ସୋର: ସୋରରେ ଅଦ୍ୟବଧି ୨କରୋନା ପଜିଟିଭ ବାହାରିଛି ଯେଉଁମାନେ ବର୍ତ୍ତମାନ ଚିକିତ୍ସିତ ଅଛନ୍ତି। ସେହିପରି ସୋର ୟୁକୋବ୍ୟାଙ୍କରେ ଥିବା ୧୧ଜଣ କର୍ମଚାରୀଙ୍କୁ ଗତ ୨୮ତାରିଖରୁ ପ୍ରସାଶନ କ୍ବାରେଣ୍ଟାଇନକୁ ପଠାଇ ଦିଆଯାଇଥିଲା। ତେବେ ଗତ ୨୯ତାରିଖରେ କର୍ମଚାରୀଙ୍କ ପାଖରୁ ସ୍ବାବ ସଂଗ୍ରହ କରାଯାଇଥିଲା ବେଳେ ଗତକାଲି ଉକ୍ତ ସମସ୍ତ କର୍ମଚାରୀଙ୍କ ରିପୋର୍ଟ ନେଗେଟିଭ୍ ଆସିଥିବା କହିଛନ୍ତି ସୋର ମ୍ୟୁନସିପାଲଟି ଅଧୀକାରୀ ରାକେଶ ପଣ୍ଡା। ବ୍ୟାଙ୍କକୁ ନେଇ ସାଧାରଣ ଲୋକଙ୍କ ମଧ୍ୟରେ ଥିବା ଭୟ ଏବେ ଦୂର ହୋଇଥିବା ବେଳେ ଆଗାମ ଦିନରେ ସୋର ୟୁକୋବ୍ୟାଙ୍କ ଖୋଲିବା ନେଇ ସ୍ପଷ୍ଟ ହୋଇଥିବା ଜଣା ପଡିଛି। ଏଥିସହ ସୋର ୟୁକୋବ୍ୟାଙ୍କକୁ ପୂର୍ବରୁ ସାନିଟାଇଜ୍ କରାଯାଇଥିଲା ବେଳେ ବ୍ୟାଙ୍କକୁ ସାଧାରଣ ଲୋକଙ୍କ ଯିବାରେ କୈଣସି ଅସୁବିଧା ନାହିଁ। ଅନ୍ୟପଟେ ବ୍ୟାଙ୍କ କର୍ମଚାରୀ ଓ ସାଧାରଣ ଲୋକ ୟୁକୋବ୍ୟାଙ୍କକୁ ନେଇ ଭୟଭିତ ରହିଥିବା ବେଳେ ନେଗେଟିଭ ରିପୋର୍ଟ ସମସ୍ତଙ୍କୁ ଆସ୍ବସ୍ଥି ଦେଇଛି। ଯାହାକୁ ନେଇ ଗତକାଲି ସୋର ମ୍ୟୁନସିପାଲଟି ଅଧିକାରୀଙ୍କ ପକ୍ଷରୁ ସୂଚନା ଦିଆଯାଇଛି।
