ସୋର ପୋଲିସର ସଫଳତାକୁ ବିଭିନ୍ନ ମହଲରୁ ପ୍ରସଂସା: ବହୁଚର୍ଚିତ ମର୍ଡର ଆଶାମି ଗିରଫ

ସୋର : ନିଶାରେ ରହି ନୃସଂସ ସାଜିଲା ଡ୍ରାଇଭର। ନର ରାକ୍ଷାସ ସାଜି ଧର୍ଷଣ ପରେ ମାରିଦେଲା। ତେଲ ମାଲିସ କରି ପକ୍ଷାଘାତ ଭଲ କରିବାକୁ ଡାକିନେଲା। ଏକୁଟିଆ ପାଇ ବଳପୂର୍ବକ ଦୁଷ୍କର୍ମ କଲା। କାହାକୁ କହିଦେବା ଭୟରେ ମାରିଦେଲା। ଶେଷରେ ଶବକୁ କାନ୍ଧରେ ବୋହିନେଇ ବିଲରେ ଫିଙ୍ଗିଦେଲା।ମାତ୍ରକେଇଘଣ୍ଟାପରେ ପୋଲିସ ହାତରେ ଧରାପଡି ସବୁକଥା ମାନିଗଲା ରାକ୍ଷାସ ଡ୍ରାଇଭର। ଘଟଣାରୁ ପ୍ରକାଶ ଯେ ଖନ୍ତାପଡ଼ା ଥାନା ଅଳସୁଆ ପାଟପୁର ଗ୍ରାମର ଟ୍ରାକ୍ଟର ଡ୍ରାଇଭର ଭବେସ ସିଂ ଜୁଳଙ୍ଗିଆ ଗ୍ରାମରେ ଟ୍ରାକ୍ଟର ଡ୍ରାଇଭର ଭାବେ କାମ କରୁଥିଲା। ୨୩ ତାରିଖ ଦିନ ରାତିରେ ଏହି ଯୁବକ ସେହଗ୍ରାମର ଲଷ୍ମୀମଣିଙ୍କୁ ଅମାନୁଷିକ ଭାବେ ଦୁଷ୍କର୍ମ କରିବା ସହିତ ହତ୍ୟା କରି ବିଲରେ ପିଙ୍ଗି ଦେଇଥିଲା। ଏହି ଘଟଣାର ତଦନ୍ତ ସୋର ପୋଲିସ କରୁଥିଲା ବେଳେ । ସୋର ଥାନା ଅଧିକାରୀଙ୍କ ନିର୍ଦେଶ କ୍ରମେ ଏସ୍‌ଆଇ ସଚ୍ଚିଦାନନ୍ଦ ଗିରି ଏବଂ ଏ ଏସ୍‌ ଆଇ ପ୍ରଦୀପ କୁମାର ମହାନ୍ତିଙ୍କ ସମେତ ଏକ ପାଞ୍ଚ ଜଣିଆ ଟିମ୍‌ ଗୁରବାର ସକାଳେ ବହୁ ଖୋଜାଖୋଜି କରି ମୟୂରଭଞ୍ଜ ଜିଲ୍ଲା ଖୁଣ୍ଟା ଥାନା ଭଙ୍ଗାଚଟୁ ଗ୍ରାମରୁ ଭଗିଆ ସିଂ କୁ ଗିରଫ କରିଛି ଦୁଷ୍କର୍ମ ଏବଂ ହତ୍ୟା କରିଥିବା ଘଟଣା ଭଗିଆ ସ୍ୱୀକାର କରିଛି। ଆଜି ଫରେନସିକ୍ ଟିମ , ଡଗସ୍କ୍ବାର୍ଡ ସହ ବେଲେଶ୍ବର ଏସପି ଓ ଏସଡିପିଓ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରିଛନ୍ତି। ତେବେ ଆସାମି ଧରିବାରେ ସୋର ପୋଲିସିର ପୂର୍ଣ୍ଣ ସଫଳତାକୁ ବିଭିନ୍ନ ମହଲରେ ଭୂୟସି ପ୍ରଶଂସା କରାଯାଇଛି।

Leave a Reply

Your email address will not be published. Required fields are marked *