ସୋର ଥାନାର ୨ୟ ରେକର୍ଡ କଲେ ପ୍ରଥମ ମହିଳା ଆଇ ଆଇ ସି : ୨ଟି ରେକର୍ଡ ପଛରେ ଏ ଏସ ଆଇ ପ୍ରଦିପ ମହାନ୍ତି

ସୋର : ପୋଲିସର କଣ ତୃତୀୟ ନୟନ ଅଛିକି ବୋଲି ବିଭିନ୍ନ ସମୟରେ ସାଧାରଣ ଲୋକ ପ୍ରଶ୍ନ କରିଥାନ୍ତି କିନ୍ତୁ ବେଳେ ବେଳେ ପୋଲିସିର ସଫଳତା ତାହାକୁ ପ୍ରମାଣିତ କରିଥାଏ। ଗତ କିଛିଦିନ ହେବ ବାଇକ ଚୋରି ଖାଲି ସୋର ନୁହଁ ୩ଗୋଟି ଜିଲ୍ଲା ଜଥା ବାଲେଶ୍ବର,ଭଦ୍ରକ ଓ ମୟୁରଭଞ୍ଜ ଲୋକଙ୍କ ବେଶ ଅଡୁଆରେ ପକାଉଥିଲା ବେଳେ ସୋର ପୁଲିସ ହାତରେ ଲାଗିଛି ବାଇକ ଚୋରିର ଏକ ବିରାଟ ର ୍ୟକେଟ। ସୋର ପୁଲିସ ଗତ କାଲି ୨୧ ଗାେଟି ବାଇକ ସହ ୪ଗୋଟି ସ୍କୁଟି ଜବଦ କରିଛି। ତେବେ ପୁର୍ବରୁ ମାନସ ଦେଓ ସୋର ଥାନା ଅଧିକାରୀ ଥିବା ବେଳେ ୨୬ଗୋଟି ଗାଡି ଧରିଥିବା ବେଳେ ଏହାଥିଲା ସର୍ବାଧିକ ରେକର୍ଡ ଯାହାର ପାଖା ପାଖି ପହଞ୍ଚି ଯାଇଛନ୍ତି ବର୍ତ୍ତମାନର ଥାନା ଅଧିକାରୀଣୀ ମଧୁମିତା ମହାନ୍ତି ଆଶ୍ଚର୍ଯ୍ୟର କଥା ଏହି ଦୁଇ ରେକର୍ଡରେ ପ୍ରଛଦପଟରେ ଅଛନ୍ତି ସେତେବେଳର କନେଷ୍ଟବଳ ବା ବର୍ତ୍ତମାନର ଏ.ଏସ ଆଇ ପ୍ରଦିପ ମହାନ୍ତି ଯାହାଙ୍କୁ ଚୋର ଧରିବାର ମାଷ୍ଟର ବୋଲି ଲୋକ କୁହନ୍ତି।

ସୋର ଆଇ ଆଇସି ଓ ମାମଲାର ଆଇଓ ଏ.ଏସ ଆଇ ପ୍ରଦିପ ମହାନ୍ତି ଦେଇଥିବା ସୂଚନା ମୂଳେ ଭଦ୍ରକ ପୁରୁଣା ବଜାରର ଏସକେ ବବୁଲ ମୟୁର ଭଞ୍ଜ , ବାଲେଶ୍ବର ଓ ଭଦ୍ରକରୁ ଗାଡି ଚୋରି କରି ୫ହଜାର ଟଙ୍କାରେ, ସୋର କାଜି ମହଲାର ଏସକେ ବାବୁ କୁ ଦେଉଥିଲା ବାବୁ ବାହାରେ ବିଭିନ୍ନ ଲୋକଙ୍କୁ ୧୦ହଜାର ଟଙ୍କାରେ ବିକ୍ରି କରୁଥିଲା। ତେବେ ବାବୁଉପରେ ପୁଲିସିର ସନ୍ଦେହ ହେବାରୁ ପୁଲିସ ବାବୁକୁ ଧରି କାଗଜ ପତ୍ର ମାଗିଥିଲା, ବାବୁ ଗାଡିର କାଗଜପତ୍ର ଦେଇପାରି ନଥିଲା ,ପରେ ବାବୁ ଏଇ ଗାଡି ଚୋରି ଘଟଣାର ସମସ୍ତେ କଥା ପୁଲିସ ପାଖରେ ମାନିଥିଲା। ସୂଚନା ମୂଳେ ସମୁଦାୟ ୨୧ଗୋଟି ବାଇକ ଜବଦ ହୋଇଥିବା ବେଳେ ୪ଗୋଟି ସ୍କୁଟି ରହିଥିବା ଜଣା ପଡିଛି। ଏନେଇ ସୋର ପୋଲିସ ୨୩୫/୨୦ରେ  ଏକ ମାମଲା ରୁଜୁ କରିଛି। ଏସ ଆଇ ସୂର୍ଯ୍ୟାନାରାୟଣ ରାଉତ ଅଭିଯୋଗ କରିଥିବା ବେଳେ ମାମଲା ପରିଚାଳନା କରୁଛନ୍ତି ପ୍ରଦିପ କୁମାର ମହାନ୍ତି ତେବେ ବହୁଗାଡି ଚୋରି ର ୍ୟକେଟ ସକ୍ରିୟ ଥିବା ବେଳେ ବହୁଶୀଘ୍ର ତାର ପର୍ଦାଫାସ କରାଜିବ ବୋଲି ସୋର ଥାନା ଅଧିକାରୀଣି କହିଛନ୍ତି। ତେବେ ସୋର ଆଇ ଆଇ ଆଇ ସି ଓ ଏ.ଏସ.ଆଇ ପ୍ରଦିପ ମହାନ୍ତିଙ୍କ ସଫଳତାକୁ ବିଭିନ୍ନ ମହଲରୁ ପ୍ରଶଂସା କରାଯାଇଛି ।

Leave a Reply

Your email address will not be published. Required fields are marked *