ଆନ୍ଦୋଳନ ବ୍ୟୁରୋ: ସରକାରଙ୍କ ନାରୀକୁ ସମ୍ମାନ ନାରାକୁ ପାଦରେ ଦଳିଚକଟି ଛାରଖାର କରିଦେଇଛନ୍ତି ସିମୁଳିଆ ଆଇ ଆଇ ସି ପର୍ଶୁରାମ ସାହୁ। ବାଲେଶ୍ବର ଜିଲ୍ଲାର ବିବାଦୀୟ ଆଇ ଆଇସି ଭାବେ ଖ୍ୟାତି ଅର୍ଜନ କରିଥିବା ବିରଳ ପୋଲିସ ଅଧିକାରୀ ହେଲେ ପର୍ଶୁବାବୁ। ଜିଏ ସୋରରେ ଥିଲା ବେଳେ ଦଙ୍ଗା ଓ ରେମୁଣାରେ ଥିଲା ବେଳେ ବିବାଦିଅ ହୋଇ ମୟୁରଭଞ୍ଜ ଜିଲାକୁ ବଦଳି ହୋଇଥିଲେ ଏବେ ବାଲେଶ୍ବର ଜିଲ୍ଲା ସିମୁଳିଆକୁ ମାତ୍ର କିଛିଦିନ ପୁର୍ବରୁ ବଦଳି ହୋଇ ଆସି ପୁଣି ଏବେ ବିବାଦରେ। ତେବେ ଆଜିର ଘଟଣା ବର୍ଣ୍ଣନା କରୁଛି ଜଣେ ପୁଲିସ ଅଧିକାରୀ କେତେ ନିର୍ଦୟ ହୋଇପାରନ୍ତି। ଜଣେ ନିରିହା ଅସହାୟା ମହିଳାଙ୍କୁ ନ୍ୟାୟ ଦେବା ଦୂରର କଥା ସମବେଦନା ବି ଦେଇପାରିଲେନି ବରଂ ମାଡ ଖାଇ ଲହୁ ଲୁହାଣ ହେବା ପରେ କହିଲେ ପଡିଯାଇ ଛିଡି ଯାଇଥିବ। ଏକଥା ଆମେ କହୁନୁ ଅଭିଯୋଗ କରିଥିବା ମହିଳା କାନ୍ଦି କାନ୍ଦି ଆମ ପାଖରେ କହିଛନ୍ତି
ଘଟଣା ଅନୁଯାଇ ବାଲେଶ୍ବର ଜିଲ୍ଲା ସିମୁଳିଆ ଥାନା ଅନ୍ତର୍ଗତ ପଣ୍ଡୁଶାସନ ଗ୍ରାମର ଯଶୋଦା ପାଢୀ ଙ୍କୁ ତାଙ୍କର ଦେଢଶୁର ପିତାମ୍ବର ପ୍ରଧାନ ଏବଂ ତାଙ୍କ ଦୁଇ ପୁଅ ମାରଣାନ୍ତକ ଭାବେ ଅକ୍ରମଣ କରି ଲହୁଲୁହାଣ କରିଥିଲେ। ଏମିତିକି ତାଙ୍କ ମୁଣ୍ଡ ଏବଂ କାନସହ ହାତର କହୁଣି ଫାଟିଯାଇଥିଲା ବେଳେ ତାଙ୍କ ଦେହର ବିଭିନ୍ନ ସ୍ଥାନରେ ମାଡଦାଗ ରହିଛି। ଯାହାକୁ ନେଇ ଯଶୋଦାଙ୍କ ମା ଗତ ୨୨ତାରିଖରେ ସିମୁଳିଆ ଥାନାରେ ଅଭିଯୋଗ କରିଥିଲେ। ହେଲେ ସିମୁଳିଆ ଥାନାର ଆଇ.ଆଇ.ସି ପର୍ଶୁରାମ ସାହୁ ଏହା ମାଡନୁହଁ ବରଂ ତଳେ ପଡି ଫାଟିଯାଇଥିବା କହି ମାମଲା ଋଜୁ କରିନଥିବାର ଯୋଶଦାଙ୍କ ମା ଅଭିଯୋଗ ଆଣିଛନ୍ତି।
