହଞ୍ଚିଛନ୍ତି ସଚିନ୍

ଭୁବନେଶ୍ୱର : ପହଞ୍ଚିଲେ କ୍ରିକେଟ ଜଗତର ବାଦସାହା ସଚିନ୍ ତେନ୍ଦୁଲକର । ହକି ବିଶ୍ୱକପର ଫାଇନାଲରେ ଯୋଗ ଦେବା ପାଇଁ ଏକ ସ୍ୱତନ୍ତ୍ର ବିମାନରେ ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ ପହଞ୍ଚିଥିଲେ ମାଷ୍ଟର ବ୍ଲାଷ୍ଟର ସଚିନ୍ ତେନ୍ଦୁଲକର । ତାପରେ କଳିଙ୍ଗ ଷ୍ଟାଡିୟମରେ ନେଦରଲାଣ୍ଡ ଓ ବେଲଜିୟମ ମଧ୍ୟରେ ଖେଳାଯିବାକୁ ଥିବା ଫାଇନାଲ ମ୍ୟାଚ୍ ଦେଖିବା ପାଇଁ ପହଞ୍ଚିଛନ୍ତି ସଚିନ୍ । ଆଉ ସଚିନଙ୍କୁ ପାଖରୁ ଦେଖିବା ପାଇଁ ଉତ୍ସୁକତାର ସହ ଅପେକ୍ଷା କରି ରହିଛନ୍ତି ଦର୍ଶକ ।

Leave a Reply

Your email address will not be published. Required fields are marked *