ଇତିହାସ ହୋଇଗଲେ ବିଜୟ : ଓଡିଆ ସିନେମାକୁ ବଡ ଧକା

ଆନ୍ଦୋଳନ : ବରିଷ୍ଠ ଅଭିନେତା ବିଜୟ ମହାନ୍ତିଙ୍କର ୭୦ ବର୍ଷ ବୟସରେ  ସୋମବାର ସନ୍ଧ୍ୟାରେ ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ପରଲୋକ ଘଟିଛି। ବିଜୟ ମହାନ୍ତିଙ୍କ ବିୟୋଗରେ ଓଡ଼ିଆ ଚଳଚ୍ଚିତ୍ର, ମଞ୍ଚ ଓ ଯାତ୍ରା ଜଗତରେ ବିରାଟ ଶୂନ୍ୟସ୍ଥାନ ସୃଷ୍ଟି ହୋଇଛି। ବିଜୟ ମହାନ୍ତି ନାଗଫାସ’ ଚଳଚ୍ଚିତ୍ରରୁ ଅଭିନୟ କ୍ୟାରିୟର ଆରମ୍ଭ କରି ୨୦୧୪ରେ ସମ୍ମାନ ଜନକ ଜୟଦେବ ପୁରସ୍କାରରେ ସମ୍ମାନିତ ହୋଇଥିଲେ। ଏଥିସହ ରାଜ୍ୟ ଚଳଚିତ୍ର ଓ ସିନେ କ୍ରିଟିକ ପୁରସ୍କାର ମଧ୍ୟ ଲାଭ କରିଥିଲେ। ଅଦ୍ୟାବଧି ୧୭୫ଟି ଚଳଚିତ୍ରରେ ଅଭିନୟ କରିଥିଲେ ,୧୯୭୭ରୁ କ୍ୟାରିୟର ଆରମ୍ଭ କରିଥିଲେ ,କ୍ୟାରିୟର ଆରମ୍ଭରୁ ହିଁ ଜାତୀୟ ପୁରସ୍କାର ପାଇଥିଲେ। ଶ୍ରୀଯୁକ୍ତ ମହାନ୍ତି ଏକାଧାରରେ ଜଣେ ଅଭିନେତା, ନିର୍ଦେଶକ ଓ ନାଟ୍ୟକାର ଥିଲେ। ବିଜୟ ମହାନ୍ତିଙ୍କ ଅଭିନୀତ ଚର୍ଚିତ ଚଳଚ୍ଚିତ୍ର ମଧ୍ୟରେ ଚିଲିକା ତୀରେ, ବଳିଦାନ, ସଉତୁଣୀ, ସହରୀ ବାଘ, ଆରତୀ, ଟିକେ ହସ ଟିକେ ଲୁହ, ସ୍ବପ୍ନ ସାଗର, କାବେରୀ ଆଦି ଅନେକ ଚଳଚିତ୍ର ରହିଛି। ତେବେ ବିଜୟ ଜଣେ ବାସ୍ତବ ବାଦି ମଣିଷ ଥିଲେ ଜଦି କେବେ ଓଡିଆ ସିନେମାର ଇତିହାସ ଲେଖାଯାଏ ତାଙ୍କ ନାମବିନା ସେ ଇତିହାସ ଅଧୁରା ହୋଇଜିବ ବୋଲି ମତ ପ୍ରକାଶ ପାଇଛି ।

Leave a Reply

Your email address will not be published. Required fields are marked *