ନବୀନ ସରକାରଙ୍କୁ ମଦ ଦୋକାନୀଙ୍କ ଖୋଲାଖୋଲି ଚ୍ୟାଲେଞ୍ଜ ।

ଜଳେଶ୍ୱର : ( ସଂଜୟ ଦାସ ) ରାଜ୍ୟ ସରକାର ମଦକୁ ଅତି ଆବଶ୍ୟକ ସାମଗ୍ରୀ ଭାବେ ତାଲିକା ଭୁକ୍ତ କରି ରାଜ୍ୟରେ ମଦକୁ ଅନ୍ ଲାଇନରେ ବିକ୍ରି ପାଇଁ ବିଜ୍ଞପ୍ତି କରିଥିଲେ ଜାରି । କିନ୍ତୁ ନବୀନ ସରକାରଙ୍କ ନିୟମକୁ ମଦ ଦୋକାନୀ କଲେ ଖୋଲାଖୋଲି ଚ୍ୟାଲେଞ୍ଜ । ସରକାରଙ୍କ ନାକତଳେ ସରକାରୀ ନିୟମର ଉଲଘଂନ । ଖୋଦ ରାଜଧାନୀ ଭୁବନେଶ୍ୱର ଠାରୁ ପଶ୍ଚିମବଙ୍ଗ ସୀମାନ୍ତ ଜଳେଶ୍ୱର ଯାଏଁ ବେଆଇନ ଭାବରେ ଚାଲିଛି ମଦ ବିକ୍ରି । ମଦ ଦୋକାନୀଙ୍କୁ ସରକାର ଅନ୍ ଲାଇନରେ ମଦ ବିକ୍ରୀ ପାଇଁ ଅନୁମତି ଦେଇଥିବା ବେଳେ ସବୁ ମଦ ଦୋକାନୀଙ୍କ କାର୍ଯ୍ୟ ଓଲଟା । ସକାଳ ହେବା ମାତ୍ରେ କେଉଁଠି ପୁରା ଖୋଲା ତ ଆଉ କେଉଁଠି ଅଧା ଖୋଲା ଦୋକାନରେ ଅନ୍ ଲାଇନ ପରିବର୍ତ୍ତେ ଅଫଲାଇନରେ ବେଧଡକ ମଦ ବିକ୍ରି ଚାଲିଛି । ରାଜଧାନୀ ଭୁବନେଶ୍ବର ବାପୁଜୀ ନଗରରେ ଅଫ ଲାଇନରେ ଖୋଲା ଖୋଲି ବିକ୍ରି ହେବାର କିଛି ସମୟ ପରେ ପ୍ରଶାସନ ପକ୍ଷରୁ ଚଢ଼ାଉ କରି ଅଫ ଲାଇନ ବିକ୍ରି ବନ୍ଦ କରାଯାଇଥିବା ବେଳେ ଦିନ ତମାମ ବାଲେଶ୍ଵର ଓ ଜଳେଶ୍ୱର ସହର କିଛି ମଦ ଦୋକାନରେ ବି ଦୃଶ୍ୟ ସମାନ । ଜଳେଶ୍ୱର ଅବକାରୀ ଥାନା ଓ ଜଳେଶ୍ୱର ପୋଲିସ ଷ୍ଟେସନ ଠାରୁ ମାତ୍ର ୧ କି:ମି ଦୂରରେ ଚାଲିଛି ବେଆଇନ କାରବାର । ମହାମାରୀ ବିପତ୍ତି ସମୟରେ ସାମାଜିକ ଦୂରତ୍ୱକୁ ବି ଭୁଲିଯାଇ ମଦ ପାଇଁ ଦୋକାନ ଆଗରେ ଭିଡ଼ ଲଗାଇଛନ୍ତି ଲୋକେ । ନିଜର ଫାଇଦା ପାଇଁ ଦୋକାନୀ ତ ସରକାରଙ୍କ ନିୟମକୁ ଉଲଂଘନ କରି ମଦ ବିକ୍ରି କରୁଛନ୍ତି ଦୋକାନରେ , ଲୋକେବି “କରୋନା” କଟକଣାକୁ ମାନୁନାହାନ୍ତି । ତେବେ କଥା ହେଉଛି ବାଲେଶ୍ଵର ରେଡ଼ଜୋନ ଥିବା ବେଳେ ବାଲେଶ୍ବର ଜିଲ୍ଲାପାଳ ଓ ଜିଲ୍ଲା ଅବକାରୀ ଅଧିକକ୍ଷ କରୁଛନ୍ତି କଣ ? କଟକଣା ଭିତରେ ଏଭଳି ଆଇନ ଉଲଂଘନ କାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନହେବା ସ୍ଥାନରେ ଏତେ ପ୍ରେମ କାହିଁକି ? ସରକାରଙ୍କ ନିୟମକୁ ଉଲଘଂନ କରିଥିବା ମଦ ଦୋକାନୀଙ୍କ ଉପରେ କି ପ୍ରକାର ପଦକ୍ଷେପ ନିଆଯାଉଛି ନା ଏମିତି ଖୋଲମ ଖୋଲା ଅଫ ଲାଇନରେ ମଦ ବିକ୍ରି କରିବେ ମଦ ଦୋକାନୀ ।

Leave a Reply

Your email address will not be published. Required fields are marked *