ବାଳଙ୍ଗ କରତ କଳ ପାଖରୁ କେତେ ଚାନ୍ଦା ନେଉଛନ୍ତି ବାଲେଶ୍ବର ଡି ଏଫ ଓ ଓ ଚାନ୍ଦିପୁର ରେଞ୍ଜର ?

ସୋର : ବାଳଙ୍ଗରେ ଚାଲିଛି ବେ ଆଇନ କରତ କଳ। ଏଇଟା କିଛି ନୁଆ କଥା ନୁହଁ ବାଲେଶ୍ବର ଡି ଏଫ ଓ ଓ ଚାନ୍ଦିପୁର ରେଞ୍ଜରଙ୍କୁ ଏକଥା ଜଣା କିନ୍ତୁ ଉଭୟ ନିରବ। କେବେ କେବେ ଆସି କରତକଳର ବେଣ୍ଡ ମେସିନିକୁ କାଟିକି ନେଇଯାଇଥିଲେ। ସାହେବଙ୍କର ଆଉ ଦେଖାନାହିଁ ତାପରେ ପୁଣି କରତକଳ ବେଧଡକ ଚାଲିଲା। ମଝିରେ ମଝିରେ ଥରେ ଥରେ କାଟି ଡିଏଫଓ ରେଞ୍ଜର ଦେଖେଇ ହୁଅନ୍ତି ତାପରେ ମାସିକା ପହଞ୍ଚି ଯାଏ। ପ୍ରତ୍ୟକ ଦିନ ୨୦ରୁ ୩୦ହଜାର ବେଆଇନ ଭାବେ ରୋଜଗାର କରି ବେଆଇନ କରତ କଳ କରି ମାଫିଆ ମାଲେ ମାଲ ହେଉଥିବା ବେଳେ ରାଜସ୍ବ ବିନା ସରକାର ଭକୁଆ କିନ୍ତୁ ସରକାରୀ ଅଧିକାରି ମୋଟା ଅଙ୍କର ଟଙ୍କା ନେଇ ପୁଢ ପାଲଟି ଗଲେଣି। କାହିଁକି ଡିଏଫଓଙ୍କୁ ସିଧା ସଳଖ ଆଙ୍ଗୁଳି ଉଠିଲା ଯେତେବେଳେ ବାଳଙ୍ଗ ସମିଲ ଉପରେ ଚଢାଉ ହୋଇଥିଲା ସେତେବେଳେ ସେଇ ଜମି ମାଲିକଙ୍କ ନାମରେ କାହିଁକି ମକଦମା କରାଗଲାନି ? ଚଢଉ ହେବାର ମାତ୍ର କେଇଦିନପରେ ପୁଣି କେମିତି ଚାଲିଲା କରତକଳ ଡିଏଫଓ ରେଞ୍ଜର ପୁଣି କେମିତି ଯାଣିପାରିଲେନି ? ନାଁ ସବୁଜାଣି ନିରବ କେବଳ ଧର୍ମକୁ ଆଖିଠାର ମାରିବା ପାଇଁ ମଝିରେ ମଝିରେ କରତ କଳ ଉପରେ ଚଢଉ ନାମରେ ମାସିକିଆ କୁଟାକୁ ବଢାଇବାର ଯୋଜନା। ଅନ୍ୟପଟେ ଗ୍ରାମାଞ୍ଚଳର ଜଙ୍ଗଲକୁ ଧ୍ବଂସ କରିବାରେ ଏହିକରତ କଳ ଗୁଡିକ ସିଧହସ୍ତ। ଏଇ କରତ କଳ ଗୁଡିକ ସାଧାରଣ ଗରିବ ଲୋକ ନିଜର ଆବଶ୍ୟକତାନୁସାରେ କାଠ କାଟିବାକୁ ଗଲେ ଆମକୁ ଚାନ୍ଦା ଦେବାକୁ ପଡୁଛି କହି ମୁଟା ଅଙ୍କର ଅର୍ଥ ନିଅନ୍ତି। ଯଦି ସାହେବ ମାନେ ଚାନ୍ଦା ନେଉ ନାହାନ୍ତି ପୁରା ସୁନା ମୁଣ୍ଡା ତାହାଲେ ଗତକାଲି ଚଢଉ କରନ୍ତୁ ସମ୍ପୃୁକ୍ତ ଜମି ମାଲିକ ନାମରେ ଜଙ୍ଗଲ ଆଇନ ଅନୁସାରେ ମାମଲା କରନ୍ତୁ ଜଣା ପଡିବ କେତେ ସଚୋଟ।

Leave a Reply

Your email address will not be published. Required fields are marked *