ସୋର : ଜେକୈଣସି ବିପତ୍ତି ବେଳେ ରାଜନେତା ମାନେ କୋଟି ପତି ହେବାର ବହୁ ସମୟରେ ବହୁଅଭିଯୋଗ ରହିଆସିଛି ତେବେ ଏହାର ଉଦାହରଣ ବିଭିନ୍ନ ସମୟରେ ମିଳେ ଯାହା ପରବର୍ତ୍ତୀପର୍ଯ୍ୟାୟରେ ଉକ୍ତ ରାଜନେତାଙ୍କୁ ଲଜ୍ଜିତ କରିବାକୁ ବାଧ୍ୟକରିଥାଏ। ତେବେ ଗତ ୧ମାସରୁ ଉର୍ଦ୍ଧଧରି ସାଧାରଣ ଗରିବ ଖଟିଖିଆ ଲୋକମାନେ ଲକଡାଉନ ପାଇଁ ନାହିଁ ନଥିବା ଅସୁବିଧାରେ ଅଛନ୍ତି। ଏହି ସମୟରେ କିଛି ନ୍ୟର୍ଥ ସ୍ବାର୍ଥ ରାଜନେତା ଲୁଟିବା ପାଇଁ ଯେମିତି ଅଣ୍ଟା ଭିଡି ବାହାରି ଆସିଛନ୍ତି। ତେବେ କରୋନା ବିପର୍ଯ୍ୟୟରେ ସବୁଠାରୁ ସରପଞ୍ଚ ମାନେ ଅଧିକ ଲାଭବାନ ହେବେ ବୋଲି ଏକ ଆକଳନ କରାଯାଇଥିଲା ସେଇ ଆକଳନ ଅନୁସାରେ ବିଭିନ୍ନ ପଞ୍ଚାୟତରେ ଅନିୟମିତତା ହେଉଥିବା ସୋସିଆଲ ମିଡିଆରୁ ସାମ୍ନାକୁ ଆସୁଥିବା ବେଳେ କିଛି ସରପଞ୍ଚ କାହାକି କ୍ବାରେଣ୍ଟାଇନ ଗୃହରେ ନରଖି ଅର୍ଥ ଆତ୍ମସାତ କରିଥିବା ଅଭିଯୋଗ ହୋଇଛି। ଠିକ୍ ସେଇଭଳି ଅନନ୍ତପୁର ପଞ୍ଚାୟତରେ ଠିକ୍ ଭାବେ ଖାଇବାକୁ ଦିଆଯାଉନଥିବା ସୋସିଆଲ ମିଡିଆରୁ ଯାଣିବାକୁ ମିଳିଛି। ତେବେ ଅନନ୍ତପୁର ପଞ୍ଚାୟତରେ ପୋଇଝୋଳ ଭାତ କ୍ବାରେଣ୍ଟାଇନ ସେଣ୍ଟରରେ ଖାଇବାକୁ ଦିଆଯାଇଥିବା ବେଳେ ଏହାକୁ ତିବ୍ରନିନ୍ଦା କରାଯାଇଛି। ତେବେ ଏହି ପୋଇଝୋଳ ପାଇଁ ସରପଞ୍ଚ ଦାଇରହିବେ ନା କାର୍ଯ୍ୟାନୁଷ୍ଠାନ ନନେଇ ବିଡିଓ ଦାଇରହିବେ ତାହା ସମୟ କହିବ। କିନ୍ତୁ ଅସୁବିଧା ସମୟରେ ସାଧାରଣ ଲୋକଙ୍କ ଟଙ୍କା ହଡପ କଲେ ନର୍କରେ ପଡିବରେ ନାରଣ।