ତେବେ ରାଜ୍ୟଠୁ କେନ୍ଦ୍ର ସରକାର ନାରୀଙ୍କୁ ସୁରକ୍ଷା ଏବଂ ସମ୍ମାନର କଥା କହୁଥିଲା ବେଳେ ଏଇକଣ ସମ୍ମାନ ? ଜଣେ ନିସଃହାୟ ମହିଳା କଣ ନ୍ୟାୟ ପାଇବାରୁ ବଞ୍ଚିତ ହେବ ? କାହିଁକି ମାମଲା ନକରି ଦୋଶିଙ୍କୁ ଗିରଫ ନକରି ଥାନାଅଧିକାରୀ ନିରବ ? କାହା ଚାପରେ ଚାପିହୋଇ ସିମୁଳିଆ ଥାନାର ଆଇ.ଆଇ.ସି କାର୍ଯ୍ୟନୁଷ୍ଠାନ ଗ୍ରହଣ କରିନାହଁନ୍ତି ? ଏଇ ମହିଳା ଜଣକ ମନ୍ତ୍ରୀ ଜୋତିପ୍ରକାଶ ପାଣିଗ୍ରାହିଙ୍କ ବେଶ ଜଣା ଶୁଣା ହୋଇଥିଲେବି କାହିଁକି ନିରବି ଯାଇଛନ୍ତି ମନ୍ତ୍ରି ?
ଆମ ଖବର ପ୍ରସାରଣ ପରେ ହୁଏତ ମାମଲା ରୁଜୁ ହୋଇଜିବ କାଉଣ୍ଟର ମାନେ ପ୍ରତିପକ୍ଷଙ୍କ ତରଫରୁ ମଧ୍ୟଏକ ମାମଲା ହୋଇପାର । ତେବେ ପୋଲିସ ବା ଆଇନ ମହିଳାଙ୍କୁ ନ୍ୟାୟ ଦେଉଛି ନାଁ ଦୋଷିଙ୍କୁ ଖସାଇ ଦେବାକୁ ହୋଇଥିବା ଚକ୍ରାନ୍ତରେ ଦୋଶି ଖସି ଯାଇ ମହିଳା ନ୍ୟାୟ ଆଶାରେ ଅନ୍ୟାୟରେ ଜାଲରେ ପଡି ଛଟ ପଟ ହେବେ ତାହା ସମୟ କହିବ। ତେବେ ଏହି ଘଟଣା ସମ୍ପର୍କରେ ଆମେ ଥାନା ଅଧିକାରୀଙ୍କୁ ଫୋନରେ ଯୋଗାଯୋଗ କରିଥିଲେବି ସେ କିଛି କହିପାରିବିନି ବୋଲି କହି ଫୋନ କାଟିଦେଇଥିଲେ ଖାଲି ସେତିକି ନୁହଁ ଆମେ ସିମୁଳିଆ ଥାନାକୁ ଘଟଣା ସମ୍ପର୍କରେ ଯାଣିବାକୁ ଯାଇଥିଲେବି ସେ ଆମକୁ ଦେଖାଦେଇନଥିଲେ। ଯାହା ସ୍ପଷ୍ଟ କଲା ଜଣେ ପୋଲିସ ଅଧିକାରୀ କେତେ ଆତ୍ମଗର୍ଭି ହୋଇପାରନ୍ତି। ଏଥିପାଇଁ ହୁଏତ ଆମେ ଏତିକି କହିବା ପୋଲିସ ବାବୁ ଆପଣଙ୍କ ବର୍ଦୀ ସାଧାରଣ ଲୋକଙ୍କ ପାଇଁ ଏତେ ଗର୍ଭ ଠିକ୍ ନୁହଁ । ଆମପାଖରେ ଗର୍ଭକର କିନ୍ତୁ ସାଧାରଣ ଲୋକଙ୍କୁ ନ୍ୟାୟ ଦିଅ କାରଣ ତାଙ୍କ ଟିକସ ଅର୍ଥରେ ଆପଣ ଦରମା ନେଉଛନ୍ତି
