ସୋର : ସୋରରେ ବିଭିନ୍ନ ସିବିଏସି ସ୍କୁଲ ରହିଥିବାବେଳେ ବହୁଛାତ୍ର ଛାତ୍ରୀ ଏବେ ଓଡିଆ ମିଡିୟମ ଛାଡି ସିବିଏସି ପାଠ୍ୟକ୍ରମ ପ୍ରତି ମନବଳାଉଥିବା ଦେଖିବାକୁ ମିଳିଛି ା ଏଥର ବିଭିନ୍ନ ସିବିଏସି ସ୍କୁଲର ପରିକ୍ଷାଫଳ ଅପେକ୍ଷା ଉଲାସଖଡପୁର ସ୍କୁଲର ପରିକ୍ଷାଫଳ ସନ୍ତୋଷ ଜନକ ହୋଇଥିବା ଯାଣିବାକୁ ମିଳିଛି। ଗତ ୧୫ ତାରିଖରେ ସିବିଏସି ଦଶମ ପରୀକ୍ଷା ଫଳ ପ୍ରକାଶପାଇଥିବା ବେଳେ ଏଥିରେ ସୋର, ଉଲ୍ଲାସଖଡପୁର ସ୍ଥିତ ସେଣ୍ଟ୍ ଜାଭିୟର ହାଇସ୍କୁଲ ଶତପ୍ରତିଶତ ସଫଳତା ହାସଲ କରିଛି। ଉକ୍ତ ସ୍କୁଲରେ ପରୀକ୍ଷା ଦେଇଥିବା ୨୧ ଜଣ ଛାତ୍ରଛାତ୍ରୀଙ୍କ ମଦ୍ଧରୁ ୧୯ ଜଣ ପ୍ରଥମ ଶ୍ରେଣୀ ଓ ୨ ଜଣ ଦ୍ବିତୀୟ ଶ୍ରେଣୀରେ ଉର୍ତ୍ତୀନ ହୋଇଛନ୍ତି। ଚଳିତ ବର୍ଷ ସ୍କୁଲ୍ ର ପାସ୍ ହାର ୧୦୦% ରହିଛି। ସ୍କୁଲ୍ ର ଅଧିକାଂଶ ଛାତ୍ରଛାତ୍ରୀ ବିଭିନ୍ନ ବିଷୟରେ ୯୫% ରୁ ଅଧିକ ନମ୍ବର ରଖିଛନ୍ତି। ଏମ୍ ଚିନ୍ମୟ ସିଂ ୯୪.୩୩% ନମ୍ବର ରଖି ପ୍ରଥମ ହୋଇଥିବା ବେଳେ , ପ୍ରଦ୍ୟୁମ୍ନ ବିଶ୍ବାଳ ୯୩.୮୩% ନମ୍ବର ରଖି ଦ୍ବିତୀୟ ଏବଂ ଜୀବନଜ୍ୟୋତି ଦାସ ୯୧% ରଖି ତୃତୀୟ ସ୍ଥାନରେ ରହିଛନ୍ତି। ସଫଳତା ପାଇଁ ଛାତ୍ରଛାତ୍ରୀମାନେ ସ୍କୁଲର ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କୁ ଶ୍ରେୟ ଦେଇଛନ୍ତି। ଏହି ଅବସରରେ ସ୍କୁଲର ଅଧଖ୍ୟ ଶ୍ରୀ ରଜଂନ କୁମାର ବେହେରା ସମସ୍ତ ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟତ୍ରୀ ଓ ଅଭିଭାବକମାନଙ୍କୁ ଧନ୍ୟବାଦ୍ ଦେଇଛନ୍ତି।
