ଜଳେଶ୍ୱର : ( ସଂଜୟ ଦାସ ) ଜଳେଶ୍ୱରରେ ବାଲି ମାଫିଆଙ୍କ ଚାଲିଛି ରାଜ । ବାଲି ମାଫିଆଙ୍କ ବେଆଇନ ବାଲି ଉତ୍ତୋଲନ ଉପରେ ଏନଜିଟିରେ ଅଭିଯୋଗ କରିବା ପରେ ରାଗିଗଲେ ବାଲି ମାଫିଆ । ଦୁଇ ଜଣଙ୍କୁ ରାସ୍ତା ଉପରୁ ଟେକିନେଲେ ବାଲି ମାଫିଆଙ୍କ ପୋଷାଗୁଣ୍ଡା । ଦୀର୍ଘ ଦେଢଘଣ୍ଟା ବାନ୍ଧିରଖି ପିଟିଲେ ଲୁଗାପଟା ଛିଣ୍ଡିବି ଦେଲେ । ମାରଣାସ୍ତ୍ର ଦେଖାଇ ଜୀବନରୁ ମାରିଦେବାର ଧମକ ଦେଲେ । ଦେଢଘଣ୍ଟା ପରେ ବାଲି ମାଫିଆଙ୍କ ପୋଷାଗୁଣ୍ଡା କବଳରୁ ଦୁଇ ଜଣଙ୍କୁ ଉଦ୍ଧାର କଲା ପୋଲିସ ।
ଅଭିଯୋଗରୁ ଜଣାପଡିଛି ଯେ ବିଜେପି କେନ୍ଦ୍ର ରାଷ୍ଟ୍ରୀୟ ପରିଷଦ ସଭ୍ୟ ସମୀର ପାତ୍ର ଓ ଜଳେଶ୍ୱର କୃଷକ ସଙ୍ଗଠନ ସମ୍ପାଦକ ସୁବ୍ରତ ବେରା ଜଳେଶ୍ୱର ପଞ୍ଚୁଘଟା (କ) ଓ ( ଖ ) ବାଲିଖାଦାନରୁ ବେଆଇନ ବାଲି ଉତ୍ତୋଲନ ଉପରେ ଏନଜିଟିରେ ଅଭିଯୋଗ କରିଥିଲେ । ତେବେ ବାଲି ମାଫିଆ ମାନେ ରାଗିଯାଇ ତାଙ୍କ ପୋଷାଗୁଣ୍ଡାଙ୍କ ଦ୍ୱାରା ରବିବାର ରାତିରେ ଅର୍ଥାତ କାଲି ରାତିରେ ଏହି ଦୁଇ ଜଣ ନେତାଙ୍କୁ ରାସ୍ତାରୁ ଟେକିନେଇ ମାଡ଼ ମାରିବା ଓ ଜୀବନରୁ ମାରିଦେବାର ଧମକ ବାଲି ମାଫିଆଙ୍କ ଏ କେମିତିକା ଦାଦାଗିରି । ବାଲି ମାଫିଆଙ୍କ ବାଲି ଉତ୍ତୋଲନ ଉପରେ ପ୍ରଶାସନର ଅନୁକମ୍ପା ଦେଖି ବାଲି ମାଫିଆଙ୍କ ବଢିଚାଲିଛି ଦୌରାତ୍ମ । ବାରମ୍ବାର ବିଭିନ୍ନ ଗଣମାଧ୍ୟମରେ ଏହି ବେଆଇନ ବାଲି ଉତ୍ତୋଲନ ସମ୍ପର୍କରେ ଖବର ପ୍ରକାଶ ପରେ ବି ପ୍ରଶାସନ ନିରବ କାହିଁକି ? ନା ଆଉ କିଛି ଭିତିରି ଚାଲିଛି ସଲାସୁତରା । ଯାହାକି ବାଲି ମାଫିଆ ମାନେ ଅସାମାଜିକ କାର୍ଯ୍ୟ କରିବାକୁ ପଛାଉ ନାହାନ୍ତି । ତେବେ ଦେଖାଯାଉ ଏଭଳି ମାଫିଆଙ୍କ ଉପରେ ପୋଲିସର କି ଭୁମିକା ରହୁଛି ତାହା ଦେଖିବାକୁ ବାକି ରହିଲା ।
