ସରକାରଙ୍କ “କରୋନା” କଟକଣାକୁ ଘାଣ୍ଟି ଚକଟି ଦେଉଛି ବ୍ୟାଙ୍କ

ଜଳେଶ୍ୱର:(ସଂଜୟ ଦାସ) ଦେଶ ଓ ରାଜ୍ୟରେ କରୋନା ସଂକ୍ରମିତ ସଂଖ୍ୟା ଦିନକୁ ଦିନ ଯେତେ ବଢୁଛି ସରକାରଙ୍କ କରୋନା କଟକଣାକୁ ଘାଣ୍ଟି ଚକଟି ଦେଉଛି ରାଜ୍ୟରେ ଅର୍ଥ ବ୍ୟବସାୟ କରୁଥିବା କିଛି ସରକାରୀ ସରକାରୀ ବ୍ୟାଙ୍କ । ସରକାରଙ୍କ କଡ଼ା ନୀତିନିୟମକୁ ଉଲଂଘନ କରୁଛି ବାଲେଶ୍ବର ଜିଲ୍ଲା, ଜଳେଶ୍ୱର ସହରରେ ଥିବା ଭାରତୀୟ ଷ୍ଟେଟ ବ୍ୟାଙ୍କ ଶାଖା ଓ ୟୁନିୟନ ବ୍ୟାଙ୍କ ଶାଖା । ଅଧିକରୁ ଅଧିକ କରୋନା ସଂକ୍ରମଣ ବ୍ୟାପିବାରେ ଏହି ଦୁଇଟି ବ୍ୟାଙ୍କ ନିଜ କର୍ତ୍ତବ୍ୟ କରୁଛି ବୋଧେ ? ବ୍ୟାଙ୍କ ପକ୍ଷରୁ କୌଣସି କଟକଣା ନଥିବାରୁ ଗ୍ରାହକ ମାନେ ଚଢା ଚଢି ହୋଇ ବ୍ୟାଙ୍କ ଗେଟ ମୁହଁରେ ଚାଲିଛି ଏପରି ଦୃଶ୍ୟ । ଏମାନଙ୍କ ପାଖରେ ନା ଅଛି ସାମାଜିକ ଦୂରତ୍ୱ ନା ରହିଛି ମୁହଁରେ ମାସ୍କ । ତେବେ ବିନା ମାସ୍କରେ କୌଣସି କାର୍ଯ୍ୟ କି ଜିନିଷ ମିଳିବ ନାହିଁ । ନିୟମ ଖିଲାପ ଧାରିଙ୍କ ପାଇଁ ଜରିମାନା ବାଧ୍ୟତାମୂଳକ ଥିବାବେଳେ ବିନା ମାସ୍କରେ ଗ୍ରାହକ ମାନେ କିପରି ବ୍ୟାଙ୍କ ଭିତରକୁ ପ୍ରବେଶ କରୁଛନ୍ତି । ଏହି ବ୍ୟାଙ୍କ ର ଦୃଶ୍ୟ ଯାହା କହୁଛି ସହର ହେଉକି ଗ୍ରାମାଞ୍ଚଳ କେହି କେଉଁଠି ବି ମାନୁନାହାନ୍ତି ସାମାଜିକ ଦୂରତ୍ୱ । ଏମାନଙ୍କ କ୍ଷେତ୍ରରେ ସରକାରଙ୍କ ଲକ୍ ଡାଉନ କି ସଟ୍ ଡାଉନ କିଛିବି କାମ ଦେବନି । ବ୍ୟାଙ୍କ ପକ୍ଷରୁ କାହିଁକି ପାଳନ କରାଯାଉନାହିଁ ସାମାଜିକ ଦୂରତ୍ୱ ର ନିୟମ । ନିୟମ ମାନୁନଥିବା ଗ୍ରାହକଙ୍କୁ ଭିତରକୁ ପ୍ରବେଶ ପାଇଁ କାହିଁକି ଓ କିପରି ଅନୁମତି ମିଳୁଛି ନା ବ୍ୟାଙ୍କ ଶାଖା ଅଧିକାରୀ ଜାଣିଶୁଣି କରୋନା ସଂକ୍ରମଣ ବ୍ୟାପିବା ପାଇଁ ଏହା ପ୍ରଚେଷ୍ଟା କରୁଛନ୍ତି ।

Leave a Reply

Your email address will not be published. Required fields are marked *