ସତ ଲୁଚେଇବାକୁ ସାମ୍ବାଦିକଙ୍କ ନାମରେ ମିଛ ମାମଲା

ବାଲେଶ୍ବର : ସାମ୍ବାଦିକ ସାବଧାନ ସରକାରୀ କର୍ମଚାରୀଙ୍କୁ ମତାମତ ପଚାରିଲେ ମାମଲା ହେବ , ଏହା ଯାତ୍ରା ଡାଇଲକ ନୁହଁ ନିରାଟ ସତ୍ୟ। ବାହାନଗା ବ୍ଲକରେ କାର୍ଯ୍ୟରତ ଜଣେ ମହିଳା ଯନ୍ତ୍ରୀ ଏକ ଅଶୋକ ସ୍ତମ୍ଭ ଉପରେ ବସିଥିବାର ଫଟୋ ସାମାଜିକ ଗଣମାଧ୍ୟମରେ ଭାଇରାଲ ହୋଇଛି। ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ପ୍ରତିକ୍ରିୟା ପ୍ରକାଶ ପାଇଛି। ସାମାଜିକ ଗଣମାଧ୍ୟମରେ କାର୍ଯ୍ୟାନୁଷ୍ଠାନ ପାଇଁ ମଧ୍ୟ କିଛି ଲୋକ ଦାବି କରିଛନ୍ତି। ସୂଚନା ମୁତାବକ ବ୍ଲକର ଦାଣ୍ଡହରିପୁର ପଂଚାୟତର ଆରୁହା ସ୍କୁଲରେ ପଂଚାୟତ ତରଫରୁ ସରକାରୀ ସଂଘରୋଧ କେନ୍ଦ୍ର ହୋଇଛି। ଉକ୍ତ ସଂଘରୋଧ କେନ୍ଦ୍ରର ନୋଡାଲ ଅଧିକାରୀ ଭାବେ ବ୍ଲକର କାର୍ଯ୍ୟରତ ଜଣେ ମହିଳା ଯନ୍ତ୍ରୀ ନିଯୁକ୍ତ ହୋଇଛନ୍ତି। ତେବେ କିଛି ଦିନ ତଳେ ଯନ୍ତ୍ରୀ ଜଣକ ନିଜ କାରରେ ଉକ୍ତ ସଂଘରୋଧ କେନ୍ଦ୍ରକୁ ପରିଦର୍ଶନରେ ଯାଇଥିବା ବେଳେ କେନ୍ଦ୍ର ଆଗରେ ଥିବା କିଛି ଲୋକଙ୍କ ସମ୍ମୁଖରେ ଏକ ଅଶୋକ ସ୍ତମ୍ଭ ଉପରେ ବସିଥିବାର ଫଟୋ ସାମାଜିକ ଗଣମାଧ୍ୟମରେ ଭାଇରାଲ ହୋଇଥିଲା। ତେବେ ଯନ୍ତ୍ରୀଙ୍କ ଫଟୋ ସାମାଜିକ ଗଣମାଧ୍ୟମରେ ପୋଷ୍ଟ ହେବାପରେ ଖୁବ ଶୀଘ୍ର ଭାଇରାଲ ମଧ୍ୟ ହୋଇଥିଲା। ତେବେ ଜଣେ କାର୍ଯ୍ୟରତ ମହିଳା ଯନ୍ତ୍ରୀଙ୍କ ଏଭଳି ମନୋଭାବକୁ ନେଇ ସାଧାରଣରେ ଆଲୋଚନା ଯୋର ଧରିଛି। ଏପରିକି ଦେଶର ସମ୍ବିଧାନରେ ଅଶୋକ ସ୍ତମ୍ଭ ଗୁରୁତ୍ୱପୂର୍ଣ୍ଣ ଥିବାବେଳେ ଯନ୍ତ୍ରୀ ଜଣକ ସ୍ତମ୍ଭ ଉପରେ ବସିଥିବାର ଫଟୋ ଭାଇରାଲ ହେବାରୁ କିଛି ଲୋକ କାର୍ଯ୍ୟାନୁଷ୍ଠାନ ପାଇଁ ମଧ୍ୟ ଦାବି କରିଛନ୍ତି।

ତେବେ ଯୋତାପିନ୍ଧି ଅଶୋକ ସ୍ତମ୍ଭ ଉପରେ ମହିଳାଙ୍କ ବସିବା ଅଭଦ୍ରାମି ଏବଂ ଭାରତବର୍ଷର ସମ୍ବିଧାନକୁ ଅବମାନନା ବୋଲି କିଛି ଲୋକ ସୋସିଆଲ ମିଡିଆରେ ମତ ରଖିଥିବା ବେଳେ। ଏପଟେ ନିଜ ଘମଣ୍ଡରେ ରହି ଓଲଟା ଅଶୋକ ସ୍ତମ୍ଭ ଉପରେ ବସିଥିବା ବେଳର ଫଟ ଉତ୍ତଳନ କରିଥିବା ଯୁବକ ଏବଂ ଖବର ସଂଗ୍ରହ କରିଥିବା ସାମ୍ବାଦିକଙ୍କ ନାମରେ ଉଲଟା ମାମଲା କରିଥିବା ଯାଣିବାକୁ ମିଳିଛି। ଏଠି ଗୋଟିଏ କଥା ସାଧାରଣରେ ପ୍ରଶ୍ନବାଚି ସୃଷ୍ଟି କରିଛିକି ମହିଳା ଜେଇ ଜଣକ ସାମ୍ବାଦିକଙ୍କ ନାମରେ ଥାନାରେ ଅଭିଯୋଗକରି ସତକୁ ଚପାଇଦେବା ଭଳି ଅପଚେଷ୍ଟା କାହାବଳରେ କରୁଛନ୍ତି। ଶୁଣିବାକୁ ମିଳେ ବାହାନଗା ବ୍ଲକ କଂଗ୍ରେସର ଜଣେ ହାରୁ ନେତା ତାଙ୍କୁ ଏଭଳି କରିବାକୁ ସାହସ ଦେଇଛନ୍ତି। ତେବେ ସତ୍ୟକୁ ଲୁଚାଇବାକୁ ସାମ୍ବାଦିକଙ୍କ ନାମରେ ମାମଲା କଲେବି ସେଥିରେ କଦାପି ସଫଳ ହେବେନି ମହିଳା ଜେଇ କାରଣ ସେ ଅଶୋକସ୍ତମ୍ଭ ଉପରେ ବସି ଭୁଲ କରିଛନ୍ତି ସେଥିପାଇଁ ତାଙ୍କର କିଛି ସଫେଇ ଶୁଣାଯାଇନପାରେ ଭୁଲ ସବୁବେଳେ ଭୁଲ। ତେବେ ଆଗାମି ଦିନରେ ମହିଳା ଜେଇଙ୍କ ଏଇ ଭୁଲପାଇଁ ତାଙ୍କୁ କିଦଣ୍ଡ ମିଳୁଛି ତାହା ସମୟ କହିବ। ମୁଖ୍ୟମନ୍ତ୍ରୀଙ୍କ ଆଇନ ପ୍ରଧାନମନ୍ତ୍ରୀଙ୍କ ସବକାସାଥ କଣ କରୁଛି ତାହା ଆଗାମି ଦିନରେ ଜଣା ପଡିବ।

Leave a Reply

Your email address will not be published. Required fields are marked *