ବେଆଇନ ବାଲି ଉତ୍ତୋଳନ


ଜଳେଶ୍ୱର:(ସଞ୍ଜୟ ଦାସ) ସୁବର୍ଣ୍ଣରେଖା ନଦୀ ଗର୍ଭରୁ ବେଆଇନ ବାଲି ଉତ୍ତୋଳନକୁ ନେଇ ଏନଜିଟି କୁ ଯାଇଥିଲା ମାମଲା , ଠିକ ଅଭିଯୋଗର ୨୨ ଦିନ ପରେ ଅର୍ଥାତ ଆଜି୨୩/୦୬/୨୦୨୦ ଏନଜିଟି ର ଏକ ସ୍ୱତନ୍ତ୍ର ଟିମ ଆରମ୍ଭ କରିଛି ପ୍ରଥମ ତଦନ୍ତ ପ୍ରକ୍ରିୟା । ତଦନ୍ତ ପ୍ରକ୍ରିୟାର ଗ୍ରାଉଣ୍ଡ ଜିରୋ ଓ ଗଣମାଧ୍ୟମର କ୍ୟାମେରା ଆଗରେ ବେଆଇନ ବାଲି ଉତ୍ତୋଳନ ଓ ବାଲିମାଫିଆଙ୍କୁ ଘଣ୍ଟ ଘୋଡାଇ ମିଛ କହିଲେ ଜଳେଶ୍ୱର ତହସିଲଦାର । ଜଳେଶ୍ୱର ତହସିଲଦାରଙ୍କ କାର୍ଯ୍ୟାଳୟଠାରୁ ମାତ୍ର ୩ ରୁ ୪ କିମି ଦୂରରେ ଅର୍ଥାତ ଜଳେଶ୍ୱର ପଞ୍ଚୁଘଣ୍ଟା ବାଲିଖାଦାନ (କ) ଓ (ଖ) ବେଧଡକ ଓ ବେଆଇନ ବାଲି ଉତ୍ତୋଳନକୁ ନେଇ ଏନଜିଟି ରେ ହୋଇଥିଲା ଅଭିଯୋଗ । ଉକ୍ତ ଦୁଇ ବାଲିଖାଦାନ ଉପରେ ବାଲି ମାଫିଆ ମାନେ ଜେସିବି ଦ୍ୱାରା ବାଲି ଉତ୍ତୋଳନ କରି ଦିନରାତି ହଜାର ହଜାର ଟନ୍ ବାଲି ବୋହିନେଇ ଚଢ଼ା ଦରରେ ବିକ୍ରି କରୁଛନ୍ତି। ନଦୀ ଉପରେ ବେଆଇନ କାଠପୋଲ ନିର୍ମାଣ କରି ବାଲି ବୋହିବାର ବହୁ ପ୍ରମାଣ ରହିଛି । ଅଭିଯୋଗ କୁ ଆଧାର କରି ଏନଜିଟି ପକ୍ଷରୁ କେନ୍ଦ୍ର ତଥା ରାଜ୍ୟ ପଲ୍ୟୁସନ ଏନଭାରମେଣ୍ଟ ବୋର୍ଡର ଏକ ୪ ଜଣିଆ ଟିମର ପୋଲ୍ୟୁସନ ରିଜୋନାଲ ଅଫିସର ପି.କେ ମହାପାତ୍ର, ଡ଼ଃ ସୁରେଶ ବାବୁ ,ପିକେ ନାୟକ,ଭୀମ ଚନ୍ଦ୍ର ମାରାଣ୍ଡି ସମେତ ବାଲେଶ୍ଵର ଜିଲାପାଳ କେ ସୁଦର୍ଶନ ଚକ୍ରବର୍ତି ଏବଂ ଅତିରିକ୍ତ ଜିଲ୍ଲାପାଳ ସମ୍ବିତ ନାୟକ ଏବଂ ଜଳେଶ୍ୱର ତହସିଲଦାର କ୍ଷୀରୋଦ କୁମାର ପଣ୍ଡା ଗ୍ରାଉଣ୍ଡ ଜିରୋ କୁ ଯାଇ ତଦନ୍ତ କରିଥିଲେ । ବେଆଇନ ବାଲି ଉତ୍ତୋଳନ ବା ନଦୀ ଉପରେ ବେଆଇନ କାଠ ପୋଲ ନିର୍ମାଣ ସମ୍ପର୍କରେ ତଦନ୍ତକରି ଏନଜିଟି ଟିମ କୁ କିଛିବି ସୁଚନା ଦେଇନଥିଲେ ଜଳେଶ୍ୱର ତହସିଲଦାର । ଜାଣିଶୁଣି ବାଲି ମାଫିଆଙ୍କୁ କାହିଁକି ଘଣ୍ଟ ଘୋଡାଉଛନ୍ତି ତହସିଲଦାର । ଘଣ୍ଟ ଘୋଡାଇବା ପଛରେ ଉଦେଶ୍ୟ ଅନ୍ୟ କିଛି ରହିଛିକି ? ଯଦି ନା ତାହାଲେ କେତେଥର ଓ କାହିଁକି ଉକ୍ତ ବାଲିମାଫିଆଙ୍କ ଉପରେ ବା ଉକ୍ତ ଦୁଇ ବାଲିଖାଦାନ ଉପରେ କି କାର୍ଯ୍ୟାନୁଷ୍ଠାନ ନେଇଛନ୍ତି,ଯାହାକି ଶେଷରେ ଉକ୍ତ ଖାଦାନ ଉପରେ ଲାଗିଲା ଏନଜିଟି ର ଛାଟ। ତେବେ କଥା ହେଉଛି ଜଳେଶ୍ୱର ତହସିଲଦାରଙ୍କ ପାରିବାପାଣିଆ ଉପରେ ଉଠିଛି ବଡ ପ୍ରଶ୍ନ ।

Leave a Reply

Your email address will not be published. Required fields are marked *