ବଞ୍ଚିଗଲା ଜୀବନ,ଜଳିଗଲା ଘର ଓ ସମ୍ପତ୍ତି

ଜଳେଶ୍ୱର : ( ସଞ୍ଜୟ ଦାସ ) ନିଜର ଟିକିଏ ଅବହେଲା ପାଇଁ ବିପଦ କେମିତି କେତେବେଳେ ମାଡ଼ିଆସେ କହିବା କଷ୍ଟକର। ଯାହାକି ଭିନ୍ନ ଭିନ୍ନ ସ୍ଥାନରେ ଦୁଇ ଦୁଇଟି ପରିବାରରେ ରୋଷେଇଘରର ଗ୍ୟାସ ଟାଙ୍କି ରୁ ନିଆଁ ଲାଗି ପରିବାରର ଲୋକେ ବଂଚିଯାଇଛନ୍ତି ସତ, କିଏ ଆହତ ତ ଆଉକାହାର ଘର ପୋଡିଯାଇ ଲକ୍ଷାଧିକ ଟଙ୍କାର ସମ୍ପତି ନଷ୍ଟ ।
ତେବେ ଏପରି ଦୁର୍ଘଟଣା ଘଟିଛି ବାଲେଶ୍ବର ଜିଲ୍ଲା ସଦର ବ୍ଲକ କଶାଫଳ ଗ୍ରାମର ଜୈନିକ ପରିବାରରେ ରୋଷେଇ ଚାଲିଥିଲାବେଳେ ଗ୍ୟାସ ରୁ ନିଆଁ ଲାଗି ବାପ,ମାଆ ଓ ଛୁଆ ଗୁରୁତର ରହିଥିବା ବେଳେ ସେହିପରି ଜଳେଶ୍ୱର ବ୍ଲକ ଶିଖରପୁର ଗାଁର ଗୋପାଳ ଓଝାଙ୍କ ଘରେ ରୋଷେଇଘର ଗ୍ୟାସ ରୁ ନିଆଁ ଲାଗିବା ଦ୍ୱାରା କେହି ଆହତ ହୋଇନଥିଲେବି ନିଜ ଦୁଇ ବଖରା ଘର ସମ୍ପୂର୍ଣ୍ଣ ପୋଡି ଲକ୍ଷାଧିକ ଟଙ୍କାର ସମ୍ପତି ପାଉଁଶ । ଖୋଲା ଆକାଶ ତଳେ ପିଲା ଛୁଆ ଧରି ପଡି ରହିଛନ୍ତି ପରିବାର। ସାହାଯ୍ୟ ପାଇଁ ତହସିଲଦାରଙ୍କୁ ଲିଖିତ ଗୁହାରି କଲେ ପରିବାର ଲୋକେ ।

Leave a Reply

Your email address will not be published. Required fields are marked *