ସୋର : ସୋର ଉତ୍ତରେଶ୍ବରରେ ଥିବା ସରକାରୀ ଠିପି ବନ୍ଦ ମଦ ଦୋକାନରେ ଏବେ ଅନଲାଇନ ବଦଳରେ ଖୁଲମ ଖୁଲା ଅଫଲାଇନରେ ମଦ ବେପାର ଚାଲିଛି ା ଏନେଇ ଅବକାରୀ ଜାଣି ମଧ୍ୟ ନିରବ ରହିବା ପଛରେ ସୋର ଅବକାରି ଅଧିକାରୀ କୁଳମଣି ମହାରଣା ଓ ମଦ ଦୋକାନି ଶ୍ରିଧର ତ୍ରିପାଠିର ଭିତିରି ପ୍ରେମସମ୍ପର୍କ ରହିଥିବା ଶୁଣିବାକୁ ମିଳିଛି ା ସୋର ଉତ୍ତରେଶ୍ବରରେ ଥିବା ମଦ ଦୋକାନଟି ଜାତୀୟରାଜପଥ ପାର୍ଶ୍ବରେ ରହିଥିବା ବେଳେ ମନଇଛା ଦରରେ ଥଳିଆରେ ମଦ ଧରେଇ ବିକ୍ରି ଚଲେଇଛି ମଦଦୋକାନି ଶ୍ରିଧର ା ଏମିତିକି ମଦଦୋକାନ ବାହାରେ ଗୋଟିଏ ଟେବୁଲ ପକାଇ ୨ଜଣ ବସି ସେଠାରେ ଖୁଲମ ଖୁଲା ମଦବିକ୍ରି କରୁଥିବା ଦେଖିବାକୁ ମିଳିଛି। ତେବେ ଏହିସମୟରେ ମଦ ନେଉଥିବା ଲୋକଙ୍କୁ କୈଣସି ରସିଦ ନଦେଇ ବେଫିକର ମଦ ବେପାର ଚାଲିଛି। ସବୁଠାରୁ ବିଚିତ୍ରକଥା ସୋର ଅବକାରୀ ଅଧିକାରୀ କୁଳମଣି ବାବୁ ପରୋକ୍ଷରେ ଏଇ ବେ ଆଇନ କାର୍ଯ୍ୟକୁ ଦେଖିନିରବ ରହିବା ତେବେ ଏହାପଛରେ ମୁଟାଅଙ୍କର ଅର୍ଥ ଦେଣ ନେଣ ଥିବା କହିଛନ୍ତି ସୋର ସଚେତନ ନାଗରିକମଞ୍ଚର କର୍ମକର୍ତା। ଏନେଇ ମଞ୍ଚ ଅବକାରୀ ଏସପି ଓ ଜିଲ୍ଲାପାଳ ବାଲେଶ୍ବର ଓ ଅବକାରି ଡିଜିଙ୍କୁ ଜଣାଇବ ବୋଲି ମଞ୍ଚତରଫରୁ କୁହାଯାଇଛି। ଅନ୍ୟପଟେ ଜାତୀୟ ରାଜପଥ କଡରେ କେମିତି ମଦ ଦୋକାନ ଖୋଲିବାକୁ ନିର୍ଦେଶ ଦିଆଗଲା ବୋଲି ପ୍ରଶ୍ନ ଉଠାଇଛନ୍ତି କିଛି ସାଧାରଣ ଲୋକ। ଅନ୍ୟପଟେ ସୋର ଅବକାରୀ ଅଧିକାରୀ କୁଳମଣି ବାବୁ ଦିର୍ଘଦିନ ଧରି ସୋରରେ ଆସ୍ଥାନ ଜମାଇ ବସିଥିବା ବେଳେ ସୋରର ବିଭିନ୍ନ ସ୍ଥାନରେ ହେଉଥିବା ବେଆଇନ ମଦବେପାରିଙ୍କ ଗଡଫାଦର ସାଜି ବେଆଇନ ସମର୍ଥନ ଜଣାଉଥିବା ମଞ୍ଚ ଅଭିଯୋଗ କରିଛି। ଅନ୍ୟପଟେ ଏହାକୁ ନେଇ ଏକ ଜନ ଆନ୍ଦୋଳନ ବସା ବାନ୍ଧୁଥିବା ଯାଣିବାକୁ ମିଳିଛି।
