ସମ୍ପାଦକୀୟ : ଦାଦନର ଦୁଃଖ ସାଙ୍ଗକୁ ମହାମାରୀର ନିର୍ଜାତନା ଏ ସବୁପରେ ବଳିଗଲା ଭୋକର ତାଡନା। ଇତିହାସ ସାଖିରହିବ ଏ ଦେଶର ସରକାରଙ୍କ ଭୁଲ ନିସ୍ପତି ପାଇଁ ଚାଲି ଚାଲି ଲୋକଙ୍କ ଗୋଡରୁ ଚମଡା ବାହାରିଯାଇଥିଲା। ଛୋଟପିଲା ଚାଲି ନପାରି କାନ୍ଦୁଥିଲେବି ତା ମା ଛାତିକୁ ପଥରକରି କହୁଥିଲା ଆଉ କିଛି ବାଟ ଚାଲ। ପରିବାର ଲୋକ ଓ ନିଜ ଭିଟା ମାଟିର ବାସ୍ନା ପାଇବା ଲୋଭରେ ଦାଦନ ଶ୍ରମିକଟି ଚାଲି ଚାଲି ଆସି ଅଧା ବାଟରେ ମୃୁତ୍ୟୁବରଣ କରୁଛି। ଏ ସରକାର ବେହିଆମିର ଆଉ କେତେ ସିମା ଟପିବ ଆଉ ଆମଭଳି କିଛି ଲୋକ ଭକ୍ତ ସାଜି ଏହାକୁ ଉପଭୋଗ କରିବା ଆଉ କହିବା “ଜୟ ଶ୍ରି ରାମ ” ଯେଉଁ ଶ୍ରମିକର ଶ୍ରମରେ ଏ ଦେଶ ତିଆରି ହୋଇଛି ସେଇ ଶ୍ରମିକକୁ ରାଜରାସ୍ତାରେ ଏ ସରକାର ଛାଡିଦେଇ ଶ୍ରମିକର ଶହ ଶହ କୋଟିର ଅର୍ଥରେ ବିଶାଳ ପାର୍ଟି ଅଫିସ ଓ ବଡ ବଡ ଷ୍ଟେଚୁ କରି ଶିତ ତାପ ନିୟନ୍ତ୍ରୀତ ଘରେ ମଉଜ କରୁଛ ! ଛି ଛି ଏକି ଲଜ୍ୟାହିନ କାର୍ଯ୍ୟ । ଭୁଲ ବାସ୍ତବରେ କାହାର ଭାରତର ରାଜଗାଦିରେ ବସି କୋଟି କୋଟି ଟଙ୍କାର ଅଏସ କରୁଥିବା ଏ ଶାସକ କଣ ଭାରତ ବାସୀଙ୍କ ପାଇଁ ଅଭିଶାପ ? କିଛି ଦିନ ବିଭିନ୍ନ ଦେଶ ବୁଲା ଚାଲିଲା କୁହାଗଲା ବିଦେଶ ପୁଞ୍ଜି ନିବେସ ହେବ ବିଦେଶ ନୀତିକୁ ମଜଭୁତ କରାଚାଲିଛି , କୁଆଡେ ଭାରତ ବିଶ୍ବଗୁରୁ ହେବ ା ମନେରଖହେ ବେଲଜ୍ୟା ସରକାର କାହାପଛରେ ଗୋଡାଇ କେହି ବିଶ୍ବଗୁରୁ ହୁଏନି ବରଂ ସେଇ ଲୋକପାଖରେ ସେ ଛୋଟ ହୋଇଯାଏ ଠିକ୍ ଜେମିତି ନରେନ୍ଦ୍ର ମୋଦି ଟ୍ରମ୍ପ ପାଖରେ ଛୋଟ ହୋଇଗଲେ , ଟ୍ରମ୍ପ ସାମାନ୍ୟ କିଛି ମେଡିସିନ ପାଇଁ ଧମକାଇଲା ଆମ ଶାଷକ ଡରିଗଲେ। ଯେତେ ବେଳେ ବିଶ୍ବ କରୋନାର ଆଗମନରେ ଭୟଭିତ ହେଉଥିଲା ଆମ ଶାଷକ ନମସ୍ତେ ଟ୍ରମ୍ପକରି କରୋନାକୁ ଅନ୍ୟଦେଶରୁ ଆମ ଦେଶକୁ ନେଇଆସିଲେ । ଏବେ ସେଇ କରୋନାର ଜ୍ବାଳାରେ ଛଟପଟ ହେଉଥିବା ସାଧାରଣ ଲୋକଙ୍କୁ ରାସ୍ତାରେ ମରିବାକୁ ଛାଡି ଟିଭିରେ ଭାଷଣ ଦିଆଚାଲିଚଛି। ମନେରଖ ହେ ବିଫଳ ଅଦୁରଦ୍ରୁଷ୍ଟି ସରକାର ଇତିହାସ ତୁମକୁ କ୍ଷମା ଦେବନି ତୁମ ବିଫଳତା ତୁମେ ସତଚେଷ୍ଟା କଲେବି ଲୁଚାଇ ପାରିବନି।
